AFFILIATE MARKETING

https://binomo.com?a=90810425bb57&t=0

Sunday, October 1, 2023

ଭୁବନେଶ୍ବର କୁ ଜିଲ୍ଲା ମାନ୍ୟତା ଦାବି

COASTAL NEWS ODIA 959

ଭୁବନେଶ୍ବର କୁ ଜିଲ୍ଲା ମାନ୍ୟତା ଦାବି


 
ଭୁବନେଶ୍ୱର - ଭୁବନେଶ୍ୱରକୁ ଜିଲା ମାନ୍ୟତା ପ୍ରଦାନ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି। ଏଥୂପାଇଁ ବିଭିନ୍ନ ସଙ୍ଗଠନଗୁଡ଼ିକ ପକ୍ଷରୁ ସଭାସମିତି କରି ଦସ୍ତଖତ ସଂଗ୍ରହ କରାଯାଇଛି । ଭୁବନେ ଶ୍ୱର ଆଇନଜୀବୀମାନେ ମଧ୍ୟ ଜିଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରଖୁଛନ୍ତି। ଜିଲା ପୁର୍ନଗ ଠନ ପ୍ରକ୍ରିୟାରେ ଭୁବନେଶ୍ୱରକୁ ସାମିଲ କରି ଜିଲା ମାନ୍ୟତା ଦେବାକୁ ଆଇନଜୀବୀମାନେ ଦାବି କରିଛନ୍ତି। 

ସେପ୍ଟେମ୍ବର ୨୯, ୧୯୯୩ରେ ଭୁବନେ ଶ୍ଵର ଓକିଲଙ୍କ ଦାବିକୁ ଗ୍ରହଣ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଭୁବନେଶ୍ଵର କଚେରି ନିକଟରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ କରିଥିଲେ । ତାହା ଅନେକ ଦିନ କାର୍ଯ୍ୟ କଲା ପରେ ରାଜ୍ୟ ସରକାର ହଠାତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଖୋର୍ଦ୍ଧାକୁ ସ୍ଥାନାନ୍ତର କରିଥିଲେ। ସେହିଦିନଠାରୁ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରିବା ପାଇଁ ଆନ୍ଦୋଳନ ଜାରିରହିଛି । 

ରାଜଧାନୀ ବାସିନ୍ଦା ଏବଂ ଅନ୍ୟାନ୍ୟ ସଙ୍ଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ସରକାର ଅଗ୍ରାଧିକାର ଭିତ୍ତିରେ ଭୁବନେଶ୍ବରକୁ ଜିଲା ମାନ୍ୟତା ନ ଦେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପିସିସି ବରିଷ୍ଠ ଉପସଭାପତି ତଥା ବରିଷ୍ଠ ଆଇନଜୀବୀ(ଆଡ଼ଭୋକେଟ) ଶିବାନନ୍ଦ ରାୟ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।


No comments:

COASTAL NEWS

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶ...