AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ଗୋଚର ଜମିରୁ ଗଛ କଟାକୁ ବିରୋଧ

COASTAL NEWS ODIA 1110

ଗୋଚର ଜମିରୁ ଗଛ କଟାକୁ ବିରୋଧ



ଆଳି - ୧୧/୧୦ - (CNO) ଆଳି ତହସିଲ ଅନ୍ତର୍ଗତ ପଦନୀପାଳ ଗ୍ରାମ ପଞ୍ଚାୟତର ଦୈତାରୀପୁର ମୌଜାରେ ଥିବା ଏକ ବଡ଼ ବରଗଛକୁ କିଛି ବ୍ୟକ୍ତି କାଟୁଥିବା ବେଳେ ଏହାକୁ ବିରୋଧ କରି ପଦନିପାଳ ସରପଞ୍ଚ ବିକ୍ରମ ମଳିକ  ଆଳି ଥାନା ଓ ତହସିଲର ଦ୍ଵାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଏ ନେଇ ଆଳି ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାରୁ ଅଭିଯୋଗ ର ଅନୁସନ୍ଧାନ ଓ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି I

ବିକ୍ରମଙ୍କ ଅଭିଯୋଗ ଅନୁଯାୟୀ ଦୈତାରୀପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଥିବା ଏକ ବଡ଼ ବରଗଛକୁ ବିଦ୍ୟାଧର ନାୟକ, ସୁନିଲ ଦାସ, ସୁକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ମଳିକ, ରମାକାନ୍ତ ଦାସଙ୍କ ସହିତ ଅନ୍ୟ କିଛି ଲୋକ ବୁଧବାର ସକାଳେ କାଟୁଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ। ଗଛ କାଟିବାକୁ କିଏ ଅନୁମତି ଦେଲେ ବୋଲି ପଚାରିବାରୁ ସେମାନେ ସେଠାରୁ ପଳାଇ ଯାଇଥିଲେ। 

ଏ ନେଇ ବିକ୍ରମ ଆଳି ତହସିଲ ଓ ଆଳି ଥାନାରେ ଆସିବା ପରେ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳକୁ ଯାଇଥିଲେ। ସେ ରିପୋର୍ଟ ଦେବା ପରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି ।


No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...