ଭୁବନେଶ୍ୱର, ୦୪/୧୧: ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ ଠାରେ ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP), ୨୦୨୫ ଶୁଭାରମ୍ଭ କରାଯାଇଛି ।
ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିଶନର ଡକ୍ଟର ବିବେକ ଯୋଶୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପରିଦର୍ଶନକାରୀଙ୍କ ସହିତ ଭାରତୀୟ ଗଣତନ୍ତ୍ର ଓ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ। ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବେଲଜିୟମ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ ଏବଂ କଲମ୍ବିଆ ଦେଶର ୧୪ ଜଣ ପ୍ରତିନିଧି ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିଲେ ।
ପରିଦର୍ଶନକାରୀମାନଙ୍କ ସମ୍ମୁଖରେ ନିର୍ବାଚନରେ ବ୍ୟବହୃତ ଇ.ଭି.ଏମର କାର୍ଯ୍ୟଶୈଳୀ ପ୍ରଦର୍ଶିତ କରାଯାଇଥିଲା। ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀ ମାନେ ଭାରତରେ ନିର୍ବାଚନ ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ପରିଚାଳନା ସମେତ ନିର୍ବାଚନର ବିଭିନ୍ନ ଦିଗ ଉପରେ ଉପସ୍ଥାପନା କରିଥିଲେ ।
ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP) ମଧ୍ୟରେ ପରିଦର୍ଶନକାରୀ ଅତିଥିମାନେ ନଭେମ୍ବର ୫-୬,୨୦୨୫ ତାରିଖ ବିହାର ଗସ୍ତ କରିବେ । ଅଂଶଗ୍ରହଣକାରୀମାନେ ନଭେମ୍ବର 5 ତାରିଖ ଇ.ଭି.ଏମ କେନ୍ଦ୍ର ପରିଦର୍ଶନ କରିବେ ଏବଂ ନଭେମ୍ବର ୬, ୨୦୨୫ ତାରିଖରେ ମତଦାନ ଦେଖିବେ ।
ଅନ୍ୟ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନର ନିର୍ବାଚନ ପରିଚାଳନା ସଂସ୍ଥା (EMBs) ସହିତ ସମ୍ପର୍କକୁ ଅଧିକ ସୁଦୃଢ କରିବା ପାଇଁ ଏହି ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP) ହେଉଛି ନିର୍ବାଚନ ଆୟୋଗର ଏକ ପ୍ରମୁଖ କାର୍ଯ୍ୟକ୍ରମ ।
୨୦୧୪ ମସିହାରୁ, ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP) ମାଧ୍ୟମରେ ଭାରତର ନିର୍ବାଚନ ବ୍ୟବସ୍ଥାକୁ ଅନ୍ତର୍ଜାତୀୟ-ସ୍ତରରେ ପ୍ରଦର୍ଶିତ କରାଯାଇଆସୁଛି ଏବଂ ନିର୍ବାଚନ ପରିଚାଳନା ପାଇଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ସମସ୍ତଙ୍କ ପାଇଁ ନିର୍ବାଚନ ଆୟୋଗ ଉପଲବ୍ଧ କରିଆସିଛି ।

No comments:
Post a Comment