AFFILIATE MARKETING

https://binomo.com?a=90810425bb57&t=0

Friday, October 20, 2023

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲା ଯିବାର ପ୍ରକୃଷ୍ଟ ସମୟ ହେଉଛି ରଥଯାତ୍ରା

 COASTAL NEWS ODIA 1191

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲା ଯିବାର ପ୍ରକୃଷ୍ଟ ସମୟ ହେଉଛି ରଥଯାତ୍ରା



ପୁରୀ - (CNO) ଭଞ୍ଜ ବିହାରୀ ମହାନ୍ତି - ‘ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲା ଯିବାର ପ୍ରକୃଷ୍ଟ ସମୟ ହେଉଛି ରଥଯାତ୍ରା। କାରଣ ରଥଯାତ୍ରା ପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥାଏ। ଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ସଂଖ୍ୟା ମଧ୍ୟ ଅପେକ୍ଷାକୃତ କମ୍‌ ଥାଏ।’

ବିରୋଧୀ ବିଜେପି ରତ୍ନ ଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜାଙ୍କୁ ଭେଟି ଦାବି କରିଥିଲା। ତା’ପରେ ଗତକାଲି ପ୍ରେସ ବିବୃତ୍ତି ମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି ମହାରାଜା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଉ। ସେଠାରେ ଗଚ୍ଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି କରାଯାଉ। ଏହାସହ ଏଏସଆଇ ଦ୍ୱାରା ରତ୍ନଭଣ୍ଡାର ମରାମତି ସମ୍ପର୍କିତ କାର୍ଯ୍ୟ କରାଯାଉ। ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ଗଜପତି ମହାରାଜ କହିଛନ୍ତି, ଏହି କାର୍ଯ୍ୟ ପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଟ ମସୟ ହୋଇପାରିବ। କାରଣ ଏହାପରେ କିଛି ମାସ ମଧ୍ୟରେ ସେଭଳି କୌଣସି ବିଶେଷ ପର୍ବପର୍ବାଣୀ ନଥାଏ। ଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ସଂଖ୍ୟା ମଧ୍ୟ ଅପେକ୍ଷାକୃତ କମ୍ ଥାଏ। ବର୍ତ୍ତମାନ ସମୟରେ କିମ୍ବା ଆଗାମୀ କିଛି ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ଉଚିତ ହେବନି। ଆସନ୍ତା ରଥଯାତ୍ରା ପୂର୍ବରୁ ରତ୍ନ ଭଣ୍ଡାର ଖୋଲାଗଲେ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା ପ୍ରଭାବିତ ହୋଇପାରେ। ଏଥିସହ ଶ୍ରୀମନ୍ଦିରରେ ଏବେ ଭକ୍ତଙ୍କ ସମାଗମ ହେଉଥିବାରୁ ଦର୍ଶନରେ ମଧ୍ୟ ବାଧା ଉପୁଜିପାରେ।

ଗଜପତି ପ୍ରେସ ବିବୃତ୍ତିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ASI ଅଧିକ୍ଷକ ଯଥାଶୀଘ୍ର ରତ୍ନଭଣ୍ଡାର କାନ୍ଥର ଲେଜର ସ୍କାନିଂ କରିବେ। ରତ୍ନଭଣ୍ଡାରର ବର୍ତ୍ତମାନର ସ୍ଥିତି ପରଖିବା ପାଇଁ ସ୍କାନିଂ ଭିତର ବେଢ଼ା ପଟୁ ହେବ। ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ୱତନ୍ତ୍ର କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ତାଲିକା ପ୍ରସ୍ତୁତି କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୬୦ ଧାରା ୦୬ ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ରାଜ୍ୟ ସରକାର ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରାଯିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ହାଇକୋର୍ଟ ମଧ୍ୟ ପରିଚାଳନା କମିଟିର ନିଷ୍ପତ୍ତିକୁ ସଠିକ ବୋଲି ଗ୍ରହଣ କରିଛନ୍ତି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି।

ଗଜପତିଙ୍କ ପ୍ରେସବିବୃତ୍ତି ନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ରତ୍ନ ଭଣ୍ଡାର ଖୋଲିବା ନେଇ କିଛି ଦିନ ତଳେ ବିଜେପିର ଏକ ଟିମ୍‌ ଗଜପତି ମହାରାଜଙ୍କୁ ଭେଟି ଦାବି କରିଥିଲେ। ସେହିପରି କଂଗ୍ରେସ ମଧ୍ୟ ରତ୍ନ ଭଣ୍ଡାର ଖୋଲିବାକୁ ଦାବି କରିଆସୁଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...