AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ଇସ୍ରୋର ମିଶନ ମଙ୍ଗଳଯାନ-୨, ଦୀର୍ଘ ୯ ବର୍ଷ ପରେ ପୁଣି ମଙ୍ଗଳ ଗ୍ରହର ଉନ୍ମୋଚନ କରିବ ରହସ୍ୟ

COASTAL NEWS ODIA 997

ଇସ୍ରୋର ମିଶନ ମଙ୍ଗଳଯାନ-୨, ଦୀର୍ଘ ୯ ବର୍ଷ ପରେ ପୁଣି ମଙ୍ଗଳ ଗ୍ରହର ଉନ୍ମୋଚନ କରିବ ରହସ୍ୟ




ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଚନ୍ଦ୍ରଯାନ-୩ ଓ ଆଦିତ୍ୟ-ଏଲ୍-୧ ମିଶନର ସଫଳତା ପରେ ଇସ୍ରୋର ମଙ୍ଗଳଯାନ-୨। ୨୦୧୪ ମସିହାରେ ଇସ୍ରୋର ପ୍ରଥମ ମଙ୍ଗଳ ମିଶନ ସଫଲତାପୂର୍ବକ ଶେଷ ହୋଇଥିଲା । ୯ବର୍ଷ ପରେ ବଡ଼ ଉଦ୍ଦେଶ୍ୟ ଓ ରଣନୀତି ସହିତ ମଙ୍ଗଳଯାନ-୨ ମିଶନର ଯୋଜନା କରିଛି ଇସ୍ରୋ । ମଙ୍ଗଳ କକ୍ଷରେ ପ୍ରବେଶ କରିବା ଥିଲା ମଙ୍ଗଳଯାନ-୧ ମିଶନର ଉଦ୍ଦେଶ୍ୟ । ଏବେ ମଙ୍ଗଳଯାନ-୨ ମିଶନ ଲାଲ୍ ଗ୍ରହରେ ନୂଆ ନୂଆ ଆବିଷ୍କାର କରିବ। ଇସ୍ରୋର ୨ୟ ମଙ୍ଗଳ ମିଶନର ନାମ ‘ମାର୍ସ ଅର୍ବିଟର ମିଶନ-୨’।

ଫିଜିକାଲ ରିସର୍ଚ୍ଚ ଲାବୋରେଟୋରି ରିପୋର୍ଟ ଅନୁସାରେ , ମଙ୍ଗଳଯାନ-୨ରେ ୪ଟି ପେଲୋଡ ସଂଲଗ୍ନ ହେବ , ଯାହା ଲାଲ୍ ଗ୍ରହ ମଙ୍ଗଳର ବାୟୁମଣ୍ଡଳ , ପରିବେଶ ଓ ଆନ୍ତଗ୍ରହୀୟ ଧୂଳିର ଅଧ୍ୟୟନ କରିବ। ଏହି ୪ଟି ପେଲୋଡରେ ରହିଛି ଗୋଟିଏ ମାର୍ସ ଅର୍ବିଟର ଡଷ୍ଟ ଏକ୍ସପେରିମେଣ୍ଟ, ଗୋଟିଏ ରେଡିଓ ଓକୁଲ୍ଟେନସନ ଏକ୍ସପେରିମେଣ୍ଟ, ଗୋଟିଏ ଏନର୍ଜେଟିକ୍ ସ୍ପେକ୍ଟ୍ରୋମିଟର ଓ ଏକ ଲାଙ୍ଗମୁଇର ପ୍ରୋବ ଆଣ୍ଡ ଇଲେକ୍ଟ୍ରିକ ଫିଲ୍ମ ଏକ୍ସପେରିମେଣ୍ଟ। ଭାରତ ପାଇଁ ମଙ୍ଗଳଯାନ-୨ ମିଶନ ଅନ୍ୟତମ ବଡ଼ ପ୍ରୋଜେକ୍ଟ ହେବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ୍ .ସୋମନାଥ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...