AFFILIATE MARKETING

https://binomo.com?a=90810425bb57&t=0

Tuesday, October 3, 2023

ସାପ ଧରିବା ଥିଲା ଯା’ର ବାଁ’ ହାତର ଖେଳ; ସାପ ଚୋଟରେ ଗଲା ତା’ର ଜୀବନ

COASTAL NEWS ODIA 994

ସାପ ଧରିବା ଥିଲା ଯା’ର ବାଁ’ ହାତର ଖେଳ; ସାପ ଚୋଟରେ ଗଲା ତା’ର ଜୀବନ 



ଭୁବନେଶ୍ୱର: ସାପ ଧରିବା ଥିଲା ଯାହାର ବାଁ’ ହାତର ଖେଳ; ସାପ ଚୋଟରେ ଗଲା ତା’ର ଜୀବନ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର, ନନପଡ଼ା ସାହିର କାଳିଆ (ଡମ୍ବୁରଧର ରାଉତରାୟ) ଭୟଙ୍କର ତଥା ଅତ୍ୟନ୍ତ ବିଷାକ୍ତ ସାପ ଧରିବାରେ ଥିଲେ ଧୁରନ୍ଧର। ଯେ କୌଣସି ବିଷାକ୍ତ ସାପ ଧରିବା ତାଙ୍କ ପାଇଁ ଥିଲା ବାଁ’ ହାତର ଖେଳ। 

କାଳିଆ କୌଣସି ସ୍ନେକ ହେଲ୍ପଲାଇନ ସଦସ୍ୟ ନୁହଁନ୍ତି, କିମ୍ୱା ସାପ ଧରିବା ନେଇ ସେ କୌଣସି ଟ୍ରେନିଂ ନେଇ ନାହାଁନ୍ତି। ସାପ ଧରିବାର କୌଶଳ ତାଙ୍କ ନିଜସ୍ୱ କଳା। ନିରାକାରପୁର ସମେତ ଆଖ ପାଖ ଗ୍ରାମରେ କାହା ଘରେ ବିଷାକ୍ତ ସାପ ପଶିଗଲେ ଖୋଜାପଡ଼ନ୍ତି କାଳିଆ। ଅତି ଭୟଙ୍କର ତଥା ବିଷାକ୍ତ ସାପ ଗୁଡ଼ିକୁ ଖୁବ୍ ସହଜରେ କାବୁ କରିନିଅନ୍ତି କାଳିଆ। 

ସାପ ଗୁଡ଼ିକୁ ଧରିବା ପରେ ନିକଟସ୍ଥ ଚିତ୍ରକୂଟ ପାହାଡ଼ ଜଙ୍ଗଲ କିମ୍ବା ଡିଆ ସ୍ଥିତ କପିଳେଶ୍ୱର ଦେବଙ୍କ ପୀଠ ନିକଟରେ ସୁରକ୍ଷିତ ଛାଡ଼ିଦିଅନ୍ତି କାଳିଆ। ଉଭୟ ଲୋକଙ୍କ ସମେତ ସାପର ଜୀବନ ବଞ୍ଚାନ୍ତି କାଳିଆ। କିନ୍ତୁ, ଆଜି ଲୋକଙ୍କ ଜୀବନ ସହିତ ସାପର ଜୀବନ ବଞ୍ଚାଇବାକୁ ଯାଇ ନିଜେ ଜୀବନ ହାରିଲେ କାଳିଆ। ଧରିଥିବା ଏକ ବିଷଧର ସାପକୁ କପିଳେଶ୍ୱର ଦେବଙ୍କ ପୀଠ ନିକଟରେ ସୁରକ୍ଷିତ ଭାବରେ ଛାଡ଼ୁଥିବା ବେଳେ ସାପଟି ବୁଲିଯାଇ କାଳିଆଙ୍କୁ ଚୋଟ ମାରିଥିଲା। ଚିକିତ୍ସା ପାଇଁ କାଳିଆଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...