AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ମାଣିକପାଟଣା ମୌଜାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

COASTAL NEWS ODIA 1111

ମାଣିକପାଟଣା ମୌଜାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ 



ଆଳି - ୧୧/୧୦ ( CNO ) - ଏକ ଜନସ୍ଵାର୍ଥ ସମ୍ବଳିତ ମାମଲାକୁ ଗ୍ରହଣ କରି ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ୪ ସପ୍ତାହ ମଧ୍ୟରେ ଆଳି ତହସିଲ ଅନ୍ତର୍ଗତ ମାଣିକପାଟଣା ଗାଁର ସର୍ବସାଧାରଣ ରାସ୍ତାରୁ ଜବରଦଖଲ ହଟାଇବା ନିମନ୍ତେ ନିର୍ଦ୍ଦେଶ ଦେବା ଓ ଏହି ନିର୍ଦ୍ଦେଶକୁ ଆଳି ତହସିଲଦାର ଅବମାନନା କରୁଥିବା ଆବେଦନକାରୀଙ୍କ ପକ୍ଷରୁ ଅର୍ଜି ଦିଆଯିବା ପରେ ଆଜି ପୁଲିସ ପ୍ରଶାସନ ସର୍ବସାଧାରଣ ରାସ୍ତାରୁ କବରଦଖଲ ହଟାଇବାକୁ ତତ୍ପର ହୋଇ ଉଠିଛି। 

ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦେଶ ପରେ ବିଳମ୍ବରେ ହେଲେ ମଧ୍ୟ ଆଜିଠାରୁ ଆଳି ତହସିଲ ଅଧୀନ ମାଣିକପାଟଣା ମୌଜାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଲିସ ଉପସ୍ଥିତିରେ ଆଜି ପ୍ରଶାସନ ବୁଲଡୋଜର ଲଗାଇ ୫୦ରୁ ଅଧିକ କୋଠା ଓ ଆଜବେଷ୍ଟସ ଘର ସମେତ ଜବରଦଖଲରେ ଥିବା ବାଡ଼ି, ବଗିଚାର ଗଛସବୁକୁ ମାଟିରେ ମିଶାଇ ଦେଇଛି। 

ଆଳି ତହସିଲ ଅନ୍ତର୍ଗତ ମାଣିକପାଟଣା ମୌଜାରେ ବର୍ଷ ବର୍ଷ ଧରି ଗାଁର କିଛିଲୋକ ଖାତା ନମ୍ବର ୯୦୦୫୨୦ ରେ ଥିବା ସର୍ବସାଧାରଣ ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମି, ଏପରିକି ଶ୍ମଶାନ ରାସ୍ତାକୁ ଜବରଦଖଲ କରି ଘରବାଡ଼ି କରି ଆସୁଥିଲେ । ଫଳରେ ଗାଁରେ ଚଳପ୍ରଚଳ କରିବା ଅସମ୍ଭବ ହୋଇ ପଡିଥିଲା , ଆମ୍ବୁଲାନ୍ସ ଓ କୌଣସି ଚାରିଚାକିଆ ଯାନ ଯିବାଆସିବା କରିବା ସମ୍ଭବ ହେଉନଥିଲା ।ଜବରଦଖଲକାରୀମାନେ ଉମାମହେଶ୍ବରଙ୍କ ମନ୍ଦିରର ମୁଖଶାଳା ପର୍ଯ୍ୟନ୍ତ ମାଡି ଯାଇଥିଲେ । ଗ୍ରାମ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଜବରଦଖଲ ଯୋଗୁ ଟ୍ରାଫିକ ସମସ୍ୟା ସ୍ରୁଷ୍ଟି ହେଉଥିଲା l

ଜବରଦଖଲ ଉଚ୍ଛେଦ ପାଇଁ ଆଳି ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା। ଶେଷରେ ମାଣିକପାଟଣା ଗାଁର ସୁରେଶ ଚନ୍ଦ୍ର ପାତ୍ର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଏହି ମାମଲାକୁ ବିଚାର କରି ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରିବା ପାଇଁ ଆଳି ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ପରେ ଅନେକ ଦିନ ବିତି ଯାଇଥିଲା। ତେବେ ପୂର୍ବ
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ମାଜିଷ୍ଟ୍ରେଟ ଓ ପୁଲିସ ପ୍ରଶାସନ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ହାଇକୋର୍ଟ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ତିନୋଟି ପର୍ଯ୍ୟାୟରେ ୧୨୬ଟି ଘର ଉଚ୍ଛେଦ କରାଯିବ ବୋଲି ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ତଥା ମାର୍ଶାଘାଇ ତହସିଲଦାର ଅଶୋକ କୁମାର ବେହେରା କହିଛନ୍ତି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...