AFFILIATE MARKETING

https://binomo.com?a=90810425bb57&t=0

Monday, August 4, 2025

ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣା: ଦୁଇ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ବନ୍ଧା ହେଲେ

ସମ୍ବଲପୁର, ୪/୮: ଫକୀରମୋହନ ବିଶ୍ବବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ। ପୂର୍ବରୁ ଏହି ଘଟଣାରେ ବି.ଇଡି ଡିପାର୍ଟମେଣ୍ଟ ଏଚଓଡି ସମୀର ସାହୁ ଓ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଉ ଦୁଇ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସେହି ଦୁଇ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏମାନେ ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମ ବେଳେ ସହଯୋଗ କରିଥିଲେ। ମୋବାଇଲରେ ଭିଡ଼ିଓ ରେକର୍ଡ କରିଥିଲେ।

ଗିରଫଦାରୀ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଭୟଙ୍କ ଜାତୀୟ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ। ଛାତ୍ରୀଙ୍କ ଆତ୍ମାହୁତିର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଇ ଜଣଙ୍କ ମଧ୍ୟରୁ ଶୁଭ୍ର ସମ୍ବିତ ହେଉଛନ୍ତି ଏବିଭିପିର ରାଜ୍ୟ ଯୁଗ୍ମ ସମ୍ପାଦକ। ସେମାନଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ରହିଛି। ଏମାନେ ଛାତ୍ରୀଙ୍କୁ ଆତ୍ମାହୁତି ପାଇଁ ପ୍ରବର୍ତ୍ତାଇ ଥିଲେ। ଦୁଇ ଛାତ୍ରଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ହାତରେ ପ୍ରମାଣ ରହିଛି। ଉଭୟଙ୍କ ଗିରଫ ପରେ ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୨ ତାରିଖରେ ଆତ୍ମାହୁତି ଉଦ୍ୟମ କରିଥିଲେ ପୀଡ଼ିତା ଛାତ୍ରୀ‌। ଛାତ୍ରୀ ନିଜ ଦେହରେ ନିଆଁ ଲଗାଇବା ବେଳେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଛାତ୍ରୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବା ବେଳେ ସେ ମଧ୍ୟ ଆହତ ହୋଇଥିଲେ। ସେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ।

No comments:

COASTAL NEWS

​🕉️ Bhagavad Gita – 5th Adhyaya (Odia Lyrical Suite)

​ 🕉️ Bhagavad Gita – 5th Adhyaya (Odia Lyrical Suite) ​ I. The Inquiry (Stanzas 1–7) ​Command: Slow meditative intro, etherea...