କଟକ, ୦୧/୧୧ (ଦର୍ଶନ ନ୍ୟୁଜ୍): ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦେଶର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟିକ ମେଳା ଐତିହାସିକ ବାଲିଯାତ୍ରା କଟକ ୨୦୨୫ । ଏହି ଅବସରରେ ବାଲିଯାତ୍ରା ଗାଥା ସମ୍ବଳିତ ଏକ ପ୍ରଜ୍ଞାପନ ମେଢର ଶୁଭାରମ୍ଭ କରାଯାଇଛି ।
ଜିଲ୍ଳାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ବାଲିଯାତ୍ରା ପଡିଆଠାରେ ଏହି ପ୍ରଜ୍ଞାପନ ମେଢର ଶୁଭାରମ୍ଭ କରି ଏହି ପ୍ରଜ୍ଞାପନ ମେଢ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଳା ପରିକ୍ରମା କରିବ ବୋଲି କହିଛନ୍ତି । କଟକ ଜିଲ୍ଲା ଓ ବିଶେଷ କରି ସମଗ୍ର ରାଜ୍ୟର ସାମୁଦ୍ରିକ ଐତିହ୍ୟର ବାର୍ତ୍ତା ପ୍ରଚାର କରିବ ଏହି ପ୍ରଜ୍ଞାପନ ମେଢ । ଏହି ଅବସରରେ କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରନଦୀପ କୌର ସହୋତା, ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଳା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଆମ ଐତିହାସିକ ବାଲିଯାତ୍ରା ଉପରେ ଏକ ଗୀତର ମଧ୍ୟ ଅଡିଓ ରିଲିଜ ହୋଇଛି । ଓଡ଼ିଶାର ପୁରାତନ ବାଣିଜ୍ୟ, ଐତିହ୍ୟ ଓ ସାମୁଦ୍ରିକ ଗୌରବ ଏହି ଗୀତରେ ସ୍ଥାନିତ ହୋଇଛ । ଏସିପି କୃଷ୍ଣଚନ୍ଦ୍ର ସେଠୀ ଏହି ଗୀତ ରଚନା କରିଥିବାେବେଳ, ବିକାଶ ଶୁକ୍ଳା ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କଣ୍ଠଦାନ କରିଛନ୍ତି ଏସିପି କୃଷ୍ଣଚନ୍ଦ୍ର ସେଠୀ, ଏସିପି ସତ୍ୟଜିତ୍ ଦାସ, ବିଷ୍ଣୁ ମୋହନ କବି ଓ ସୌଜନ୍ୟା ରଥ ।

No comments:
Post a Comment