AFFILIATE MARKETING

https://binomo.com?a=90810425bb57&t=0

Wednesday, October 1, 2025

ବାବୁଙ୍କ ନିଆରା ହୃଦୟ, ସଫେଇ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବିଦାୟୀ କାର୍ଯ୍ୟକ୍ରମ

ସମ୍ବର୍ଦ୍ଧନା କଲେ ଓ ଏକାଠି ଭୋଜନ କଲେ

ଅନୁଗୁଳ, ୧/୧୦ (ଦର୍ଶନ ନ୍ୟୁଜ୍): ମାନବିକତାର ମହନୀୟ ଦୃଷ୍ଟାନ୍ତ । ଉଚ୍ଚପଦସ୍ଥ ଅଧିକାରୀ ହୋଇ ବି ନାହିଁ ବାଛ ବିଚାର । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସର ପରେ ମାନପତ୍ର ସହ ଟ୍ରଫି ଦେଇ କଲେ ସମ୍ମାନୀତ । ପୌରପାଳିକାରେ ଅସ୍ଥାୟୀ ଝାଡୁଦାର ଭାବେ ଚାକିରୀ କରିଥିଲେ ।  ଆଉ ତାଙ୍କ ଅବସର ଦିନରେ ପୌର ନିର୍ବାହୀ ଅଧିକାରୀ ତାଙ୍କୁ ଚକିତ କରି ଦେଇଥିଲେ । ଅବସର ଦିନରେ ନିର୍ଵାହି ଅଧିକାରୀ ଏମିତି ଏକ ସରପ୍ରାଇଜ ଦେଲେ ଯାହାକୁ ସେ ତ କେବେ ଭୁଲି  ସେ ପାରିବେ ନାହିଁ। ଆଉ ଯିଏ ଦେଖିଲା , ଯିଏ ଶୁଣିଲା ସେ ବି ଭୂରି ଭୂରି ପ୍ରଶଂସା କରୁଛି । ଅନୁଗୁଳ ହେମସୁରପଡାର ଲକ୍ଷ୍ମଣ ଗୋଛୟତ । ୧୯୯୪ ମସିହାରୁ ଅନୁଗୁଳ ପୌରପାଳିକାରେ ଅସ୍ଥାୟୀ ଝାଡୁଦାର ଭାବେ କାମ କରନ୍ତି । ଯେବେଠାରୁ ସେ ପୌରପାଳିକା ଅଧୀନରେ କାମ କଲେଣି , ସେ ତାଙ୍କ କର୍ମକୁ ଭଗବାନ ବୋଲି ମାନି ନେଇଥିଲେ । ଦିନ ହେଉ କି ରାତି , ଝଡ଼ ହେଉ କିମ୍ବା ବର୍ଷା । ଯେତେବେଳେ ବି ତାଙ୍କ ଡ୍ୟୁଟି ଟାଇମ ଥାଏ ସେ ଆସି ପହଁଚି ଯାଆନ୍ତି , ନିଜ କର୍ତ୍ତବ୍ୟ ସ୍ଥାନରେ । ଅବିରାନ୍ତ କାମ କରି ନିଜ କର୍ତ୍ତବ୍ୟ ସମ୍ପାଦନ କରନ୍ତି । ଯେଉଁଥିପାଇଁ ପୌରପାଳିକାର ଯେଉଁ ୱାର୍ଡରେ କାମ କରନ୍ତି ସେହି ଅଞ୍ଚଳର ଲୋକଙ୍କ ବେଶ ପ୍ରିୟ ପାଲଟି ଯାଆନ୍ତି । ଆଜି ତାଙ୍କର ଅବସର ଦିନ । ଏଥିପାଇଁ ତାଙ୍କୁ ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ସମାନ୍ନିତ କରିଛନ୍ତି । କେବଳ ଯେ ସମ୍ମାନିତ କରିଛନ୍ତି ତା ନୁହେଁ , ତାଙ୍କର ଇଚ୍ଛା ଅନୁଯାୟୀ ଏକ ଭଲ ହୋଟେଲରେ ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି ।

