AFFILIATE MARKETING

https://binomo.com?a=90810425bb57&t=0

Thursday, November 13, 2025

ମହୁ ଗ୍ରାମପଞ୍ଚାୟତରେ ଚୋରାମଦ ବିକ୍ରି ଯୋଗୁ ପ୍ରତିବାଦ

ଚୋରାମଦ କାରବାର ପ୍ରତିବାଦରେ ମହୁ ଗ୍ରାମପଞ୍ଚାୟତ ବାସି 
ଆଳି - ପ୍ରଶାସନର ଅବଗତି ରେ ଚାଲିଛି ଚୋରାମଦ କାରବାର ଅଭିଯୋଗ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ମହୁ ଗ୍ରାମପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀ 

ଆଳି ବ୍ଲକ୍ ଅନ୍ତର୍ଗତ ମହୁ ଗ୍ରାମପଞ୍ଚାୟତରେ ଚୋରା
ମଦ ବିକ୍ରି କୁ ନେଇ ପଞ୍ଚାୟତ ବାସୀଙ୍କ ମିଳିତ ପ୍ରତିବାଦ । ପଞ୍ଚାୟତ ବାସୀଙ୍କ ପକ୍ଷରୁ ଆଳି ତହସିଲଦାର ଓ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ମହୁ ପଞ୍ଚାୟତରେ ଖୁଲମ ଖୁଲା ଚୋରା ମଦ
ବିକ୍ରି ଚାଲିଛି, ଏପରିକ ମହିଳା ବି ଏହି ମଦ କାରବାରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି l 

ସାରା ରାଜ୍ୟରେ ଯେତେ ବେଳେ ମହିଳା ମାନେ ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟ କୁ ବିରୋଧ କରୁଛନ୍ତି, ଏଠି କିଛି ମହିଳା ମାନେ ଚୋରା ମଦ ବିକ୍ରି କରି ପୁରା ମହିଳା ସମାଜ ପାଇଁ କଳଙ୍କ ହୋଇଛନ୍ତି ବୋଲି ଅଭିଯୋଗ
ଆଣିଛନ୍ତି ପଞ୍ଚାୟତ ବାସୀ। ସବୁଠୁ ବଡ଼ ବିଡମ୍ବନାର ବିଷୟ ମହିଳା ମାନେ ଚୋରା ମଦ ବିକ୍ରି କରୁଥିବାରୁ କେହି ଯଦି ବିରୋଧକରେ, ତାହାଲେ ତାଙ୍କୁ ବିଭିନ୍ନ ମିଥ୍ୟା
ମାମଲାରେ ଫସାଇଦେବା କୁ ଖୁଲମ ଖୁଲା ଧମକ ଦେଇଥିବା ଅଭିଯୋଗ ହୋଇଛି । 

ଅନ୍ୟ ପଟେ ଆଳି ଅଞ୍ଚଳର ସବୁ ଗାଁ ଗଣ୍ଡାରେ ଚୋରା ମଦ ବିକ୍ରି ହେଉଛି l ପାନଦୋକାନ ଓ ଚା ଦୋକାନରେ ବି ମଦର ବ୍ୟାପକ କାରବାର ହେଉଛି l ଛତୁଫୁଟିଲା ପରି ମଦ ଓ ଅନ୍ୟ ମାଦକଦ୍ରବ୍ଯ କାରବାର ବୃଦ୍ଧି ପାଇବାରେ ଲାଗିଛି। 

ଆଳି ଅବକାରୀ ବିଭାଗ ଙ୍କ ସମେତ ଆଳି ପୋଲିସ କିଛି କାର୍ଯ୍ୟନୁଷ୍ଠାନ ନେଉନଥିବା ସହ ଏ ଭଳି ଚୋରା ମଦ ବିକ୍ରିକୁ ପ୍ରୋତ୍ସନ ଦେଇଥିବା ଅଭିଯୋଗ କରିଛନ୍ତି। କିଛି ରାଜନୈତିକ ଦଳର କର୍ମୀ ଓ ନେତା ଏହାକୁ ପ୍ରୋତ୍ସାହିତ କରିବା ସହିତ ଚୋରା ମଦ ବ୍ଯବସାୟ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଇ ତାଙ୍କ ଛତ୍ରଛାୟା ତଳେ ରଖିଛନ୍ତି l ଫଳରେ କେହି ସମାଜ ସଂସ୍କାରକ ଏହି କାରବାରକୁ ରୋକିବାକୁ ସତସାହସ କରି ବିପଦକୁ ମୁଣ୍ଡକୁ ନେବାକୁ ଚାହୁଁନାହାନ୍ତି l

ମହୁ ଠାରେ ଯେଉଁଠି ମଦ ବ୍ୟବସାୟ କରାଯାଉଛି ସେହି ସ୍ଥାନରେ କିଛି ମିଟର ଦୂରତା ରେ ସରକାରୀ ସ୍କୁଲ ଓ ବିଭିନ୍ନ ଗ୍ରାମ ଦେବା ଦେବତୀ ଙ୍କ ମନ୍ଦିର, ଗ୍ରାମପଞ୍ଚାୟତ ଅଫିସ ଓ ମେଡ଼ିକାଲ ଅବସ୍ଥିତ ।

ସ୍କୁଲ କୁ ଯାଉଥିବା ଛାତ୍ରଛାତ୍ରୀ ଓ ମନ୍ଦିରକୁ ଯାଉଥିବା ଗାଁ ର ଶ୍ରଦ୍ଧାଳୁମାନେ ମଦ୍ୟପଙ୍କ ଅଭଦ୍ରାମିର ଶିକାର ହେଉଥିବା ପ୍ରକାଶ କରିଛନ୍ତି ଗ୍ରାମପଞ୍ଚାୟତର ସରପଞ୍ଚ  ମହେଶ୍ଵର ତ୍ରିପାଠୀ, ଆଶିଷ କର, ଚନ୍ଦନ ଜେନା,  ରାଜେନ୍ଦ୍ର ରାଉତ, ଆଲୋକ କର, ପ୍ରମୁଖ ଗ୍ରାମବାସୀ ।

ଅନ୍ୟ ପଟେ ପୋଲିସ କିମ୍ବା ଅବକାରୀ ବିଭାଗ ର ପ୍ରତିକ୍ରିୟା ମିଳି ନଥିବା ବେଳେ ତହସିଲ ଦାର ସୁମନ ଘୋଷ ପ୍ରତିକ୍ରିୟା ରଖି କହିଛନ୍ତି ମହିଳା ମାନେ ମଦ ବିକ୍ରି କରୁ ଥିବାରୁ ଦୁଃଖ ପ୍ରକାଶ କରୁଛି l ଖୁବ ଶୀଘ୍ର ଆଳି ପୁଲିସ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। 

ପ୍ରତିବାଦରେ ସାମିଲ ପଞ୍ଚାୟତବାସୀ ଆଳି ତହସିଲଦାର ଓ ଆଳି ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ନୂଆ ତହସିଲଦାର ସମଗ୍ର ଆଳି ବ୍ଲକ ରେ ଚାଲିଥିବା ଚୋରାମଦ କାରବାରକୁ ରୋକିବାରେ ସଫଳ ହେବେ ବୋଲି ସାଧାରଣରେ ଆଶା ସଞ୍ଚାର ହୋଇଛି l

No comments:

COASTAL NEWS

ଏକଲା ଚିନ୍ତା କର

Song Title: ସବୁ ସରିଯିବ (Sabu Sari Jiba - सब खत्म हो जाएगा) ​Music Style Command for Suno/Music Gen: ​ Genre: Odia Modern Sad ...