AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ : ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ

COASTAL NEWS ODIA 1055

ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ : 
୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ



ହାଙ୍ଗଝୌ - ଭଞ୍ଜ ବିହାରୀ ମହାନ୍ତି - ଏସିଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ । ହାଙ୍ଗଝୌରେ ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଭାରତ ୧୦୦ ପଦକ ଜିତିଛି । ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ । ୧୦୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଭାରତକୁ ୨୫ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ମିଳିଛି । ୧୪ଦିନରେ ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ଚାଇନିଜ୍ ତାଇପେକୁ ୨୬-୨୫ରେ ହରାଇଲା ଭାରତ ।

ସେହିପରି ତୀରନ୍ଦାଜୀରେ ଭାରତକୁ ୪ଟି ପଦକ ମିଳିଛି । ଓଜାସ ପ୍ରବୀଣ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ଓଜାସଙ୍କ ଠାରୁ ହାରି ଅଭିଷେକ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।

ଅନ୍ୟପକ୍ଷରେ ତୀପନ୍ଦାଜୀରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସ୍ୱର୍ଣ୍ଣ ଜିତିଛନ୍ତି । ଏଥିରେ ସେ ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଛନ୍ତି । ସମାନ ବର୍ଗରେ ଅଦିତି ଗୋପୀଚାନ୍ଦ ବ୍ରୋଞ୍ଜ ଜିତିଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...