AFFILIATE MARKETING

https://binomo.com?a=90810425bb57&t=0

Wednesday, October 11, 2023

ଏସଡ଼ିଜେଏମ କୋର୍ଟରେ ସରିଲା ଜେରା, ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି

COASTAL NEWS ODIA 1098

ଏସଡ଼ିଜେଏମ କୋର୍ଟରେ ସରିଲା ଜେରା, ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି




କଟକ :  ଭଞ୍ଜ ବିହାରୀ ମହାନ୍ତି - କଟକ ଏସଡ଼ିଜେଏମ ଅଦାଲତରେ ଆଜି ବର୍ଷା ପ୍ରିୟଦର୍ଶିନୀଙ୍କ ଦାୟର ଘରୋଇ ହିଂସା ଆବେଦନର ଶୁଣାଣି ଥିବା ବେଳେ ଅଦାଲତରେ ହାଜର ହୋଇଥିଲେ ଉଭୟ ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। 

ଆଜି ବର୍ଷାଙ୍କୁ ଅନୁଭବ ଓକିଲଙ୍କ ୧୦ ପ୍ରଶ୍ନ ପଚାରିଥିବା ବେଳେ ଆଜି ପାଇଁ ଏସଡ଼ିଜେଏମ କୋର୍ଟରେ ଜେରା ସରିଛି। ପ୍ରାୟ ୨ ଘଣ୍ଟା ଧରି ବର୍ଷାଙ୍କୁ ଜେରା କରିଥିଲେ ଅନୁଭବଙ୍କ ଓକିଲ।ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଏକ ନୂଆ ପିଟିସନ ଦାୟର କରାଯାଇଛି। ସୋସିଆଲ ମେଡିଆରେ ଅନୁଭବ ବର୍ଷାଙ୍କର ଚରିତ୍ର ସଂହାର ବନ୍ଦ କରନ୍ତୁ ବୋଲି ଏଥିରେ ସେ ଆବେଦନ କରିଛନ୍ତି। ଏହି ଏସଡିଜେଏମ କୋର୍ଟ ପିଟିସନର ଶୁଣାଣି ଶେଷ କରିଥିବା ବେଳେ  ପରବର୍ତ୍ତୀ ତାରିଖରେ ଏହାର ନିର୍ଦ୍ଦେଶନାମା ଦେବେ ବୋଲି ଧାର୍ଯ୍ୟ କରିଛନ୍ତି।

ଆସନ୍ତା ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସ୍ଥିର ହୋଇଛି। ସେଦିନ ମଧ୍ୟ ହାଜର ହେବେ ଉଭୟ ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଜର ହେବେ ବୋଲି ଜଣାପଡିଛି। ସାଂସଦ ଅନୁଭବଙ୍କ ବିରୁଦ୍ଧରେ ପତ୍ନୀ ବର୍ଷା ଦାୟର କରିଥିବା ଘରୋଇ ହିଂସା ମାମଲାରେ ଆଜି ଉଭୟ ଅନୁଭବ ଓ ବର୍ଷା ହାଜର ହେବାକୁ ପୂର୍ବରୁ ନିର୍ଦେଶ ହୋଇଥିଲା। ପୂର୍ବରୁ ସାଂସଦ ଅନୁଭବଙ୍କ ପକ୍ଷରୁ କଟକ ଏସ ଡି ଜେ ଏମ କୋର୍ଟରେ ଆଉ ଏକ ପିଟିସନ ଦାୟର କରାଯାଇଥିଲା।

ମନ୍ଦ ଉଦ୍ଦେଶ୍ୟ ରଖି ବର୍ଷା ତାଙ୍କ ବିରୁଦ୍ଧରେ ପାରିବାରିକ ହିଂସା ମାମଲା ଦାୟର କରିଛନ୍ତି, ଯାହା ତାଙ୍କ ରାଜନୈତିକ କ୍ୟାରିଅରକୁ ପ୍ରଭାବିତ କରିବା ଲାଗି ଉଦ୍ଧିଷ୍ଟ ବୋଲି ଅନୁଭବ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି। ତେଣୁ ବର୍ଷାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ସେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଅନୁଭବ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତିଯେ, ବର୍ଷା ରାଜନୀତି କ୍ଷେତ୍ରରେ ନିଜକୁ ଜଣେ ପୀଡିତା ଦର୍ଶାଇ ସୁବିଧା ନେବାକୁ ଚେଷ୍ଟା କରୁଛନ୍ତି। ଗତ ମାସ ୨୫ ତାରିଖରେ ଉଭୟ ବର୍ଷା ଏବଂ ଅନୁଭବ କାଉନସେଲିଂ ଉଦ୍ଦେଶ୍ୟରେ ଏସ ଡି ଜେ ଏମ କୋର୍ଟରେ ଉପସ୍ଥିତ ହୋଇଥିଲେ। କିନ୍ତୁ ସେହି କାଉନସେଲିଂ ସଫଳ ହୋଇ ପାରି ନ ଥିଲା।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...