AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

COASTAL NEWS ODIA 1033

ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ 




ପଞ୍ଜାବ - ଭଞ୍ଜ ବିହାରୀ ମହାନ୍ତି - ପଞ୍ଜାବର ଅମୃତସରରେ ଥିବା ଏକ ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଗତକାଲି ଲାଗିଥିଲା ଭୟଙ୍କର ନିଆଁ। ଏଥିରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି।

ଫାର୍ମା କମ୍ପାନୀରେ ବିପୁଳ ପରିମାଣରେ କେମିକାଲ ଥିବା ବେଳେ ଗତରାତିରେ ହଠାତ୍‌ କୌଣସି କାରଣବଶଃତ ସେଥିରେ ନିଆଁ ସଂଯୋଗ ହୋଇ ଯାଇଥିଲା। ଫଳରେ ଉକ୍ତ ସମୟରେ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ। ତେବେ ଅଗ୍ନିକାଣ୍ଡର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଫ୍ୟାକ୍ଟ୍ରିରେ ଫସି ରହିଥିବା ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।  ଫ୍ୟାକ୍ଟ୍ରିରେ ବିପୁଳ ପରିମାଣରେ କେମିକାଲ ମହଜୁଦ ଥିବା ବେଳେ ଅଗ୍ନି ନିରାପତ୍ତା ଗାଇଡଲାଇନ୍‌ ପାଳନ କରାଯାଇଥିଲା ନା ନାହିଁ ତାହାର ତଦନ୍ତ କରାଯାଉଛି l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...