AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଉଛନ୍ତି ସରକାର

COASTAL NEWS ODIA 1101

ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଉଛନ୍ତି ସରକାର 



ଭୁବନେଶ୍ବର - ମହିଳା ସଶକ୍ତିକରଣ ଦିଗରେ ଗୋଷ୍ଠୀ ସହଭାଗିତାକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍‌ ପକ୍ଷରୁ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ସହଭାଗିତାରେ ଟିପିଏସ୍ଓଡିଏଲ୍‌ ପକ୍ଷରୁ ଓଡ଼ିଶାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ତଥା ଚାଷୀମାନଙ୍କୁ ତାଲିମ ଦିଆଯାଉଛି । 
କମ୍ପାନୀ ମାଣ୍ଡିଆ ଚାଷକୁ ପ୍ରାଥମିକତା ଦେଇ ଚାଷୀ ତଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କର କୃଷି କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଟିପିଏସ୍ଓଡିଏଲ୍ ପକ୍ଷରୁ ପାଖାପାଖୁ ୫୦୦ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଚାଷୀଙ୍କୁ ଉନ୍ନତ ମାନର ବିହନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସହାୟତା ଯୋଗାଇ ଦିଆଯାଇଛି।ଖରିଫ ଋତୁରେ ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ପ୍ରମୁଖ ୮ଟି ଜିଲ୍ଲାରେ ୫୦୦ ଏକରରୁ ଅଧିକ ଜମିରେ ମାଣ୍ଡିଆ ଚାଷକୁ ସହାୟତା ଯୋଗାଇଛି । ଏଥୁରେ ୭୦ଟି ଗ୍ରାମ ପଞ୍ଚାୟତର ମୋଟ ୫୦୦ ଜଣ ଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ଅଛନ୍ତି । 

ତନ୍ମଧ୍ୟରେ, ଗଞ୍ଜାମର ୨୪, ଗଜପତିର ୮, କୋରାପୁଟର ୮, ନବରଙ୍ଗପୁରର ୮, ମାଲକାନଗିରିର ୮, ବୌଦ୍ଧର ୯ ଏବଂ କନ୍ଧମାଳର ୫ଟି ଗ୍ରାମ ପଞ୍ଚାୟତ ସାମିଲ ଅଛି । ଅନ୍ୟପକ୍ଷରେ ଆନ୍ତର୍ଜାତିକ ମିଲେଟ ବର୍ଷ-୨୦୨୩ ଅବସରରେ ଆସନ୍ତା ରବି ଋତୁରେ ମଧ୍ଯ କମ୍ପାନୀ ପକ୍ଷରୁ ୧୦୦୦ ଏକର ଜମିରେ ଚାଷ ପାଇଁ ସହାୟତା ଦିଆଯିବା ନେଉ ନିଷ୍ପତ୍ତି ନିଆଯାଇଛି । ଟିପିଏସ୍ଓଡିଏଲର ଏହି ଅଭିନବ ପ୍ରୟାସ ମହିଳାଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମିଲେଟ ଶସ୍ୟର ଉପାଦେୟତାର ପ୍ରଚାର ପ୍ରସାର ଦିଗରେ ମଧ୍ୟ ଧ୍ୟାନ ଦେଉଛି ।

 ସାଧାରଣତଃ ପ୍ରତିକୂଳ ପରିବେଶରେ ଅଧିକାଂଶ କୃଷି କଷ୍ଟସାଧ୍ୟ ହୋଇଥିବା ବେଳେ ମାଣ୍ଡିଆ ଚାଷ ଏକ ବ୍ୟତିକ୍ରମ ଅଟେ। ମାଣ୍ଡିଆ ଚାଷ ଅନ୍ୟ ଶସ୍ୟ ତୁଳନାରେ କମ ପରିମାଣର ଜଳ,କୀଟନାଶକ ସାର ଓ ପୋଷକତତ୍ତ୍ବ ଆବଶ୍ୟକ କରିଥାଏ । ଏଣୁ ମାଣ୍ଡିଆ ଫସଲର ଏହି ସ୍ବତନ୍ତ୍ରତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଗ୍ରାମପଞ୍ଚାୟତସ୍ବରରେ ଟିପିଏସ୍ଓଡିଏଲ୍ ପ୍ରଶିକ୍ଷଣ ଶିବିରମାନ ମଧ୍ୟ ଆୟୋଜନ କରୁଛି। ମିଲେଟ ଉପାଦେୟତାର ସଚେତନତା ଶିବିରରେ ବିଭିନ୍ନ ପର୍ଯ୍ୟାୟରେ ଗୋଷ୍ଠୀ ବୈଠକ କରାଯାଉଛି । ଏହି ତାଲିମ ଶିବିରରେ ବିଶେଷଜ୍ଞମାନେ ମିଲେଟର ଉପାଦେୟତା ଏବଂ ଚାଷ ସମ୍ବନ୍ଧୀୟ ବିସ୍ତୃତ ସୂଚନା ଦେଉଛନ୍ତି । 

ସ୍ଥାନୀୟ ଭାଷାରେ କମ୍ପାନୀ ଲୋକଙ୍କ ନିକଟରେ ଏସବୁ ସୂଚନା ପହଞ୍ଚାଉଛି । ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କିତ ପ୍ରଚାରପତ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି । ଟିପିଏସଓଡ଼ିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ ଏସମ୍ପର୍କରେ କହିଛନ୍ତି ଯେ, ମାଣ୍ଡିଆ ଚାଷର ପ୍ରସାର କରିବା ନିମନ୍ତେ ଟିପିଏସ୍‌ଡିଏଲ୍‌ ଚାଷୀ ଓ ମହିଳାଙ୍କ ସାଥ୍‌ରେ ସର୍ବଦା ରହିଛି । ଏହାସହ ଚଳିତ ଅନ୍ତର୍ଜାତୀୟ ମିଲେଟ ବର୍ଷରେ ମିଲେଟ ଚାଷକୁ ପ୍ରାଧାନ୍ୟ ଦେଇ ଆସୁଛି । ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ସଶକ୍ତିକରଣ ଓ ଧାରଣୀୟ ବିକାଶର ବୀଜରୋପଣ କରିବାରେ ସଫଳ ହେଉଛୁ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...