ପୌର ଅଧିକାରୀ ତାଙ୍କ ଅବସର ସମୟରେ ଲକ୍ଷ୍ମଣଙ୍କୁ ଉତ୍ତରୀୟ , ମାନପତ୍ର ସହ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଏହା ସହ ନିଜ ହାତରୁ ୫ ହଜାର ଟଙ୍କା ସହାୟତା ରାଶି ମଧ୍ୟ ଦେଇଥିଲେ । ପରେ ପୌର ନିର୍ବାହୀ ଅଧିକାରୀ ତାଙ୍କ ସରକାରୀ ଗାଡ଼ିରେ ବସାଇ ଅନୁଗୁଳର ଏକ ତାରକା ହୋଟେଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ମନ ପସନ୍ଦର ଖାଦ୍ୟ ମଗାଇ ଏକାଠି ଖାଇଥିଲେ । ଯାହା ପାଇଁ ଭାବ ବିହ୍ଵଳ ହୋଇ ଯାଇଥିଲେ ଲକ୍ଷ୍ମଣ । ଏଭଳି ଏକ ନିଆରା ଘଟଣା ଆଜି ଅନୁଗୁଳରେ ଚର୍ଚ୍ଚାର ବିଷୟ ପାଳଟିଥିବା ବେଳେ ଅନେକ ଏହାକୁ ପ୍ରଶଂସା କରିଛନ୍ତି । ଉପରିସ୍ଥ ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ମଧ୍ୟରେ ସୁ ସମ୍ପର୍କ ରହିଲେ ସମାଜ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।ଏଭଳି ସମ୍ବର୍ଦ୍ଧନା ପରେ ଲକ୍ଷ୍ମଣ କହିଥିଲେ ଯେ , ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର । ତାଙ୍କ ଭଳି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏତେ ବଡ଼ ସମ୍ମାନ ମିଳିବ କେବେ ଭାବି ନଥୁଲେ । ଏଭଳି ସମ୍ମାନ ପାଇବା ପରେ ସେ ଏହାକୁ ଜୀବନସାରା ମନେ ରଖିବେ ବୋଲି କହିଥିଲେ ।  ଅନ୍ୟପକ୍ଷରେ ନିର୍ବାହୀ ଅଧୂକାରୀ ସତ୍ୟପ୍ରକାଶ ତ୍ରିପାଠୀ କହିଥିଲେ ଯେ ପୌରପାଳିକାର ଯେତେ କର୍ମଚାରୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଲକ୍ଷ୍ମଣ ସବୁଠାରୁ ପ୍ରିୟ କର୍ମଚାରୀ ଥିଲେ । ତାଙ୍କ ଭଳି କିଛି କର୍ମଚାରୀଙ୍କ ପାଇଁ ସ୍ଵଛ ବାୟୁ ସର୍ବେକ୍ଷଣ ଭଳି ପୁରସ୍କାର ଅନୁଗୁଳ ପୌରପାଳିକା ପାଇ ପାରିଲା ।  ଏହି କାର୍ଯ୍ୟକ୍ରମରେ ଅନୁଗୁଳ ପୌରପାଳିକାର ବହୁ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

No comments:

COASTAL NEWS

“ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ ରିକୃଟମେଣ୍ଟ 2025” ର ବିସ୍ତୃତ ସମାଚାର

ନମସ୍କାର  କୋଷ୍ଟାଲ ନିଉଜ୍ ଓଡ଼ିଆ ରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆଣିଛୁ ଏକ ନୂଆ ନିଯୁକ୍ତି ଖବର , ଯାହା ହେଉଛି  “ଓଡିଶା ଫାର୍ମର ଆକାଉଣ୍ଟାଣ୍ଟ ଜବସ...