AFFILIATE MARKETING

https://binomo.com?a=90810425bb57&t=0

Tuesday, November 4, 2025

ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ ୨୦୨୫ର ଶୁଭାରମ୍ଭ

ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ ୨୦୨୫ର ଶୁଭାରମ୍ଭ

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପରିଦର୍ଶନ କରିବେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର, ୦୪/୧୧: ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ ଠାରେ ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP), ୨୦୨୫ ଶୁଭାରମ୍ଭ କରାଯାଇଛି ।

ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ଡକ୍ଟର ବିବେକ ଯୋଶୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପରିଦର୍ଶନକାରୀଙ୍କ ସହିତ ଭାରତୀୟ ଗଣତନ୍ତ୍ର ଓ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ। ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବେଲଜିୟମ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ ଏବଂ କଲମ୍ବିଆ ଦେଶର ୧୪ ଜଣ ପ୍ରତିନିଧି ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ ।

ପରିଦର୍ଶନକାରୀମାନଙ୍କ ସମ୍ମୁଖରେ ନିର୍ବାଚନରେ ବ୍ୟବହୃତ ଇ.ଭି.ଏମର କାର୍ଯ୍ୟଶୈଳୀ ପ୍ରଦର୍ଶିତ କରାଯାଇଥିଲା। ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀ ମାନେ ଭାରତରେ ନିର୍ବାଚନ ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ପରିଚାଳନା ସମେତ ନିର୍ବାଚନର ବିଭିନ୍ନ ଦିଗ ଉପରେ ଉପସ୍ଥାପନା କରିଥିଲେ ।

ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP) ମଧ୍ୟରେ ପରିଦର୍ଶନକାରୀ ଅତିଥିମାନେ ନଭେମ୍ବର ୫-୬,୨୦୨୫ ତାରିଖ ବିହାର ଗସ୍ତ କରିବେ । ଅଂଶଗ୍ରହଣକାରୀମାନେ ନଭେମ୍ବର 5 ତାରିଖ ଇ.ଭି.ଏମ କେନ୍ଦ୍ର ପରିଦର୍ଶନ କରିବେ ଏବଂ ନଭେମ୍ବର ୬, ୨୦୨୫ ତାରିଖରେ ମତଦାନ ଦେଖିବେ ।

ଅନ୍ୟ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନର ନିର୍ବାଚନ ପରିଚାଳନା ସଂସ୍ଥା (EMBs) ସହିତ ସମ୍ପର୍କକୁ ଅଧିକ ସୁଦୃଢ କରିବା ପାଇଁ ଏହି ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP) ହେଉଛି ନିର୍ବାଚନ ଆୟୋଗର ଏକ ପ୍ରମୁଖ କାର୍ଯ୍ୟକ୍ରମ ।

୨୦୧୪ ମସିହାରୁ, ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP) ମାଧ୍ୟମରେ ଭାରତର ନିର୍ବାଚନ ବ୍ୟବସ୍ଥାକୁ ଅନ୍ତର୍ଜାତୀୟ-ସ୍ତରରେ ପ୍ରଦର୍ଶିତ କରାଯାଇଆସୁଛି ଏବଂ ନିର୍ବାଚନ ପରିଚାଳନା ପାଇଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ସମସ୍ତଙ୍କ ପାଇଁ ନିର୍ବାଚନ ଆୟୋଗ ଉପଲବ୍ଧ କରିଆସିଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...