AFFILIATE MARKETING

https://binomo.com?a=90810425bb57&t=0

Wednesday, October 1, 2025

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର,ସତର୍କ ରୁହ ୭ ଜିଲ୍ଲାବାସୀ!ଭୀଷଣ ବର୍ଷା ସହ ୪୦ କିମି ବେଗରେ ବହିବ ପବନ
 ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର,ସତର୍କ ରୁହ ୭ ଜିଲ୍ଲାବାସୀ!ଭୀଷଣ ବର୍ଷା ସହ ୪୦ କିମି ବେଗରେ ବହିବ ପବନ

 ଦେଶ ସମେତ ରାଜ୍ୟରେ ଜାରି ରହିଛି ବର୍ଷା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ମଧ୍ୟ ବର୍ଷା ଜାରି ରହିବ। ତେବେ, ଆସନ୍ତୁ ଜାଣିବା ଆଜି ପ୍ରବଳ ବର୍ଷା ନେଇ କେଉଁ ସବୁ ଜିଲ୍ଲାକୁ ସତର୍କତା ଜାରି ହୋଇଛି।
 
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ମଙ୍ଗଳବାର ଅପରାହ୍ନରେ  ସୃଷ୍ଟି ହୋଇଥିବା ଏହି ଲଘୁଚାପକୁ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।  
 
ଲଘୁଚାପଟି  ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଘନୀଭୂତ ହେବ ଏବଂ  ଅବପାତର ରୂପ ନେବ।  ଅବପାତ ପଶ୍ଚମ କେନ୍ଦ୍ରୀୟ ଏବଂ ଏହା ସନ୍ନିକଟ ଉତ୍ତର ପଶ୍ଚିମ ବଙ୍ଗୋପସାଗରକୁ ଅକ୍ଟୋବର ୨ ତାରିଖ ସକାଳୁ ଅତିକ୍ରମ କରିବ। 
 
ସେହିପରି, ଅକ୍ଟୋବର ୩ ତାରିଖ ସକାଳୁ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଦ୍ର ପ୍ରଦେଶ ଉପକୂଳ  ଅତିକ୍ରମ କରିବ। 

ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର(ଆଜି) ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ  ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତାକାଲି ଏହା ଅବପାତରେ ପରିଣତ ହେବ। 
 
ଏହି ଲଘୁଚାପ ଫଳରେ ଆନ୍ଧ୍ରପ୍ରଦେଶର ଉତ୍ତର ଏବଂ ପଶ୍ଚିମ କେନ୍ଦ୍ରୀୟ ଭାଗରେ ବିଶେଷ ଭାବରେ ବର୍ଷା ଓ ପବନ ହେବ।  ଏହା କ୍ରମଶଃ ପଶ୍ଚିମ -ଉତ୍ତର ଦିଗରେ ଗତି କରିବ। 
 
ପ୍ରଭାବରେ ଆଜି ଘଣ୍ଚାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସହିତ ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ତି, କୋରାପୁଟ୍, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବ।  ଏନେଇ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

ସେହିପରି, ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର,ପୁରୀ, କେନ୍ଦ୍ରାପଡା,କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ  ସହ ପଶ୍ଚିମ ଓଡ଼ିଶାର  ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ ଓ ଢେଙ୍କାନାଳରେ ମଧ୍ୟ ପବନ ସହ ବର୍ଷା ହେବ। କେନ୍ଦୁଝର, ମୟୂରଭଂଜ ଓ କନ୍ଧମାଳରେ ମଧ୍ୟ ପବନ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।  
 
ଆସନ୍ତାକାଲି ଗଂଜାମ,ଗଜପତି, ମାଲକାନଗିରି, କୋରାପୁଟ୍, ରାୟଗଡା, ନବରଙ୍ଗପୁର, କଳାହାଣ୍ତି ଓ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  
 
ଲଘୁଚାପ ପ୍ରଭାବରେ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।  ମତ୍ସ୍ୟଜୀବୀଙ୍କୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି। 
 
ସେପଟେ, ଦେଶର ରାଜଧାନୀ ଦିଲ୍ଲୀରୁ ମୌମୁମୀ ବିଦାୟ ନେଇ ସାରିଥିବା ବେଳେ ଗତକାଲି ଉତ୍ତର ଭାରତର କିଛି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଦିଲ୍ଲୀ ସମେତ ହିମାଚଳ ଓ ଉତ୍ତରାଖଣ୍ତରେ ବାଦଲଫଟା ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୫ ଯାଏଁ ରାଜଧାନୀ ଦିଲ୍ଲୀର କିଛି ସ୍ଥାନରେ ବର୍ଷା ନେଇ ସତର୍କତା ଜାରି ହୋଇଥିବା ବେଳେ ଆଉ କିଛି ସ୍ଥାନରେ ପାଗ ମେଘୁଆ ରହିବ। 
 
ସେହିପରି, ଉତ୍ତରପ୍ରଦେଶରେ ଗତକାଲି ପ୍ରବଳ ବର୍ଷା ହୋଇଛି। ଆଜି ନୋଏଡା,ଗାଜିଆବଦା ସହ ଆଉ କେତେକ ଅଞ୍ଚଳରେ ବାଦଲଫଟା ବର୍ଷା ହେବାର ସମ୍ଭାବନା ରହିଛି।   ଆସନ୍ତା ୪ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ସତର୍କତା ଜାରି ରହିଛି। ବିହାର ର କିଛି ଜିଲ୍ଲାକୁ ଆଜି ବର୍ଷା ନେଇ ସତର୍କତା ଜାରି ହୋଇଥିବା ବେଳେ ଉତ୍ତରାଖଣ୍ତ ଓ ହିମାଚଳକୁ ଆସନ୍ତା ୨ ଦିନ ବାଦଲଫଟା ବର୍ଷା ନେଇ ଆଲର୍ଟ ଜାରି ହୋଇଛି।

No comments:

COASTAL NEWS

୭୯ ବର୍ଷରେ ନବୀନ..

୭୯ ବର୍ଷରେ ନବୀନ ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୁରୁବାର ୭୯ତମ ଜନ୍ମଦିନ। ଏଥର ନବୀନ...