AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ଘରେ ପଶି ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ

COASTAL NEWS ODIA 1120

ଘରେ ପଶି ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ



ବ୍ରହ୍ମପୁର : ଭଞ୍ଜ ବିହାରୀ ମହାନ୍ତି - ବ୍ରହ୍ମପୁର ନୀଳକଣ୍ଠନଗରରେ ଘରେ ପଶି ମହିଳାଙ୍କୁ ହତ୍ୟାର ପର୍ଦ୍ଦାଫାସ । ଘର ଡ୍ରାଇଭର ହତ୍ୟାକାରୀ। ଘର ଭିତରେ ପଶି ମାଲିକାଣୀଙ୍କୁ ହତ୍ୟା କରିଥିଲା ଡ୍ରାଇଭର। ଏନେଇ ବ୍ରହ୍ମପୁର SDPO ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ନୀଳକଣ୍ଠ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସୌଦାମିନୀ ରଥ । ସେ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟ ଥିଲେ।

ଗତକାଲି ବିଳମ୍ବିତ ରାତିରେ ଘରେ ଏକୁଟିଆ ଥିଲେ ସୌଦାମିନୀ । କାହା ସହ ମୋବାଇଲ ଫୋନରେ କଥା ହେଉଥିବା ବେଳେ ଡ୍ରାଇଭର ଆକ୍ରମଣ କରିଥିଲା। ଡ୍ରାଇଭରକୁ ଅଟକ ରଖି ଅଧିକ ଖୋଳତାଡ କରୁଛି ଗୋଷାଣୀ ନୂଆଗାଁ ଥାନା ପୋଲିସ । ତେବେ କଣ ପାଇଁ ମାଲିକାଣୀଙ୍କ ହତ୍ୟାକାରୀ ସାଜିଲା ଡ୍ରାଇଭର ସେନେଇ ତନାଘନା ଜାରି ରହିଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...