AFFILIATE MARKETING

https://binomo.com?a=90810425bb57&t=0

Thursday, August 7, 2025

ଟ୍ରମ୍ପଙ୍କ ଅତିରିକ୍ତ ଟାରିଫ ଘୋଷଣା; ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲା ଭାରତ

ଭାରତ ଉପରେ ଟାରିଫ ‘ଅନ୍ୟାୟ, ଅନୁଚିତ ଓ ଅଯୌକ୍ତିକ’: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୬/୮: ରୁଷୀୟ ତୈଳ କିଣିବା ନେଇ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛି ଭାରତ। ଭାରତ ଏହାକୁ “ଅନ୍ୟାୟ, ଅନୁଚିତ ଏବଂ ଅଯୌକ୍ତିକ” ବୋଲି କହିଛି। ଭାରତ କହିଛି ଯେ ତାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଯାହା ସମ୍ଭବ ସେ ତାହା କରିବ ଏବଂ ସାମଗ୍ରିକ ଶୁଳ୍କକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଆମେରିକାର ପଦକ୍ଷେପ “ଅତ୍ୟନ୍ତ ଦୁର୍ଭାଗ୍ୟଜନକ” ବୋଲି କହିଛି।

ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ରୁଷରୁ ତୈଳ କ୍ରୟ ଉପରେ ଜରିମାନା ପାଇଁ ଚେତାବନୀ ଦେବା ପରେ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ବାଣିଜ୍ୟ ଶୁଳ୍କ ଘୋଷଣା କରିଥିଲେ। ଯାହା ପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଆଦେଶ ଅନୁଯାୟୀ, ଅତିରିକ୍ତ ଶୁଳ୍କ ଆଜିଠାରୁ ୨୧ ଦିନ ପରେ ଲାଗୁ ହେବ, ଯାହା ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ

ବୈଦେଶିକ ମନ୍ତ୍ରଣାଳୟ କହିଛି, “ଆମେରିକା ଗତ କିଛି ଦିନ ମଧ୍ୟରେ ରୁଷରୁ ଭାରତ ତୈଳ ଆମଦାନୀ କରୁଥିବାରୁ ଟାର୍ଗେଟ କରିଛି। ଆମେ ଏହା ଉପରେ ଆମର ପକ୍ଷ ସ୍ପଷ୍ଟ କରିସାରିଛୁ। ଆମର ଆମଦାନୀ ବଜାର ସୁଲଭ ଅଟେ ଏବଂ ଭାରତର ୧୪୨ କୋଟି ଲୋକଙ୍କ ଶକ୍ତି ସୁରକ୍ଷା ଉଦ୍ଦେଶ୍ୟରେ ଆମେ ଏହା କରୁଛୁ। ତେଣୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆମେରିକା ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇଛି। ଯାହାକି ଅନେକ ଦେଶ ମଧ୍ୟ ନିଜ ଜାତୀୟ ସ୍ୱାର୍ଥ ପାଇଁ ରୁଷରୁ ତୈଳ ନେଉଛନ୍ତି। ତେଣୁ ଆମେରିକା ର ଏପରି କାର୍ଯ୍ୟ ଅନ୍ୟାୟ, ଅନୁଚିତ ଓ ଅଯୌକ୍ତିକ। ଭାରତ ତା’ର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ।”

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ପ୍ରଥମେ ଭାରତ ଉପରେ ରେସିପ୍ରୋକାଲ ବା ଯେସାକୁ ତେସା ଶୁଳ୍କ ଘୋଷଣା କରିଥିଲେ। ଏପ୍ରିଲରେ କାର୍ଯ୍ୟକାରୀ ହେବାକୁ ଥିବା ଶୁଳ୍କକୁ ଟ୍ରମ୍ପ ପ୍ରଶାସନ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲା। ତଥାପି, ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ ଏବଂ ଲାଗୁ କରିଥିଲେ। ତେବେ ବୁଧବାର ଆଉ ୨୫ ପ୍ରତିଶତ ଟାରିଫ ଅଧିକ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...