AFFILIATE MARKETING

https://binomo.com?a=90810425bb57&t=0

Tuesday, October 3, 2023

ଲଗାତର ଦୁଇ ଦିନ ବିଦ୍ୟୁତ୍ ବିଭ୍ରାଟ ପରେ ଜଳ ଯୋଗାଣ ଠପ୍

COASTAL NEWS ODIA 992

ଲଗାତର ଦୁଇ ଦିନ ବିଦ୍ୟୁତ୍ ବିଭ୍ରାଟ ପରେ ଜଳ ଯୋଗାଣ ଠପ୍




କଟକ - ଭଞ୍ଜ ବିହାରୀ ମହାନ୍ତି --ରାଜ୍ୟର ସବୁଠୁ ବଡ଼ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଏସସିବିକୁ ବିଶ୍ବସ୍ତରୀୟ କରିବା ନେଇ ରାଜ୍ୟ ସରକାରଙ୍କ ବାହାସ୍ଫୋଟର ଉଡିଛି ଧଜ୍ଜିୟା। 12 ଘଣ୍ଟାରୁ ଅଧିକ ସମୟ ଧରି କଟକ ବଡ଼ ମେଡିକାଲରେ ପାଣି ଯୋଗାଣ ଠପ୍। ପିଇବା ପାଣି ଟୋପେ ପାଇବାକୁ ଡହଳ ବିକଳ ହେଲେ ରୋଗୀ ଓ ସମ୍ପର୍କୀୟ। ବୋତଲ ପାଣି କିଣି ପିଇବାକୁ ବାଧ୍ୟ ହେଲେ ଗରିବ ରୋଗୀ। ନିତ୍ୟ କର୍ମ ପାଇଁ ମହାନଦୀକୁ ଗଲେ ସମ୍ପର୍କୀୟ। ଲଗାତର ଦୁଇ ଦିନ ବିଦ୍ୟୁତ କାଟ ଯୋଗୁଁ ଛଟପଟ ହେବା ପରେ ପାଣି ଅଭାବରୁ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ରୋଗୀ ଓ ସମ୍ପର୍କୀୟ।

ୱାଟକୋର କହିବା ହେଲା ପାଇପ୍ ମରାମତି କାମ ଚାଲିଥିବାରୁ ପାଣି ଯୋଗାଣ ବନ୍ଦ କରାଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ଯଦି ପାଇପ୍ ମରାମତି କରାଯାଉଥିଲା ଏହି ବିଶ୍ବସ୍ତରୀୟ ହସପିଟାଲରେ ପାଣି ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇନଥିଲା କାହିଁକି। ହଜାର ହଜାର ଗୁରୁତର ରୋଗୀ ବିଭିନ୍ନ ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ କେମିତି ଏତେ ଖାମଖିଆଲ ହୋଇପାରିଲେ ଏସସିବି କର୍ତ୍ତୃପକ୍ଷ। 12 ଘଣ୍ଟାରୁ ଅଧିକ ସମୟ ପାଣି ଯୋଗାଣ ବନ୍ଦ ରହିଲା ଏହାକୁ ଏତେ ହାଲକା ଭାବରେ  କେମିତି ନେଲା ୱାଟକୋ। କାହିଁକି ବିକଳ୍ପ ପାଣି ଯୋଗାଣ ବ୍ୟବସ୍ଥା ଏସସିବିରେ ନାହିଁ ଏହାର ଜବାବ ରଖିବେ କି ସ୍ଥାନୀୟ ବିଧାୟକ।

ଶନିବାର 11 ଘଣ୍ଟା ଓ ରବିବାର ଲଗାତାର 6 ଘଣ୍ଟା ବିଦ୍ୟୁତ୍ କାଟ ଯୋଗୁଁ ବଡ଼ ମେଡିକାଲରେ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ରୋଗୀ ସେବା। ଗରମ ଗୁଳୁୁଗୁଳିରେ ଛଟପଟ୍ ହୋଇପଡ଼ିଥିଲେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ। ମୋବାଇଲ ଫୋନର ଫ୍ଲାସ୍ ଲାଇଟରେ କରାଯାଇଥିଲା ରୋଗୀ ସେବା। ଏକ୍ସରେ, ଏମଆରଆଇ ଓ ସିଟି ସ୍କାନ ପରି ବିଦ୍ୟୁତ ଚାଳିତ ପରୀକ୍ଷା ମଧ୍ୟ ବନ୍ଦ ହୋଇଯାଇଥିଲା। ତା ପରେ ବି ଚେତିଲେନି ମେଡିକାଲ କର୍ତ୍ତୃପକ୍ଷ। ବିଶ୍ବସ୍ତରୀୟ ହସପିଟାଲରେ କେମିତି ବିଦ୍ୟୁତ ଓ ପାଣି ପାଇଁ କରାଯାଇନି ବ୍ୟାକ୍ ଅପ ବ୍ୟବସ୍ଥା। କଟକ ବଡ଼ ମେଡିକାଲର ଏହି ବିକଳ ଚିତ୍ର ଏସସିବିକୁ ଏମ୍ସ ପ୍ଲସ୍ ହସପିଟାଲ କରିବା ନେଇ ବିଜେଡି ସରକାରଙ୍କ ସବୁ ବାହାସ୍ଫୋଟର ଖୋଲିଦେଇଛି ପୋଲ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...