AFFILIATE MARKETING

https://binomo.com?a=90810425bb57&t=0

Monday, November 17, 2025

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ନିରବୀ ଗଲେ ହ୍ୟୁମାନ ସାଗର

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ଭୁବନେଶ୍ଵର, ୧୭/୧୧: ପରପାରିରେ ହ୍ୟୁମାନ ସାଗର। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ। ୩୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ହ୍ୟୁମାନ ସାଗର। ପରଲୋକ ନେଇ ପରିବାର ପକ୍ଷରୁ ଦିଆଗଲା ସୂଚନା। ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ। ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାମ କରୁ ନଥିଲା।

ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା। ଯୁବ ପିଢ଼ିଙ୍କ ପ୍ରଥମ ପସନ୍ଦର ଗାୟକ ଥିଲେ ହ୍ୟୁମାନ ସାଗର। ଅନେକ ଆଲବମ୍ ଓ ଫିଲ୍ମରେ ଗୀତ ଗାଇଥିଲେ ହ୍ୟୁମାନ। `ଇସ୍କ ତୁ ହି ତୁ’ ଗୀତ ଗାଇ ପ୍ରସିଦ୍ଧି ଅର୍ଜନ କରିଥିଲେ ହ୍ୟୁମାନ।

ଡାକ୍ତରୀ ଛାତ୍ରରୁ ମେଲୋଡ଼ି ଷ୍ଟାର; ଅଧୁରା ରହିଗଲା ଯାତ୍ରା

ସଙ୍ଗୀତ ଜଗତର ଅପୂରଣୀୟ କ୍ଷତି ହ୍ୟୁମାନଙ୍କ ବିୟୋଗ

 ଆଉ ନାହାନ୍ତି କଳାକାର ଜଗତର ତାରା ହ୍ୟୁମାନ ସାଗର। ତାଙ୍କ ବିୟୋଗରେ ପୂରା କଳାକାର ଜଗତ ସହ ସାରା ଓଡ଼ିଶା ସ୍ତବ୍ଧ। ତାଙ୍କ ବିୟୋଗ କଳାକାର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଲିଭର ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା। ଜୀବନ ସହ ସଂଗ୍ରାମ କରି ଶେଷରେ ଆଜି ରାତି ୯ଟା ୮ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୧୯୯୦ ମସିହା ନଭେମ୍ବର ୨୫ ତାରିଖରେ ବଲାଙ୍ଗୀରର ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିବା ହ୍ୟୁମାନଙ୍କ ଗୀତ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ରହିବ।

୨୦୧୨ରୁ ଆରମ୍ଭ ହୋଇ ଯାଇଥିଲା ହ୍ୟୁମାନଙ୍କ ସଙ୍ଗୀତ ଯାତ୍ରା। ରିୟଲିଟି ସୋରୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ସେ ୨୦୧୨ ମସିହାରେ ତରଙ୍ଗ ଟିଭିର “ଭଏସ୍ ଅଫ୍ ଓଡ଼ିଶା ସିଜନ୍ ୨” ର ସଙ୍ଗୀତ ପ୍ରତିଯୋଗିତା ଜିତିଥିଲେ।

ତାଙ୍କ ପାରିବାରିକ ପୃଷ୍ଠଭୂମି ମଧ୍ୟ ସଙ୍ଗୀତ ସହ ଜଡ଼ିତ ଥିଲା। ତାଙ୍କ ବାପା ଜଣେ କଣ୍ଠଶିଳ୍ପୀ ଥିଲେ। ତାଙ୍କ ଜେଜେବାପା ଜଣେ ସଂଗୀତଜ୍ଞ ଥିଲେ।

ତାଙ୍କୁ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଚର ଫିଲ୍ମ “ଇସ୍କ ତୁ ହି ତୁ” ମାଧ୍ୟମରେ ସୁଯୋଗ ମିଳିଥିଲା, ଯେଉଁଠାରେ ସେ ଅଭିଜିତ ମଜୁମଦାରଙ୍କ ଦ୍ୱାରା ରଚିତ ଟାଇଟଲ୍ ଟ୍ରାକ୍ ଗାଇଥିଲେ। ଯାହା ବହୁତ ହିଟ୍ ହୋଇଥିଲା। ଏହା ପରେ ସେ ଶହ ଶହ ଓଡ଼ିଆ ଚଳଚ୍ଚିତ୍ର ଗୀତ ଗାଇଛନ୍ତି। ସେ ଏକ ହିନ୍ଦୀ ଆଲବମ୍ “ମେରା ୟେ ଜହାଁ” ମଧ୍ୟ ତିଆରି କରିଛନ୍ତି।

କେବଳ ସଙ୍ଗୀତ ନୁହେଁ, ହ୍ୟୁମାନ ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲେ। ଛୋଟ ବେଳୁ ଭଲ ପାଠ ପଢୁଥିବା ହ୍ୟୁମାନ କଲେଜ ପାଠପଢ଼ା ପରେ ମେଡ଼ିକାଲ ଏଣ୍ଟ୍ରାନ୍ସ ପାସ୍ ହୋଇ ଏମବିବିଏସରେ ନାଁ ଲେଖାଇଥିଲେ। କିନ୍ତୁ ରୁଚି ଟାଣି ଆଣିଥିଲା ସଙ୍ଗୀତ ଜଗତକୁ। ଯାହା ଫଳରେ ପ୍ରଥମ ବର୍ଷ ଡାକ୍ତରୀ ପଢ଼ା ଛାଡ଼ି ସଙ୍ଗୀତ ଜଗତରେ ପାଦ ଥାପିଥିଲେ। ଏହା ପରେ ସେ ଆଉ ରୋକିନଥିଲେ। ସଙ୍ଗୀତ ଜଗତରେ ଦେଇ ଚାଲିଥିଲେ ଶହ ଶହ ହିଟ୍ ଗୀତ। ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ପ୍ରଥମ ପସନ୍ଦ ହ୍ୟୁମାନଙ୍କ ଗୀତ। ଯାହା ଆଜି ନିରବୀ ଯାଇଛି।

ହ୍ୟୁମାନଙ୍କ ବିୟୋଗ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ହରାଇଲା ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର, ୧୭/୧୧: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରି କହିଛନ୍ତି, “ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।”

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, “ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା; ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା। ତାଙ୍କ ସ୍ୱରର ଯାଦୁ ସବୁଦିନ ପାଇଁ ଓଡ଼ିଆ ଶ୍ରୋତାଙ୍କ ମନରେ ଅମର ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।”

No comments:

COASTAL NEWS

ଜଗନ୍ନାଥ କୀର୍ତ୍ତନ

ଶ୍ରୀ ଜଗନ୍ନାଥ ମହାକୀର୍ତ୍ତନ (Fast Kirtan Version) (Original • Royalty-Free • Chorus–Repeat Focused) ॥ ଆହ୍ୱାନ (Opening Shout) ॥ हरि ...