AFFILIATE MARKETING

https://binomo.com?a=90810425bb57&t=0

Sunday, October 1, 2023

ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ହତ୍ୟା ମାମଲା

COASTAL NEWS ODIA 960

ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ହତ୍ୟା ମାମଲା


କୋଦଳା - ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଗତ ୨୮ତାରିଖ ରାତିରେ ଆସିକା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ତଥା ଆସିକା ବ୍ଲକ୍ କୋଟିନଡ଼ା ଥାନା ଅନ୍ତର୍ଗତ ବରଗାଁର ଦୁର୍ଦ୍ଦାନ୍ତ ସୁନୀଲ ନାହାକ ହତ୍ୟା ଘଟଣା ରାଜନୈତିକ ମୋଡ଼ ନେଇଛି । ଏହି ହତ୍ୟାକାଣ୍ଡ ପଛରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ବାମୀ ତଥା ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷ ଦୈତାରୀ ବେହେରାଙ୍କ ହାତ ରହିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । 

ରାଜନୈତିକ ଶତ୍ରୁତାରୁ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏତଲାକାରୀ ତଥା ଦାନପୁର ଗ୍ରାମର ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ କୋଦଳା ଥାନା ପୁଲିସ କେସ୍ ନମ୍ବର ୪୭୩/୨୩ ଦଫା ୧୨୦-ବି, ୨୯୪, ୩୦୨, ୩୦୭, ୩୨୩, ୩୨୪, ୩୪ ଓ ୩୪୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । 

ଦୈତାରୀଙ୍କ ସହିତ ଦାନପୁର ଗ୍ରାମରେ ଆଉ ଜଣେ ବିଜେଡି ଯୁବ ନେତା କୁମର ସାହୁଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ମୋଟ ୪ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଗତକାଲି ଦୀପକ ଖଟୁଆ ଓ ଜିତେନ୍ଦ୍ର ପ୍ରଧାନ ଓରଫ୍ ଜିତୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଅନ୍ୟତମ ଅଭିଯୁକ୍ତ ତଥା ଖଲ୍ଲିକୋଟ ବ୍ଲକ୍ ଅଧ୍ୟକ୍ଷ ଦୈତାରୀ ଓ କୁମରଙ୍କୁ ପୁଲିସ ବର୍ତ୍ତମାନ ସୁଦ୍ଧା ଗିରଫ କରି ନାହିଁ । ଏତଲାକାରୀ ମନୋଜ ତାଙ୍କର ଏତଲାରେ ଦର୍ଶାଇଛନ୍ତି ଯେ, ଗତ ୨୮ତାରିଖ ରାତି ପ୍ରାୟ ୮ଟା ୧୫ ମିନିଟରେ ସେ ଓ ତାଙ୍କର ବନ୍ଧୁ ସୁନୀଲ ଓରଫ୍ ଯୁଧିଷ୍ଠିର ନାହାକ ଦାନପୁର ଗ୍ରାମ ଗଣେଶ ପୂଜା ମଣ୍ଡପ ନିକଟରେ ପ୍ରସାଦ ସେବନ କରୁଥିଲେ । ଏହି ସମୟର କୁମର, ଦୀପକ ଓ ଜିତୁ ସେଠାକୁ ଆସି ଅଭଦ୍ର ଭାଷାରେ ଗାଳି କରି ଦୈତାରୀଙ୍କୁ କାହିଁକି ବିରୋଧ କରୁଛୁ ବୋଲି କହିବା ସହ ମନୋଜଙ୍କୁ ଆକ୍ରମଣ କରିଥିଲେ । ଏହା ଦେଖି ନିକଟରେ ଛିଡ଼ା ହୋଇଥିବା ସୁନୀଲ ପ୍ରତିବାଦ କରିବାରୁ ସେମାନେ ସୁନୀଲଙ୍କୁ ଶାବଳ, ଲୁହାରଡ଼ ଓ ଛୁରିରେ ଆକ୍ରମଣ କରିଥିଲେ । ସୁନୀଲ ତଳେ ପଡ଼ିଯିବା ପରେ ସେମାନେ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣା ସ୍ଥଳରେ ହିଁ ସୁନୀଲଙ୍କ ମୃତ୍ୟୁ ଘଟିଥିଲା ବୋଲି ମନୋଜ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ମନୋଜଙ୍କ ସହିତ ଦୈତାରୀଙ୍କ ରାଜନୈତିକ ଶତ୍ରୁତା ରହିଥିଲା । ଏଣୁ ଦୈତାରୀଙ୍କ ପ୍ରରୋଚନାରେ ଆକ୍ରମଣ ହୋଇଥିବା ମନୋଜ ଅଭିଯୋଗ କରିଛନ୍ତି। 

ସେପଟେ ବ୍ଲକ୍ ଅଧ୍ୟକ୍ଷ ଦୈତାରୀ କହିଛନ୍ତି, ମୁଁ ଘଟଣା ଦିନ ଭୁବନେଶ୍ବରରେ ଥିଲି। ସେହି ଘଟଣା ସମ୍ପର୍କରେ ମୁଁ କିଛି ଜାଣି ନାହିଁ । ସେହି ପଞ୍ଚାୟତରୁ ମୁଁ ସମିତି ସଭ୍ୟ ହୋଇଛି। ଏଣୁ ବିରୋଧୀ ଗୋଷ୍ଠୀ ମୋ ନାମରେ ଏଭଳି ମିଥ୍ୟା ଅଭିଯୋଗ କରି ଥାଇପାରନ୍ତି। ଘଟଣାର ତଦନ୍ତ ହେଉ, ତଦନ୍ତରେ ମୁଁ ପୂର୍ଣ୍ଣ ସହଯୋଗ କରିବି। ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...