AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ଫୁଟବଲ ଏକାଡେମୀ ପାଇଁ l୧୧.୮ କୋଟି ଅର୍ଥ ମଞ୍ଜୁର

COASTAL NEWS ODIA 1031

ଫୁଟବଲ ଏକାଡେମୀ ପାଇଁ l୧୧.୮ କୋଟି ଅର୍ଥ ମଞ୍ଜୁର



ଆଳି,୫।୧୦ ଫୁଟବଲର ଅନ୍ତୁଡ଼ିଶାଳ ଭାବେ ପରିଚିତ ଆଳି ଅଞ୍ଚଳରେ ଥିବା ଆଳି ହାଇସ୍କୁଲ ମିନି ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ନିମନ୍ତେ ଏକ ଫୁଟବଲ ଏକାଡେମୀ କରିବାକୁ ଘୋଷଣା ହୋଇଥିଲା। ଏହି ଫୁଟବଲ ଏକାଡେମୀ ନିମନ୍ତେ ୧୧ କୋଟି ୮୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି। 

ଏହି କାର୍ଯ୍ୟ ପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲି, ଯାହାକି ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର  ପ୍ରକ୍ରିୟା ଆରମ୍ଭ ହୋଇଛି। କିଛିଦିନ ପୂର୍ବେ ଯୁଥ ଆଣ୍ଡ ସ୍ପୋର୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଏକ ସ୍ବତନ୍ତ୍ର ସର୍ଭେ ଦଳ ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ପହଞ୍ଚି ଏଠିକାର ସୁବିଧା ବିଷୟରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । 

ଏହି ଖବର ଆଳିବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ଆଳି ଆଥଲେଟିକ ଆସୋସିଏଶନର ସଭାପତି ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ସମ୍ପାଦକ ବିଜୟ କୁମାର ସେନାପତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।


No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...