AFFILIATE MARKETING

https://binomo.com?a=90810425bb57&t=0

Sunday, October 1, 2023

ପାକିସ୍ତାନ କୁ ହରାଇ ଭାରତକୁ ସ୍ବର୍ଣ୍ଣ ପଦକ

COASTAL NEWS ODIA 961

ପାକିସ୍ତାନ କୁ ହରାଇ ଭାରତକୁ ସ୍ବର୍ଣ୍ଣ ପଦକ



ହ୍ବାଙ୍ଗଝୋ - ଏସୀୟ କ୍ରୀଡ଼ାର ପୁରୁଷ ସ୍କାଶ squash ଦଳଗତ ବିଭାଗରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି।ଶନିବାର ଖେଳାଯାଇଥିବା ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରିଥିଲା ଭାରତୀୟ ଦଳ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲା। 

ପ୍ରଥମ ମ୍ୟାଚ୍‌ରେ ଭାରତର ମହେଶ ମାଙ୍ଗ ଗାଓକରଙ୍କୁ ପାକିସ୍ତାନର ନାସିର୍ ଇକବାଲ୍ ୧୧-୮, ୧୧-୩, ୧୧-୨ ପଏଣ୍ଟରେ ପରାସ୍ତ କରିଥିଲେ । ପରବର୍ତ୍ତୀ ମ୍ୟାଚ୍‌ରେ ଭାରତର ସୌରଗ ଘୋସାଲ ଚମତ୍କାର ପ୍ରଦର୍ଶନ କରିବା ସହ ପାକିସ୍ତାନର ମହମ୍ମଦ ଆସିମ୍ ଖାନ୍‌ଙ୍କୁ ୧୧-୫, ୧୧-୧, ୧୧-୩ ପଏଣ୍ଟରେ ପରାସ୍ତ କରି ଖେଳକୁ ୧-୧ ସ୍ତରକୁ ଆଣିଥିଲେ। 

ତୃତୀୟ ମ୍ୟଚାରେ ଭାରତର ଅଭୟ ସିଂହ ଓ ପାକିସ୍ତାନର ନୁର ଜମନଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌କୁ ଅଭୟ ୧୧- ୭, ୯-୧୧, ୭-୧୧, ୧୧-୯ ଓ ୧୨-୧୦ ପଏଣ୍ଟରେ ଜିତି ଭାରତ ନିମନ୍ତେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଥମ ସେଟ୍‌କୁ ଅଭୟ ସହଜରେ ୧୧-୭ ପଏଣ୍ଟରେ ଜିତିଥିବା ବେଳେ ଦ୍ବିତୀୟ ସେଟ୍‌ରେ ନୁର ଭଲ ପ୍ରଦର୍ଶନ କରିବା ସହ ୯-୧୧ରେ ବିଜୟୀ ହୋଥିଲେ। 

ସେହିପରି ତୃତୀୟ ସେଟ୍‌ରେ ମଧ୍ୟ ନୁର୍ ବିଜୟୀ ହୋଇ ଆଗୁଆ ହୋଇ ପାରିଥିଲେ । ତେବେ ଚତୁର୍ଥ ସେଟ୍‌ରେ ଅଭୟ ଲଢ଼ୁଆ ଖେଳ ପ୍ରଦର୍ଶନ କରିବା ସହ ୧୧-୯ ପଏଣ୍ଟରେ ଜିତି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣି ପାରିଥିଲେ। ପଞ୍ଚମ ସେଟ୍‌ରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ଅଭୟ ଧୈର୍ଯ୍ୟପୂର୍ଣ୍ଣ ଖେଳ ଜାରି ରଖିବା ସହ ଏହି ସେଟ୍‌କୁ ୧୨-୧୦ରେ ଜିତିଥିଲେ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...