AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ନିଲମ୍ବନ ପ୍ରତ୍ୟାହାର ପରେ କାର୍ଯ୍ୟରେ ଯୋଗ ଦେଲେ ଭାରତୀ ସିଂ

COASTAL NEWS ODIA 1109

ନିଲମ୍ବନ ପ୍ରତ୍ୟାହାର ପରେ କାର୍ଯ୍ୟରେ ଯୋଗ ଦେଲେ ଭାରତୀ ସିଂ 



ଖୁଣ୍ଟା - ୧୧ ।୧୦ ( CNO) ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଭୋଳାଗଡ଼ିଆ ପଞ୍ଚାୟତର ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ତିନିମାସ ପାଇଁ ନିଲମ୍ବନ କରାଯିବାକୁ ନେଇ ବିଭିନ୍ନ ମହଲରୁ ସରକାର କଡା ସମାଲୋଚିତ ହେବା ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି ଓ ସେ ତାଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଅଭିଯୋଗ କରି ଭାରତୀ ନିଲମ୍ବନ ବିରୋଧରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ଵାଜଙ୍କ ନିକଟରେ ଲିଖତ ଅଭିଯୋଗ କରିଥିଲେ । ନିଲମ୍ବନ ଘଟଣାରେ ବ୍ୟାଙ୍କ ମିତ୍ର ସଂଗଠନ ସମେତ ବିରୋଧ ରାଜନୈତିକ ଦଳ, ମୁଖ୍ୟସ୍ରୋତରେ ଥିବା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । 

ଭାରତୀ ନିଜର କାର୍ଯ୍ୟ ପାଇଁ ଏକାଧିକ ଥର ପୁରସ୍କୃତ ହୋଇଥିବା ବେଳେ ସେପ୍ଟେମ୍ବର ୧୧ ପୂର୍ବରୁ ତାଙ୍କ ବିରୋଧରେ କେବେ କୌଣସି ଅନିୟମିତତା ଅଭିଯୋଗ ନଥିଲା । ମାତ୍ର ଭାରତା ସେପ୍ଟେମ୍ବର ୧୧ ତାରିଖରେ ବ୍ୟାଙ୍କ ମିତ୍ର ସଂଘ ପକ୍ଷରୁ ଦରମା ବୃଦ୍ଧି, ସ୍ଥାୟୀ ଚାକିରି ଦାବି ପାଇଁ ଭୁବନେଶ୍ବର ଧର୍ମଘଟ କରିବାକୁ ଯାଇଥିବା ସମୟରେ ସେଠାରେ ସରକାରଙ୍କ ଅବହେଳା ପ୍ରତି ଏକ ଗଣମାଧ୍ୟମରେ କଡ଼ା ସମାଲୋଚନା କରିଥିଲେ। 

ଉକ୍ତ ସମାଲୋଚନା କାରଣରୁ ଭାରତୀଙ୍କୁ ଚାରି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୫ ତାରିଖରେ ନିଲମ୍ବନ କରାଯାଇ ଥିଲା । ତେବେ ଚଳିତ ମାସ ୭ ତାରିଖରେ ତାଙ୍କୁ ନିଲମ୍ବିତ କରିଥିବା ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ(ଜିପିଏଲଏଫ) ନିର୍ବାହୀ କମିଟି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିନେଇଥିବା ବେଳେ ବୁଧବାର ଭାରତୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । 

ଘଟଣାରୁ ପ୍ରକାଶ ଯେ ମହାସଂଘର ବୈଠକ ବସି ଭାରତୀଙ୍କୁ ବୈଠକରେ ଉପସ୍ଥିତ ରହୁନଥିବା, ବ୍ୟାଙ୍କ ଯାଉନଥିବା, କ୍ଷେତ୍ର ପରିଦର୍ଶନ କରୁନଥିବା ଇତ୍ୟାଦି ଅଭିଯୋଗ ଆଧାରରେ ତିନି ମାସ ପାଇଁ ନିଲମ୍ବିତ କରାଯାଇଥିଲା ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...