AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ୨ ମହିଳା

COASTAL NEWS ODIA 1054

ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ୨ ମହିଳା



ସୁନ୍ଦରଗଡ଼ - ଭଞ୍ଜ ବିହାରୀ ମହାନ୍ତି - ଜନଗହଳିପୂର୍ଣ୍ଣ ରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଚାଲିଚାଲି ଯାଉଥିଲେ ୨ ମହିଳା। ରାସ୍ତାରେ ଲୋକଙ୍କ ଯାତାୟତ ଲାଗି ରହିଥିଲା। ସବୁଠାରୁ ବଡ଼ କଥା, ଏସବୁ ସମସ୍ତେ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସୁ ନଥିଲେ। ବରଂ ସମସ୍ତେ ସାଜିଥିଲେ ଦେଖଣାହାରୀ। ଲାଗୁଥିଲା ସତେ ଯେମିତି ମାନବିକତା ମରି ଯାଇଛି। 

ଏହି ସମୟରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। କାର୍‌ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ସଭ୍ୟ ସମାଜକୁ ଦୋହଲାଇ ଦେଲା ଭଳି ଏଭଳି ଲଜ୍ଜାକର ଓ ଅଭାବନୀୟ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲି ଚାଲି ଯାଉଥିଲେ। ଉଭୟ ମହିଳା ପୂରା କ୍ଲାନ୍ତ ଓ ମାନସିକ ଭାବେ ସାମାନ୍ୟ ଦୁର୍ବଳ ଥିଲେ। ଏକମୁହାଁ ହୋଇ ରାସ୍ତାରେ ଚାଲିଚାଲି ଯାଉଥିଲେ।ରାସ୍ତାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣଲୋକଙ୍କ ଯାତାୟତ ଲାଗି ରହିଥିଲା। ସମସ୍ତେ ଏହି ଦୁଇ ମହିଳାଙ୍କର ଉଲଗ୍ନ ରୂପ ଦେଖୁଥିଲେ, କିନ୍ତୁ ସେମାନଙ୍କ ଲଜ୍ଜା ନିବାରଣ ପାଇଁ କେହି ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସୁନଥିଲେ। 

ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ତାଙ୍କର  ଆଖି ଦୁଇ ମହିଳାଙ୍କ ଉପରେ ପଡ଼ି ଯାଇଥିଲା।  ନିଜ କାର୍‌କୁ  ରଖିବାକୁ ଡ୍ରାଇଭରକୁ କହିଥିଲେ। ସଙ୍ଗେ ସଙ୍ଗେ ଗାଡ଼ି ଭିରକୁ ବାହାରି  ଆସି   ପହଞ୍ଚିଥିଲେ। ଏହାସହ। ବିଧାୟିକା କାର୍‌ରେ ଥିବା ଉତ୍ତରୀୟ ଆଣି ଦୁଇ ମହିଳାଙ୍କୁ ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ।  ତାଙ୍କ ସାଙ୍ଗରେ ଥିବା କର୍ମୀମାନେ ମଧ୍ୟ ବିଧାୟକାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ।  ପରେ ବିଧାୟିକା ମହିଳା ଦ୍ୱୟଙ୍କୁ ସଦରଥାନା ପୁଲିସ୍‌ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମାରେ ଦେଇଥିଲେ।

ଦୁଇ ମହିଳା ଏବେ ଆସ୍ଥାଗୃହରେ ଅଛନ୍ତି। ଜଣେ ମହିଳାଙ୍କର ବୟସ ୨୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଦୁଇ ମହିଳା କେଉଁଠୁ ଆସିଲେ, କୁଆଡ଼େ ଯାଉଥିଲେ, ସେମାନଙ୍କୁ ଏ ଅବସ୍ଥା‌ରେ କିଏ ଛାଡ଼ିଲା, ସେମାନଙ୍କ ପରିଚୟ କ’ଣ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ବିଧାୟକ ଦୁଇ ମହିଳା ଉତ୍ତରୀୟ ପିନ୍ଧାଇଦେବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି। ବିସ୍ଫୋରଣ, ୫ ମୃତ

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...