AFFILIATE MARKETING

https://binomo.com?a=90810425bb57&t=0

Sunday, November 2, 2025

ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ଧରାପଡ଼ିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

ମାସେ ଧରି ଫେରାର ଥିଲା ଶଙ୍କର ପୃଷ୍ଟି

ଗିରଫ ପରେ ଭୁବନେଶ୍ୱର ଆଣିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର, ୦୨/୧୧: ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ ସବ-ଇନସପେକ୍ଟର ନିଯୁକ୍ତି କେଳେଙ୍କାରୀର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟିକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମାସେ ଧରି ଫେରାର ଥିବା ବେଳେ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଛି। ଭୁବନେଶ୍ଵର ବିମାନବନ୍ଦରରୁ ସିଧା କଟକ କ୍ରାଇମବ୍ରାଞ୍ଚ ଅଫିସ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏସଆଇ ନିଯୁକ୍ତି କେଳେଙ୍କାରୀ ସାମନାକୁ ଆସିବା ପରେ ଶଙ୍କର ପୃଷ୍ଟି ଗାଜିଆବାଦରେ ଥିବା ଏକ ଭଡ଼ା ଘରେ ସ୍ତ୍ରୀ ଓ ପିଲାଙ୍କୁ ରଖିଥିଲା। ସେଠାରୁ ସେ ନେପାଳ ପଳାଇଥିଲେ। ନେପାଳରୁ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା।

ଡିଏସ୍‌ପି ଅନିଲା ଆନନ୍ଦଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍‌ ଏ ସଂପର୍କରେ ସୂଚନା ପାଇ ଚଢ଼ଉ କରିବା ସହିତ ତାଙ୍କୁ ନେପାଳ ସୀମାରୁ ଧରିଥିଲେ।

ଶଙ୍କର ନିକଟରୁ ଦୁଇଟି ମୋବାଇଲ୍ ଫୋନ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଗାଜିଆବାଦର ଏକ ପାର୍କିଂରେ ଥିବା ଗୋଟିଏ ଫର୍ଚୁନର୍‌ ଗାଡ଼ି ଜବତ କରାଯାଇଛି।

ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପରିଚାଳିତ ପୁଲିସ ଏସ୍‌ଆଇ ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି। ଏହି ଘଟଣାରେ ୧୧୪ ଆଶାୟୀଙ୍କୁ ଜାମିନ ମିଳିଥିବା ବେଳେ ବାକି ଅଭିଯୁକ୍ତମାନଙ୍କ ଜାମିନ ଖାରଜ କରାଯାଇଛି।

No comments:

COASTAL NEWS

ଶ୍ରୀମଦ୍ ଭଗବତ୍ ଗୀତା ସପ୍ତମ ଅଧ୍ୟାୟ

Odia Devotional, Slow Tempo, Soulful Male Vocals, Ethereal Flute, Meditative Sitar, 80 BPM. ​୧. ଶ୍ରୀଭଗବାନ କହନ୍ତି ହେ ପାର୍ଥ ଶୁଣ, ...