AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ପାଚେରୀ ନିକଟରେ ଆଜି ଏକ ନବଜାତ ଶିଶୁ

COASTAL NEWS ODIA 1062

ପାଚେରୀ ନିକଟରେ ଆଜି ଏକ ନବଜାତ ଶିଶୁ




ସମ୍ବଲପୁର - ଭଞ୍ଜ ବିହାରୀ ମହାନ୍ତି - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଖଣ୍ଡୋକଟା ଗାଁର ଦିଲ୍ଲୀପ ସାହୁଙ୍କ ଘର ପଛପଟ ପାଚେରୀ ନିକଟରୁ ଆଜି ସକାଳେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତା’ର ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।

ସକାଳେ ଦିଲ୍ଲୀପ ସାହୁଙ୍କ ଘର ପାଚେରୀ ନିକଟରୁ ଛୁଆର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଆସି ଜମା ହୋଇଥିଲେ। ପରେ ଡାକ୍ତରଖାନାରେ କାମ କରୁଥିବା ସେହି ଗାଁର ସଞ୍ଜୟ ପଟେଲ ଶିଶୁଟିକୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ସଞ୍ଜୟ ପଟେଲ କହିଛନ୍ତି, ଛୁଆଟିର ଶରୀରରେ ପିମ୍ପୁଡ଼ି ଚଢ଼ିଯାଇଥିଲେ। ତାକୁ ସଙ୍ଗେ ସଙ୍ଗେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲି। ତା’ର ଅବସ୍ଥା ଏବେ ଭଲ ଥିବା ଡାକ୍ତର କହିଛନ୍ତି।

କିଏ ଓ କାହିଁକି ଶିଶୁ କନ୍ୟାଟିକୁ ସେଠାରେ ଛାଡ଼ି ଚାଲିଗଲେ, ତାହା ଜଣାପଡ଼ିନାହିଁ। ଘଟଣାର ତଦନ୍ତ ପରେ ପୂରା କଥା ସାମ୍ନାକୁ ଆସିବ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...