AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୩ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର

COASTAL NEWS ODIA 998

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୩ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର




ସ୍ଵିଡେନ - ଭଞ୍ଜ ବିହାରୀ ମହାନ୍ତି - ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଇଁ ନୋବେଲ ପୁରସ୍କାର ଘୋଷଣା। ଫିଜିକ୍ସରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ୱିଡିଶ ଏକାଡେମୀ ତରଫରୁ ହୋଇଥିବା ଘୋଷଣା ମୁତାବକ, ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍‌ କ୍ରୁଜ ଓ ଏନି ଏଲ୍‌ ହୁଇଲିୟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ରୟାଲ ସ୍ୱିଡିଶ ଏକାଡେମୀ କହିଛି ଯେ ବୈଜ୍ଞାନିକମାନଙ୍କୁ ପଦାର୍ଥ ବିଜ୍ଞାନରେ ସେମାନଙ୍କ ପରୀକ୍ଷାମୂଳକ ପ୍ରୟୋଗ ପାଇଁ ନୋବେଲ ଦିଆଯାଉଛି। ଏକ ପରୀକ୍ଷାମୂଳକ ପ୍ରଣାଳୀ, ଯାହା ପଦାର୍ଥରେ ଇଲେକ୍ଟ୍ରୋନ୍‌ ଗତିଶୀଳତାର ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ୍‌ ପଲ୍‌ସ ଉତ୍ପନ୍ନ କରିଥାଏ।

ସେହିପରି ମେଡିସିନ୍ ପାଇଁ ୨ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ। MrNA-କୋଭିଡ ଭ୍ୟାକ୍ସିନ୍ କ୍ଷେତ୍ରରେ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି।

୨୦୨୦ରେ ବିଶ୍ୱରେ ଆରମ୍ଭ ହୋଇଥିଲା କୋଭିଡ ମହାମାରୀ, ଯାହା ସାରା ବିଶ୍ୱକୁ ଗ୍ରାସିଥିଲା। ବିଶ୍ୱର ମାନବ ସମାଜ ପ୍ରତି ଏହା ବଡ଼ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଥିଲା। କରୋନା ସହ ଲଢ଼ିବା ପାଇଁ MrNA-କୋଭିଡ ଭ୍ୟାକ୍ସିନ୍ ଗବେଷଣା କ୍ଷେତ୍ରରେ କାଟାରିନ୍ ଓ ୱିଜମ୍ୟାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ପ୍ରଥମ ଥର ୧୯୦୧ରେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା। ୧୯୬୮ରେ ସ୍ୱିଡେନ୍‌ର ସେଣ୍ଟ୍ରାଲ ବ୍ୟାଙ୍କ୍‌ ଏଥିରେ ଆଉ ଏକ କାଟେଗୋରୀ ଇକୋନୋମିକ୍‌ ସାଇନ୍ସେସ୍‌କୁ ଯୋଡ଼ିଥିଲା। ନୋବେଲ ପୁରସ୍କାର ପାଇଥିବା ବ୍ୟକ୍ତିତ୍ୱଙ୍କୁ ଏକ ଡିପ୍ଲୋମା, ଏକ ମେଡାଲ୍‌ ସହ ୧୦ ମିଲିୟନ ସ୍ୱିଡିଶ୍‌ କ୍ରୋନା (ପାଖାପାଖି ୭୫୭୬୪୭୨୭ ଟଙ୍କା)ର ନଗଦ ରାଶି ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଅଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ପୁଣ୍ୟତିଥି ଅର୍ଥାତ୍‌ ଡିସେମ୍ବର ୧୦ରେ ପ୍ରଦାନ କରାଯାଏ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...