AFFILIATE MARKETING

https://binomo.com?a=90810425bb57&t=0

Friday, October 20, 2023

ଆଳିରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଉଦ୍‌ଘାଟିତ

COASTAL NEWS ODIA 1189

ଆଳି ମିନି ଷ୍ଟାଡିୟମ ଠାରେ ଆମ ଓଡ଼ିଶା, ନବୀନ ଓଡ଼ିଶା  କାର୍ଯ୍ୟକ୍ରମ



ଆଳି, (CNO) ଆଳି ବ୍ଲକ ଅନ୍ତର୍ଗତ ଆଳି ମିନି ଷ୍ଟାଡିୟମ ଠାରେ ଆମ ଓଡ଼ିଶା, ନବୀନ ଓଡ଼ିଶା  କାର୍ଯ୍ୟକ୍ରମରେ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ ଉପସ୍ଥିତ ଥିଲେ। ଆଳି ବ୍ଳକର ୩୪ ପଞ୍ଚାୟତ ଲାଗି ୧୭ କୋଟି ଟଙ୍କା ମଞ୍ଜୁର ସହ ଗ୍ରାମ ପଞ୍ଚାୟତ ର ଉନ୍ନତୀକରଣ କାର୍ୟ ଲାଗି ଅନୁଦାନ ମିଳିଛି। ଏହି କାର୍ଯ୍ୟକ୍ରମରେ ଆଳି ବିଡିଓ ମିନତି ଜଗଦେବ, ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ, ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ, ବ୍ଲକ ବିଜେଡି ବିଜେଡି ସଭାପତି ସନାତନ ମିଶ୍ର, ଉପାଧ୍ୟକ୍ଷ ପ୍ରତିନିଧ୍ ହିମାଂଶୁ ବାରିକ, ଜିଲା ପରିଷଦ ସଦସ୍ୟ ଭୀଷ୍ମ ମହାନ୍ତି, ସଙ୍ଗଠକ ପ୍ରଦ୍ୟୁମ୍ନ ଦାଶ, କେଦାରନାଥ ବେହେରା, ପୁରୁଷୋତ୍ତମ ପଲାଇ, ବିଜୁ ମହିଳା ଜନତା ଦଳ ସଭାପତି ଅନୁରାଧା ପାଢ଼ୀ, ଦେମାଳ ସରପଞ୍ଚ ରିତାରାଣୀ ପରିଡ଼ାଙ୍କ ସମେତ ବ୍ଲକର ୩୪ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ମିଶନ ଶକ୍ତିର କାର୍ଯ୍ୟକର୍ତ୍ତା ଓ ମହିଳାମାନେ ଉପସ୍ଥିତ ଥିଲେ। 



ଆଳିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଲୋକମାନଙ୍କର ଉନ୍ନତି ଓ ବିକାଶ ପାଇଁ ଏହା ଏକ ସଫଳ ପଦକ୍ଷେପ। ଏଥିରେ ସମସ୍ତଙ୍କର ସହଯୋଗ ରହିବା ଉଚିତ। କାର୍ଯ୍ୟକ୍ରମକୁ ସଂଯୋଜନା କରୁଥିବା ୫-ଟି ସଚିବ ଭି. କେ. ପାଣ୍ଡିଆନ କହିଥିଲେ, ଓଡ଼ିଶାର ବିକାଶ ସ୍ବପ୍ନ ଭଳି ପ୍ରତୀୟମାନ ହେଲେ ହେଁ ଏବେ ଏହା ଓଡ଼ିଶା ବିକାଶର ବାସ୍ତବ ଚିତ୍ର। 



ଆଳି ନିର୍ବାଚନମଣ୍ଡଳୀର ଅଭୂତପୂର୍ବ ଉନ୍ନତି ହୋଇଥିବା କଥା ଆଳି ବିଧାୟକ ତଥା ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜକନିକାଠାରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ତାଙ୍କ ବକ୍ତବ୍ୟରେ କହିଥିଲେ। ଆଳି ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ଯାନ ମନୋରଞ୍ଜନ ସାମଲ ଓଡିଶା ସରକାରଙ୍କ ବିକାଶ ର ବାର୍ତ୍ତା ଦେଇଥିଲେ l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...