AFFILIATE MARKETING

https://binomo.com?a=90810425bb57&t=0

Wednesday, October 11, 2023

ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର ସଂସ୍କାର

COASTAL NEWS ODIA 1094

ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର ସଂସ୍କାର 



ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ବାହାନଗା ଟ୍ରାଜେଡିର ଅପରିଚିତ ୨୮ ମୃତଦେହର କରାଯାଇଛି ସଂସ୍କାର। ରାଜଧାନୀର ଭରତପୁର ଶ୍ମଶାନରେ ୨୮ ମୃତଦେହର ସଂସ୍କାର କରାଯାଇଛି। ବିଏମସି ଅଧିକାରୀଙ୍କ ଉପସ୍ଥିତିରେ ସଂସ୍କାର କାମ ଶେଷ ହୋଇଛି।

ବାହାନଗା ରେଳ ଦୁର୍ଘଟଣାରେ ୨୮ ମୃତଦେହର ପରିଚୟ ମିଳି ନଥିଲା। ଡିଏନଏ ଟେଷ୍ଟ ପରେ ସାଢ଼େ ୪ ମାସ ହେବ ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୮ଟି ମୃତଦେହ ରଖାଯାଇଥିଲା। ତେବେ କେହି ଦାବିଦାର ନ ଆସିବାରୁ ଏହି ସବୁ ମୃତଦେହକୁ ସଂସ୍କାର କରାଯାଇଛି। ।
ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ ପରେ ସେଥିରୁ ୮୧ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତା’ ସତ୍ତ୍ୱେ ଅନେକ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ DNA ଟେଷ୍ଟ କରାଯାଇଥିଲା। ଯାହାଦ୍ୱାରା ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସମ୍ଭବ ହୋଇଥିଲା। ହେଲେ ୨୮ଟି ମୃତଦେହର କୌଣସି ପରିଚୟ ମିଳିନଥିଲା। ପରିବାର ଲୋକେ କେହି ଏହି ମୃତଦେହ ନେବାକୁ ଆସିନଥିଲେ।

ସୂଚନାଯୋଗ୍ୟ, ଜୁନ୍ ୨ ତାରିଖରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୮ ଲୋକ ଆହତ ହୋଇଥିଲେ। ଆହତମାନଙ୍କୁ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଥିଲେ। କେତେଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ଆଉ କେତେଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...