AFFILIATE MARKETING

https://binomo.com?a=90810425bb57&t=0

Saturday, November 1, 2025

ଐତିହାସିକ ବାଲିଯାତ୍ରା କଟକ ୨୦୨୫ ଉପଲକ୍ଷେ ସୁସଜ୍ଜିତ ପ୍ରଜ୍ଞାପନ ମେଢର ଶୁଭାରମ୍ଭ

ସମଗ୍ର ରାଜ୍ୟର ସାମୁଦ୍ରିକ ଐତିହ୍ୟର ବାର୍ତ୍ତା ପ୍ରଚାର କରିବ ଏହି ପ୍ରଜ୍ଞାପନ ମେଢ

କଟକ, ୦୧/୧୧ (ଦର୍ଶନ ନ୍ୟୁଜ୍): ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳା ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଏହି ଅବସରରେ ବାଲିଯାତ୍ରା ଗାଥା ସମ୍ବଳିତ ଏକ ପ୍ରଜ୍ଞାପନ ମେଢର ଶୁଭାରମ୍ଭ କରାଯାଇଛି ।

 ଜିଲ୍ଳାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ବାଲିଯାତ୍ରା ପଡିଆଠାରେ ଏହି ପ୍ରଜ୍ଞାପନ ମେଢର ଶୁଭାରମ୍ଭ କରି ଏହି ପ୍ରଜ୍ଞାପନ ମେଢ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଳା ପରିକ୍ରମା କରିବ ବୋଲି କହିଛନ୍ତି । କଟକ ଜିଲ୍ଲା ଓ ବିଶେଷ କରି ସମଗ୍ର ରାଜ୍ୟର ସାମୁଦ୍ରିକ ଐତିହ୍ୟର ବାର୍ତ୍ତା ପ୍ରଚାର କରିବ ଏହି ପ୍ରଜ୍ଞାପନ ମେଢ । ଏହି ଅବସରରେ କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରନଦୀପ କୌର ସହୋତା, ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଳା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । 

ଏହି ଅବସରରେ ଆମ ଐତିହାସିକ ବାଲିଯାତ୍ରା ଉପରେ ଏକ ଗୀତର ମଧ୍ୟ ଅଡିଓ ରିଲିଜ ହୋଇଛି । ଓଡ଼ିଶାର ପୁରାତନ ବାଣିଜ୍ୟ, ଐତିହ୍ୟ ଓ ସାମୁଦ୍ରିକ ଗୌରବ ଏହି ଗୀତରେ ସ୍ଥାନିତ ହୋଇଛ । ଏସିପି କୃଷ୍ଣଚନ୍ଦ୍ର ସେଠୀ ଏହି ଗୀତ ରଚନା କରିଥିବାେବେଳ, ବିକାଶ ଶୁକ୍ଳା ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କଣ୍ଠଦାନ କରିଛନ୍ତି ଏସିପି କୃଷ୍ଣଚନ୍ଦ୍ର ସେଠୀ, ଏସିପି ସତ୍ୟଜିତ୍ ଦାସ, ବିଷ୍ଣୁ ମୋହନ କବି ଓ ସୌଜନ୍ୟା ରଥ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...