AFFILIATE MARKETING

https://binomo.com?a=90810425bb57&t=0

Wednesday, October 11, 2023

୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା

COASTAL NEWS ODIA 1097

୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା 




ଯାଜପୁର - ଭଞ୍ଜ ବିହାରୀ ମହାନ୍ତି - ମା’ ଶବ୍ଦରେ ଭରି ରହିଛି ସଂସାରର ସମସ୍ତ ସ୍ନେହ,ମମତା ଓ ନିଶ୍ୱାର୍ଥପରତା। ଦୁନିଆର ସବୁଠୁ ନିଆରା ସମ୍ପର୍କ ମାଆ ସହ ତା’ ସନ୍ତାନର। ମାଆର କୌଣସି ତୁଳନା ନାହିଁ। ସବୁ ଭାବନା, ସବୁ ସମ୍ପର୍କଠୁ ସେ ଉପରେ। କିନ୍ତୁ ଯେତବେଳେ ମାଆ ରାକ୍ଷସୀ ପାଲଟିଯାଏ, ନିଜ ଛୁଆକୁ ମାରିଦିଏ ସେତେବେଳେ ଏହି ଶବ୍ଦର ଅର୍ଥ ବଦଳିଯାଏ। ଏପରି ସମାନ ଘଟଣା ଘଟିଛି ଯାଜପୁର  ଜିଲ୍ଲାର ଟମକା ଥାନା ଚମ୍ପାଝର ପାର୍କ ନିକଟ ବସ୍ତିରେ ଜଣେ ମହିଳା ନିଜର ୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି। 

ସୂଚନା ଅନୁସାରେ,ଚମ୍ପାଝର ପାର୍କ ନିକଟ ବସ୍ତିରେ ରୁହନ୍ତି ରବିନ୍ଦ୍ର ମହାନ୍ତ। ଗତ ୪ତାରିଖ ଦିନ ରବିନ୍ଦ୍ରଙ୍କ ସ୍ତ୍ରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବରୁ ଗୋଟିଏ ଝିଅ ଥିଲା। ପରିବାର ଲୋକେ ପୁଅ ଆଶା ରଖିଥିବା ବେଳେ ଝିଅଟିଏ ଜନ୍ମ ହେବାରୁ ସମସ୍ତଙ୍କ ମନ ଦୁଃଖ ଥିଲା। ରବିନ୍ଦ୍ରଙ୍କର ମନ ମଧ୍ୟ ଦୁଃଖ ଥିଲା। ୯ ତାରିଖରେ ରବିନ୍ଦ୍ର ସ୍ତ୍ରୀ ଶିଶୁକନ୍ୟାର ନାକ ଚିପି ହତ୍ୟା କରିଥିଲେ। ପରେ ଶିଶୁକନ୍ୟା ଘରେ ଶୁଆଇ ଦେଇଥିଲେ।

ଶିଶୁକନ୍ୟାଟି ନ ଖାଇବାରୁ, ନ କାନ୍ଦିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ତା’ ଦେହ ଭଲ ନଥିବା  ଭାବି ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ। ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପରିବାର ଲୋକ ଓ ପଡ଼ୋଶୀଙ୍କର ରବିନ୍ଦ୍ରଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ ହୋଇଥିଲା। ପୁଲିସ  ପହଞ୍ଚି ରବିନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପଚରାଉଚରା କରିଥିଲା। ପରେ ରବିନ୍ଦ୍ରଙ୍କ ସ୍ତ୍ରୀ ନିଜ ଝିଅକୁ ହତ୍ୟା କରିଥିବା ମାନିଥିଲେ। ପୁଲିସ ଗତକାଲି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...