AFFILIATE MARKETING

https://binomo.com?a=90810425bb57&t=0

Sunday, November 2, 2025

ପରୀକ୍ଷା ବାତିଲ୍ ପାଇଁ ହୋଇଥିଲା ୧୦୦୦ କୋଟିର ବିଲ୍: ଶଙ୍କର ପୃଷ୍ଟିର ଚାଞ୍ଚଲ୍ୟକର ବୟାନ

କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଘନଘନ ଜେରା


ଭୁବନେଶ୍ଵର, ୦୨/୧୧: କିଛି ଦିନର ଲୁଚକାଳି ଖେଳ ପରେ ଧରାପଡ଼ିଛି ପୋଲିସ SI ନିଯୁକ୍ତି କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ଭୁବନେଶ୍ଵର ବିମାନବନ୍ଦରରେ ଗଣମାଧ୍ୟମକୁ ଶଙ୍କର ପୃଷ୍ଟି ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ମୁଖ୍ୟ କାର୍ପଟଦାର ନୁହେଁ, ଏହା ସମ୍ପୂର୍ଣ୍ଣ ମିଛ। ପରୀକ୍ଷା ବାତିଲ୍ କରିବାକୁ ହଜାରେ କୋଟିର ଡିଲ୍ ହୋଇଥିଲା। ଷଡ଼ଯନ୍ତ୍ରକାରୀଙ୍କ ସବୁ ଗୁମର ଖୋଲିଦେବି। ଗିରଫ ହୋଇଥିବା ୧୨୪ ଜଣଙ୍କ ଜନ୍ମକୁଣ୍ଡଳୀ କାଢ଼, ମୋର କାହା ସହ କଣ୍ଟାକ୍ଟ ନାହିଁ। ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢୁଛି। ହାଇକୋର୍ଟରେ ଆଗୁଆ ଜାମିନ କରିଛି, ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍ ନାହିଁ।

ସୂଚନାଯୋଗ୍ୟ, ନେପାଳ ସୀମା ଉତ୍ତରାଖଣ୍ଡରୁ ଶଙ୍କରଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆଣିଲା। ତେବେ ଗତ ମାସରେ ଧରି ପୁଲିସ SI ସ୍କାମ୍‌ ଜଣାପଡ଼ିବା ପରେ ଆତ୍ମଗୋପନ କରିଥିଲେ। ଦୁବାଇ ଯିବାକୁ ଯୋଜନା କରିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ।

ଭୁବନେଶ୍ଵର ବିମାନବନ୍ଦରରୁ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟ ଆସିଛନ୍ତି ପଞ୍ଚସଫ୍ଟ କମ୍ପାନୀର ମାଲିକ ଥିବା ଶଙ୍କର ପୃଷ୍ଟି। କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶଙ୍କରଙ୍କୁ ଘନଘନ ଜେରା କରାଯିବ। କୋର୍ଟଙ୍କ ଅନୁମତି ପରେ ଶଙ୍କରକୁ ରିମାଣ୍ଡରେ ନେଇପାରେ କ୍ରାଇମ୍‌ବ୍ରାଞ୍ଚ। ଶଙ୍କରକୁ ଟ୍ରାନଜିଟ୍‌ ରିମାଣ୍ଡରେ ଉତ୍ତରାଖଣ୍ଡରୁ ଆଣିଛି କ୍ରାଇମ୍‌ବ୍ରାଞ୍ଚ।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...