AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

X, YouTube ଓ Telegramକୁ ସରକାରଙ୍କ ନୋଟିସ

COASTAL NEWS ODIA 1056

X, YouTube ଓ Telegramକୁ ସରକାରଙ୍କ ନୋଟିସ




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶ ଜାରି କରଯାଇଛି। ଭାରତ ସରକାର ଏଥର ସୋସିଆଲ ମିଡ଼ିଆ ପାଇଁ ନୂଆ ଓ କଡ଼ା ନିିୟମ ଲାଗୁ କରିବାକୁ ଯୋଜନା କରିଛନ୍ତି। ଶିଶୁ ଯୈାନ ଶୋଷଣ ବିଷୟବସ୍ତୁକୁ ନେଇ ସୋସିଆଲ ମିଡ଼ିଆରେ ହେଉଥିବା ପୋଷ୍ଟକୁ ଧ୍ୟାନରେ ରଖି ଏହି ନିୟମ ଲାଗୁ କରାଯାଇଛି।

ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଯେମିତିକି ଏକ୍ସ, ୟୁଟ୍ୟୁବ ଓ ଟେଲିଗ୍ରାମକୁ ନୋଟିସ୍‌ ଜାରି କରିଛି। ନୋଟିସ୍‌ ରେ ସେମାନଙ୍କ ପ୍ଲାଟଫର୍ମରୁ ସମସ୍ତ ଶିଶୁ ଯୈାନ ଶୋଷଣ ସମ୍ପର୍କିତ ବିଷୟବସ୍ତୁ ବା ସିଏସଏଏମ ହଟାଇବାକୁ ଚେତାବନୀ ଦେଇଛି।

ଏମିତିରେ ସେମାନଙ୍କ ପ୍ଲାଟଫର୍ମରୁ ଏଭଳି କଣ୍ଟେଟକୁ ପର୍ମାନେଣ୍ଟ ହଟାଇବା କିିମ୍ବା ଆକ୍ସେସ କୁ ପୁରା ଡିଆକ୍ଟିଭେଟ କରିବାକୁ ଆଦେଶ ଦିଆଯାଇଛି। ଏହାବାଦ ଭବିଷ୍ୟତରେ ଏଭଳି କଣ୍ଟେଟର ପ୍ରଚାର ପ୍ରସାର କରିବା ଉପରେ ରୋକ ଲଗାଇବା ପାଇଁ ମଡରେସନ୍‌ ଆଲଗୋରିଦିମ ଏବଂ ରିପୋର୍ଟିଂ ମେକାନିଜିମ ଭଳି ସକି୍ରୟ ପଦକ୍ଷେପ କୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ଏମଇଆଇଟିଆଇର ଏହି ନୋଟିସ୍‌ ରେ କୁହାଯାଇଛି ଯେ, ଯଦି ଏହି ନିର୍ଦ୍ଦେଶକୁ ପାଳନ ନକରାଯାଏ ତେବେ ଆଇଟି ନିୟମ ୩(୧)(ବି) ଏବଂ ନିୟମ ୪(୪) ୨୦୨୧ ର ଉଲଂଘନ ହୋଇଛି ବୋଲି ଦର୍ଶାଯାଇ ସେହି ପ୍ଲାଟଫର୍ମ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ମନ୍ତ୍ରାଳୟ ୩ ଟି ସୋାସିଆଲ ମିଡ଼ିଆ ମଧ୍ୟସ୍ଥିକୁ ଚେତାବନୀ ଦେଇଛି। ନୋଟିସ ପାଳନ କରିବାରେ ବିଳମ୍ବ ହେଲେ ଆଇଟି ଆଇନର ଧାରା ୭୯ ଅନୁଯାୟୀ ସେମାନଙ୍କୁ ସବୁ ସୁବିଧାରୁ ବାଦ୍‌ କରାଯିବ। ଯାହା ବି ତାଙ୍କୁ ସପୋର୍ଟ କରୁଛି ତଥା ଆଇନଗତ ଦାୟିତ୍ୱରୁ ରକ୍ଷା କରୁଛି।

ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଏକ୍ସ, ୟୁଟ୍ୟୁବ ଓ ଟେଲିଗ୍ରାମ ଆଗକୁ ଯେପରି ସେମାନଙ୍କ ପ୍ଲାଟଫର୍ମରେ କୌଣସି ଶିଶୁ ଯୋନ ନିର୍ଯ୍ୟାତନା କଣ୍ଟେଟ ରଖିବେ ନାହିଁ। ଏଥିରେ ଅଧିକାଂଶ ପଜିଟିଭ କଣ୍ଟେଟ ହିଁ ପୋଷ୍ଟ ହେବ ଯାହାକି ସମାଜ ପାଇଁ ଭଲ ସନ୍ଦେଶ ପଠାଇବ।

ଏହାବ୍ୟତିତ ଆଇଟି ଅଧିନିୟମରେ ସୋସିଆଲ ମିଡ଼ିଆ ଓନର କଡ଼ା କଡ଼ି ଭାବେ ସେମାନଙ୍କ ପ୍ଲାଟଫର୍ମରେ ଅପରାଧିକ କିମ୍ବା ହାନିକାରକ ପୋଷ୍ଟକୁ ଅନୁମତିି ଦେବେ ନାହିଁ। ଯଦି ସେମାନେ ଏହାକୁ ନମାନନ୍ତି ତେବେ ଆଇଟି ଧାରା ୭୯ ଅନୁଯାୟୀ ସେମାନଙ୍କ ଠାରୁ ସମସ୍ତ ସୁବିଧା ହଟାଇନିଆଯିବ। ମୋଟ ଉପରେ ଭାରତୀୟ ଇଣ୍ଟରନେଟରେ କୌଣସି କ୍ଷତିକାରକ କଣ୍ଟେଟ ଯାହାକି ସୋସାଇଟିକୁ ଏକ ଖରାପ ମେସେଜ ଦେଉଥିବ ସେସବୁକୁ ପୋଷ୍ଟ କରିବା ଉପରେ ରୋକ ଲଗାଇବାକୁ କହିଛନ୍ତି। ଯାହାକୁ ମାନିବାକୁ ସମସ୍ତେ ବାଧ୍ୟ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...