AFFILIATE MARKETING

https://binomo.com?a=90810425bb57&t=0

Friday, October 20, 2023

ଦଦରା ଚାଳ ଛପର ଘରେ ବିତୁଛି ସୀତାଙ୍କ ଜୀବନ

COASTAL NEWS ODIA 1190

ଦଦରା ଚାଳ ଛପର ଘରେ ବିତୁଛି ସୀତାଙ୍କ ଜୀବନ
 
  


 ମହାକାଳପଡ଼ା,୨୦ା୧୦( CNO) - ଭଞ୍ଜ ବିହାରୀ ମହାନ୍ତି -ପରିଣତ ବୟସରେ ସମାଜରେ ବହୁ ଅସହାୟ ବୃଦ୍ଧାବୃଦ୍ଧମାନେ ଅଛନ୍ତି ଦୁଇ ଓଳିରେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। ପରିଣତ ବୟସରେ ନିଜ ଜନ୍ମ କଲା ପୁଅମାନେ ପର କରିବା ପରେ ଅତି ଅସହାୟ ଭାବେ ଜୀବନ ଜିଇଁବାକୁ ସଂଗ୍ରାମ କରିବାକୁ ପଡୁଛି। 

ଜଣେ ଅସହାୟ ଆଦିବାସୀ ବୃଦ୍ଧା ଦଦରା ଚାଳ ଛପର ଘରେ ଜୀବନ ବିତାଉଥିବା ବେଳେ ତାଙ୍କ ଭତ୍ତା ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ସାନ୍ତାଳିପଡ଼ା ପାଣିଖିଆର ସୀତା ହେମ୍ବ୍ରମ (୬୫)ଙ୍କ କ୍ଷେତ୍ରରେ। ଆଖିକୁ ଭଲ ସେ ଦିଶୁନି। କିଛିବର୍ଷ ପୂର୍ବେ ସ୍ବାମୀ ପିରୁ ହେମ୍ବ୍ରମଙ୍କ ମଅତ୍ୟୁ ପରେ ସୀତାଙ୍କ ଦୁଇଗୁଣ ଦୁଃଖ କଷ୍ଟ ବଢ଼ି ଯାଇଛି। ନିଜ ଜନ୍ମ କଲା ୨ ପୁଅ ପର କରି ଅଲଗା ରହୁଛନ୍ତି। ହେଲେ ସୀତା ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତ। 

ନିକଟ ରେ ଘଞ୍ଚ ଜଙ୍ଗଲ ଥିବାରୁ ସାରେ ସରୀସୃପ ଓ ବନ୍ୟ ଜୀବଜନ୍ତୁଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଯେଉଁ ନୁଆଁଣିଆ ଚାଳ ଝୁମ୍ପୁଡ଼ି ଘରେ ସୀତା ରହୁଛନ୍ତି ବର୍ଷାଦିନରେ ଅତି ଦହନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସୀତାଙ୍କ ରାଶନ କାର୍ଡ, ଆବାସ ଯୋଜନା ଗୃହ ନାହିଁ, ବିଧବା ଭତ୍ତା ସାତ ସପନ ପଲଟିଛି। ମାଲିକ ଘରେ ପରିଣତ ବୟସ ରେ ଘର ପାଇଟି କାମ କରି ନିଜ ପେଟ ଚାଖଣ୍ଡେ ପୋଷୁଛନ୍ତି। ଯାହା ଖୁଦ ଚାଉଳ ମିଳେ ଘରକୁ ନେଇ ହାଣ୍ଡିରେ ଫୁଟାଇ ପଖାଳ ଭାତ ସାଙ୍ଗକୁ ଜଙ୍ଗଲି ଶାଗ ଖାଇ ଜୀବନ ବିତାଉଛନ୍ତି। ଅପର ପକ୍ଷରେ ସୀତା ନିରକ୍ଷର ହୋଇଥିବାରୁ ସରକାରୀ ଯୋଜନା ପହଞ୍ଚତ୍ ପାରୁନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସରକାରୀ ଜନ କଲ୍ୟାଣ ମୂଳକ ଯୋଜନା ଏହି ସାନ୍ତାଳିପଡ଼ାରେ ପହଞ୍ଚତ୍ ପାରୁନି ବୋଲି ଗ୍ରାମର ଲୋକେ କହିଛନ୍ତି। ଏହି ସାନ୍ତାଳିପଡ଼ାରେ ୫୦ପରିବାରର ୨୦୦ ଲୋକ ବସବାସ କରୁଥିବା ଜଣାପଡ଼ୁଛି। ଏମାନଙ୍କ ମୂଳ ବାସିନ୍ଦା ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା, ବୈସିଙ୍ଗୀ, କପ୍ତିପଦା, ରାଇରଙ୍ଗପୁର, ବହଳଦା, ବାରିପଦା, ଉପରବେଢ଼ା, କରଞ୍ଜିଆ ଆଦି ଅଞ୍ଚଳରୁ ଶହେ ବର୍ଷ ପୂର୍ବେ ପୂର୍ବଜମାନେ ଆସି ବସବାସ କରୁଥିବା ଏମାନେ କହିଛନ୍ତି। 

ଏହି ଅସହାୟ ଗରିବ ସୀତା ହେମ୍ବ୍ରମଙ୍କୁ ଆବାସ ଯୋଜନା ଗୃହ, ବିଧବା ଭତ୍ତା, ରାଶନ କାର୍ଡ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସୁନା ମାରାଣ୍ଡି , ବାଣ୍ଠୁ ମଣ୍ଡଳ , ଚରଣ ଟୁଡୁ, ଶଙ୍କର ମାରାଣ୍ଡି, ଜୟରାମ ମଣ୍ଡଳ, ଲବ ମାରାଣ୍ଡି, କୁସ ମାରାଣ୍ଡି ପ୍ରମୁଖ ଦାବି କରିଛନ୍ତି। ତୁରନ୍ତ ଜିଲା ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ପଡ଼ାର ଲୋକମାନେ ଦାବି କରିଛନ୍ତି। ଦୁର୍ଦ୍ଦିନରେ ଜୀବନ ବିତାଉଥିବା ବୃଦ୍ଧାଙ୍କ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...