ବର୍ତ୍ତମାନର ୧୦ଟି ମୁଖ୍ଯ ଖବର
ଉପସ୍ତାପକ ଶେଖର ଦାସ
ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀ ୯ଟି ଟାସ୍କ ଦେଇଛନ୍ତି।ଦୁର୍ନୀତି ହଟାଅ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍। ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି।ଏହାସହ ଜିଲ୍ଲାପାଳଙ୍କୁ ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ବ। ଜିଲ୍ଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କର ବୋଲି ସେ କହିଛନ୍ତି। ସରକାରୀ ଵିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।*
ସାଲିଆ ସାହିରେ ବୁଲିଲା ବୁଲଡୋଜର। ଏନେଇ ଉଚ୍ଛେଦ ବେଳେ ଉତ୍ତେଜନା ପରସ୍ଥିତି ଦେଖିବାକୁ ମିଳିଛି। ପୋଲିସ-ବସ୍ତି ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି।*
ହ୍ୟୁମାନ୍ ସାଗରଙ୍କ ମୃତ୍ୟୁ ପରେ ବିବାଦର ଘନେଇବାରେ ଲାଗିଛି। ହ୍ୟମାନ୍ ଙ୍କ ମାଆ ଅଭିଯୋଗ ଆଣିଛନ୍ତି ଯେ,ହ୍ୟୁମାନଙ୍କ ମୃତ୍ୟୁକୁ ନେଇକି ନିର୍ଦ୍ଦିଷ୍ଟ ଝିଅ ଆଡ଼କୁ ଇଙ୍ଗିତ କରିଛନ୍ତି। ହ୍ୟୁମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ସେ କହିଛନ୍ତି। ଓଲିଉଡ୍ ର ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଅର୍ପିତା ଚୌଧିୁରୀଙ୍କ ପାଇଁ ତାଙ୍କ ପୁଅ ମରିଥିବା ସେ କହିଛନ୍ତି।*
ଦେଶର ମୋଷ୍ଟ ୱାଣ୍ଟେଡ୍ ତଥା କୁଖ୍ୟାତ ନକ୍ସଲ କମାଣ୍ଡର ମାଧବୀ ହିଡମାଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛି। ହିଡମାକୁ ନିପାତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଏହି ଅପରେସନ୍ କରାଯାଇଥିଲା। ସୂତ୍ର ଅନୁସାରେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ଅବସ୍ଥିତ ଘନ ପୁଲ୍ଲାଗାଣ୍ଡି ଜଙ୍ଗଲରେ ହିଡମାଙ୍କୁ ହତ୍ୟା କରାଯାଇଛି।*
ପାକିସ୍ତାନ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀର (ପିଓକେ)ର ପ୍ରଧାନମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ରାଜା ଫୈସଲ ମୁମତାଜ ରାଠୋର ଏବେ ପିଓକେର ନେତୃତ୍ୱ ନେବେ। ସେ ଅନୱାରୁଲ ହକ୍ଙ୍କ ସ୍ଥାନ ନେବେ। ଯିଏ ଅନାସ୍ଥା ପ୍ରସ୍ତାବ ପାରିତ ହେବା ପରେ ପଦ ଛାଡିବାକୁ ବାଧ୍ୟ ହୋଇଥିଲେ।*
ବିହାରରେ ଜନସୁରାଜ ପାର୍ଟିର ଲଜ୍ଜାଜନକ ପରାଜୟ ପରେ ପ୍ରଶାନ୍ତ କିଶୋର ପ୍ରଥମ ଥର ନଜର ପ୍ରିତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସଚ୍ଚୋଟତାର ସହ ପ୍ରୟାସ କରାଯାଇଥିଲା କିନ୍ତୁ ଫଳାଫଳ ଆଶାନୁରୂପ ନଥିଲା ଏବଂ ଏଥିପାଇଁ ସେ ୧୦୦% ଦାୟୀ। ପରାଜୟର ଦାୟିତ୍ୱ ନେଇ ପ୍ରଶାନ୍ତ କିଶୋର ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉଦାହରଣ ଦେଇଥିଲେ, ଯିଏ ୨୫ ବର୍ଷ ପୂର୍ବେ ରାଜନୀତି ଆରମ୍ଭ କରିଥିଲେ ଏବଂ ପ୍ରାରମ୍ଭରେ ସମସ୍ତ ସାତଟି ଆସନ ହରାଇଥିଲେ।*
ବରଗଡ଼ ଧନୁଯାତ୍ରା ପାଇଁ କଂସଙ୍କ ନାଁ ହୋଇଛି ଘୋଷଣା। ବରଗଡ଼ ଭେଡେନ୍ର ସୁଶୀଲ ମେହେର ହେବେ କଂସ। ୨୦୨୫-୨୬ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ବୋଲି ଜଣାପଡିଛି।*
ରାୱଲପିଣ୍ଡିରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଆଉଟ୍ ହେବା ପରେ ଷ୍ଟମ୍ପ ମାରିବା କାରଣରୁ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମଙ୍କୁ ତାଙ୍କ ମ୍ୟାଚ୍ ଫିସ୍ର ୧୦ ପ୍ରତିଶତ ଜରିମାନା କରାଯାଇଛି ଏବଂ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି।*
ଭାରତୀୟ ପାସପୋର୍ଟର ସୁରକ୍ଷା ପାରାମିଟରଗୁଡ଼ିକୁ ଆହୁରି ଉନ୍ନତ କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସାରା ଦେଶରେ ଇ-ପାସପୋର୍ଟ ପ୍ରଦାନ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଯଦି ଆପଣ ୨୮ ମଇ ୨୦୨୫ ରେ କିମ୍ବା ତା'ପରେ ଏକ ନୂତନ ପାସପୋର୍ଟ ପାଇଛନ୍ତି କିମ୍ବା ଆପଣଙ୍କ ପାସପୋର୍ଟ ନବୀକରଣ କରିଛନ୍ତି ତେବେ ଆପଣଙ୍କର ନୂତନ ପାସପୋର୍ଟ ଏକ ଇ-ପାସପୋର୍ଟ ହେବ।*
ମୁସଲିମ ରାଷ୍ଟ୍ର ଇରାନ ଭାରତୀୟଙ୍କ ପାଇଁ ଭିସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଇରାନ ସାଧାରଣ ଭାରତୀୟ ପାସପୋର୍ଟ ଧାରକଙ୍କ ପାଇଁ ଭିସା-ମୁକ୍ତ (ଭିସା ଛାଡ଼) ପ୍ରବେଶ ସୁବିଧାକୁ ସ୍ଥଗିତ ରଖିଛି। ଭାରତୀୟ ନାଗରିକମାନଙ୍କୁ ଚାକିରି କିମ୍ବା ଅନ୍ୟ ଦେଶକୁ ଯାତ୍ରା କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଇରାନକୁ ଚାଲାଣ କରାଯାଉଥିବା ରିପୋର୍ଟ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରତିକ୍ରିୟାରେ ଏହି ନିଷ୍ପତ୍ତି ନିଆଯାଇଛି।*
ଉପକୁଳ ସମାଚାର
ବନ୍ଦେ ଉତ୍କଳ ଜନନୀ
No comments:
Post a Comment