AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ସୋସିଆଲ ମିଡିଆ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ

COASTAL NEWS ODIA 1034

ସୋସିଆଲ ମିଡିଆ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ।



ଭୁବନେଶ୍ବର - ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ଏହି ବିବାଦ ଭିତରେ ସୋଶାଆଲ ମିଡିଆରେ ଆଜି ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ଅନୁଭବ। ସୋଶାଆଲ ମିଡିରେ ସେ ପତ୍ନୀ ବର୍ଷାଙ୍କ ପାଇଁ ଦେଇଛନ୍ତି ବନ୍ଧୁତାର ସଂଦେଶ। ଅନୁଭବଙ୍କ ଏହି ପୋଷ୍ଟକୁ ଚର୍ଚ୍ଚା ଜୋର ଧରିଛି।

ବର୍ଷାଙ୍କ ବିବାହ ପରେ ବିଦାୟ ବେଳର ଫୋଟୋ ପୋଷ୍ଟ କରିଛନ୍ତି ଅନୁଭବ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଏ। ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି। ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ।

ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ହେଲ ବୋଲି ମୁଁ ଚାହେଁନି। କିନ୍ତୁ ଯେହେତୁ ବିଚ୍ଛେଦ ସୁନିଶ୍ଚିତ। ଏହା ସମ୍ମାନଜନକ ହେଉ,  ତିକ୍ତତା ନ  ହେଉ ବୋଲି ଅନୁଭବ ଲେଖିଛନ୍ତି । ଏହା ସହ ଅନୁଭବ ବର୍ଷାଙ୍କ ପାଇଁ ପ୍ରଣାମ ମୁଦ୍ରାର ଇମୋଜି ପୋଷ୍ଟ କରିଛନ୍ତି। ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି।

ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ବିଭିନ୍ନ ସମୟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଅନେକ କଥା ପୋଷ୍ଟ କରିଥାନ୍ତି। ଯାହାକୁ ନେଇ ସୋଶାଆଲ ମିଡିଆ ବର୍ଷା ଓ ଅନୁଭବ ମୁହିଁମୁହିଁ ହୋଇଛନ୍ତି। ଏବେ ଅନୁଭବଙ୍କ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ବର୍ଷାଙ୍କର କୌଣସି ଉତ୍ତର ମିଳିନାହିଁ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...