AFFILIATE MARKETING

https://binomo.com?a=90810425bb57&t=0

Wednesday, October 11, 2023

ଏନ୍.ସି.ସି ମହାନିର୍ଦେଶକ ଲେଫନେନ୍ସ ଜେନେରାଲ ଗୁର୍‌ବିର୍‌ପାଲ୍‌ ସିଂ, ଏ ଭି ଏସ ଏମ, ଭି ଏସ ଏମଙ୍କ ଓଡିଶା ଏନ୍.ସି.ସି ନିର୍ଦ୍ଦେଶାଳୟ ଓ ଗୋପାଳପୁର ମିଲିଟାରୀ ଷ୍ଟେସନ ପରିଦର୍ଶନ

COASTAL NEWS ODIA 1095

ଏନ୍.ସି.ସି ମହାନିର୍ଦେଶକ ଲେଫନେନ୍ସ ଜେନେରାଲ ଗୁର୍‌ବିର୍‌ପାଲ୍‌ ସିଂ, ଏ ଭି ଏସ ଏମ, ଭି ଏସ ଏମଙ୍କ ଓଡିଶା ଏନ୍.ସି.ସି ନିର୍ଦ୍ଦେଶାଳୟ ଓ ଗୋପାଳପୁର ମିଲିଟାରୀ ଷ୍ଟେସନ ପରିଦର୍ଶନ



ଗୋପାଳପୁର - ଏନ୍.ସି.ସି. ମହାନିର୍ଦେଶକ ମ୍ୟୁନାନ୍ସ ଜେନେରାଲ ଗୁର୍‌ବିର୍‌ପାଲ୍ ସିଂ, ଅତି ବିଶିଷ୍ଟ ସେବା ମେଡାଲ୍, ବିଶିଷ୍ଟ ସେବା ମେଡାଲ୍ ଚଳିତ ମାସ ୯ ଓ ୧୦ ତାରିଖ ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସି ରାଜ୍ୟ ଏନ୍.ସି.ସି ନିର୍ଦ୍ଦେଶାଳୟରେ ପହଞ୍ଚିଥିଲେ । ସେଠାରେ ଏନ୍.ସି.ସିର ଉପମହାନିର୍ଦେଶକ କମୋଡର ଜେ. ସୁରେଶ ରାଜ୍ୟ ଏନ୍.ସି.ସି ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଓଡିଶାରେ ଥିବା ତିନୋଟି ଏନ୍.ସି.ସି ଗ୍ରୁପ୍ ଯଥା ବ୍ରହ୍ମପୁର, କଟକ ଓ ସମ୍ବଲପୁରର ଗ୍ରୁପ୍‌ କମାଣ୍ଡରମାନେ ନିଜ ନିଜ ଗ୍ରୁପରେ କାର୍ଯ୍ୟକାରୀ କରାଉଥିବା ଏନ୍.ସି.ସିର ବିଭିନ୍ନ କାର୍ଯ୍ୟକ୍ରମ ସହିତ ସ୍କୁଲ ଓ କଲେଜରେ ପ୍ରଦାନ କରାଯାଉଥିବା ଏନ୍.ସି.ସି ତାଲିମ ସମ୍ପର୍କରେ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ l
  
ଜେନେରାଲ୍ ସିଂ ଗୋପାଳପୁର ସ୍ଥିତ ମିଲିଟାରୀ ଷ୍ଟେସନରେବ୍ରହ୍ମପୁର ଏନ୍.ସି.ସି ଗ୍ରୁପ ଅଧୀନସ୍ଥ ୨ୟ ଓଡିଶା ବାଟାଲିୟନ୍ ଏନ୍.ସି.ସି ୟୁନିଟ୍ ଦ୍ବାରା ପରିଚାଳିତ ଏକ୍ ଭାରତ୍ ଶ୍ରେଷ୍ଠ ଭାରତ ଶିବିର ପରିଦର୍ଶନ ସମୟରେ ବାୟୁ ରକ୍ଷା ମହାବିଦ୍ୟାଳୟର କମାଣ୍ଡନ୍ନ ଲୁଟ୍‌ନାନ୍ସ ଜେନେରାଲ୍ ୟୁ.ଭି.ତାଲୁର୍‌ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଜେନେରାଲ୍ ସିଂ ପୁରୀସ୍ଥିତ ୬ଷ୍ଠ ଓଡିଶା ଏନ୍.ସି.ସି ବାଟାଲିୟନ୍ ଓ ଚିଲିକା ନାଭାଲ୍ ସେନ୍ସର ଠାରେ ନୌସୈନିକ କ୍ୟାମ୍ପ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । 

ବ୍ରହ୍ମପୁର ଜିଲ୍ଳା ର ଗୋପାଳପୁର ମିଲିଟାରୀ ଷ୍ଟେସନରେ ଅନୁଷ୍ଠିତ ଏକ୍ ଭାରତ୍ ଶ୍ରେଷ୍ଠ ଭାରତ ଓ ଆର୍ମୀ ଆଟାଚମେନ୍ନ ଶିବିର ପରିଦର୍ଶନ କରି ଶିବିରାର୍ଥୀମାନଙ୍କ ସହିତ ଭାବ ବିନିମୟ କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରତି ନିସ୍ବାର୍ଥପର ସେବାର ନିଦର୍ଶନ ସ୍ବରୂପ ଯୋଗ୍ୟତା ସମ୍ପନ୍ନ ଜଣେ କ୍ୟାଡେଟ୍, ଜଣେ ଆସୋସିଏଟ୍ ଏନ୍.ସି.ସି ଅଫିସର ଓ ଜଣେ ଗାର୍ଲ୍ କ୍ୟାଡେଟ୍‌ ଇନ୍‌ଷ୍ଟ୍ରକ୍ଟରଙ୍କୁ ଡି.ଜି ଏନ୍.ସି.ସି ମେଡାଲ୍ କମେଣ୍ଡେସନ୍ କାର୍ଡ/ପ୍ଲାକ୍ ଦ୍ବାରା ସମ୍ମାନୀତ କରିଥିଲେ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...