AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ବିଶେଷ ଖବର

COASTAL NEWS ODIA 1003

       

     *ବିଶେଷ ଖବର, ୦୪-ଅକ୍ଟବର -୨୦୨୩, ବୁଧବାର*
       •┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଛତିଶଗଡରେ ୨୭,୦୦୦ କୋଟିର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ଯୁକ୍ତ ଦୁଇ ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ନାମଲେଖା ତାରିଖ ହେଲା ଘୋଷଣା, ଅକ୍ଟୋବର ୪ରୁ ୮ ମଧ୍ୟରେ କରିହେବ ଆବେଦନ l

➡️୩-ରାମସେତୁକୁ ଜାତୀୟ ସ୍ମାରକୀ ମାନ୍ୟତା ଦେବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ l

➡️୪-କେନ୍ଦ୍ରାପଡ଼ାର ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା l ମାନ ଓ ଗୁଣବତ୍ତା ଯାଞ୍ଚ ପରେ ଏହି ସ୍ୱୀକୃତି ମିଳିଛି।

➡️୫-ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ l ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ସହ ମୋଟ ୧୨ଟି ବିଲ୍‌ ହେଲା ପାରିତ l

➡️୬-ପାର୍କିଂ ସହ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ୫ଦିନ ତାଲା ପଡ଼ିବା ପରେ ଆଜି ବିଧିବଦ୍ଧ ଭାବରେ ଖୋଲିଲା ୟୁନିଟ୍‌-୧ ମାର୍କେଟ୍‌ l ବିଏମସିର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଲା ବ୍ୟବସାୟୀ ସଂଘ l

➡️୭-OAS ସ୍ତରରେ ହେଲା ଅଦଳବଦଳ, BMC ଅତିରିକ୍ତ କମିଶନର ହେଲେ ଘାସିରାମ ମୁର୍ମୁ l

➡️୮-ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ରୋମ ଗସ୍ତରେ ଯାଇଥିବା ଶ୍ରଦ୍ଧା କିଏ, ଗୃହରେ ସ୍ପଷ୍ଟ କଲେ ନବୀନ l କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ l ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ।

➡️୯-ପୁଣି ଦରବୃଦ୍ଧି ନେଇ ଆଶଙ୍କା ପ୍ରକାଶ କଲା ବିଶ୍ବ ବ୍ୟାଙ୍କ, ୬.୩% ରହିପାରେ ଭାରତର ଜିଡିପି l

➡️୧୦-ପ୍ରେକ୍ଷାଳୟ ପରେ ଏଣିକି ଏବେ ଓଟିଟିରେ ରିଲିଜ୍‌ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍‌-୨’ ଫିଲ୍ମ l ଏହି ଫିଲ୍ମଟି ଅକ୍ଟୋବର ୮ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ପାଇଁ ପ୍ରସ୍ତୁତ ହେଉଛି।

➡️୧୧-ଭୂମିକମ୍ପ ଯୋଗୁ ପଶ୍ଚିମ ନେପାଳରେ ହେଲା ବ୍ୟାପକ କ୍ଷୟକ୍ଷତି, ପକ୍କା ଘର ସହ ଭାଙ୍ଗିଲା କଚ୍ଚା ଘର l

➡️୧୨-ଡିଜିଟାଲ ନ୍ୟୁଜ୍‌ ଓ୍ବେବସାଇଟ ନ୍ୟୁଜକ୍ଲିକ୍‌ର ଫଣ୍ଡିଂ ମାମଲାରେ ଦିଲ୍ଲୀ ପୋଲିସ୍‌ ଏହାର ସଂସ୍ଥାପକ ପ୍ରବୀର ପରକାୟସ୍ଥ ଏବଂ ଅମିତ ଚକ୍ରବର୍ତ୍ତୀକୁ କଲା ଗିରଫ l

➡️୧୩-ନିଜକୁ ଶିଖ ଧାର୍ମିକ ଉପଦେଶକ କହୁଥିବା ଖାଲିସ୍ତାନ ସମର୍ଥକ ଅମୃତ ପାଲ ସିଂହ ୯ ଜଣ ସାଥୀ ବନ୍ଦୀଙ୍କ ସହିତ ଆସାମ ଦିବ୍ରୁଗଡ ଜେଲରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଆରମ୍ଭ କଲା ଅନଶନ l

➡️୧୪-ନ୍ୟାସନାଲ ଲିବରେସନ ଫଣ୍ଟ ଅଫ୍‌ ତ୍ରିପୁରା ଓ ଅଲ୍‌ ଟ୍ରିପୁରା ଟାଇଗର ଫୋର୍ସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ କେନ୍ଦ୍ର ସରକାର। ଏହି ଦୁଇ ସଂଗଠନକୁ ବେଆଇନ୍‌ ହେଲା ଘୋଷଣା l

➡️୧୫-ମହାରାଷ୍ଟ୍ରରେ ଆଉ ଏକ ହସ୍ପିଟାଲରେ ୨୪ ଘଣ୍ଟାରେ ୧୮ ଜଣଙ୍କ ମୃତ୍ୟୁ, ନାନ୍ଦେଡ଼ ହସ୍ପିଟାଲ୍‌ରେ ଆଉ ୭ ଜଣଙ୍କ ମୃତ୍ୟୁ l ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି।

➡️୧୬-‘ଆମେ ବିବାଦ ଆଗକୁ ବଢ଼ଇବାକୁ ଚାହୁନାହୁଁ’, ଭାରତର ଆକ୍ସନ ମଧ୍ୟରେ କାନାଡା ପିଏମ୍‌ ଜଷ୍ଟିନ ଟ୍ରୁହୋ ଦେଲେ ନିଜର ପ୍ରତିକ୍ରିୟା l

➡️୧୭-ଆଜି ସନ୍ଧ୍ୟା ୭ଟାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜନ ହେବ ବିଶ୍ଵକପ୍ ୨୦୨୩ର ଉଦଘାଟନୀ ସମାରୋହ। ଦେଖିବାକୁ ମିଳିବ ବଲିଡଉ କଳାକାରଙ୍କ ଜବରଦସ୍ତ ଜଲଓ୍ଵା l

➡️୧୮-ଏସୀୟ କ୍ରୀଡାର ଦଶମ ଦିନରେ ଭାରତକୁ ମିଳିଲା ୯ଟି ପଦକ l ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୬୯କୁ ହେଲା ବୃଦ୍ଧି l

➡️୧୯-ବିଶ୍ଵକପ୍ ୨୦୨୩ର ମାନ ବଢାଇବେ ସଚିନ, ଗ୍ଲୋବାଲ ଆମ୍ବାସଡର କଲା ଆଇସିସି l

➡️୨୦-ପୁଣି ବର୍ଷାରେ ଧୋଇଗଲା ନେଦରଲ୍ୟାଣ୍ଡ୍ସ ବିପକ୍ଷ ୱାର୍ମଅପ୍‌ ମ୍ୟାଚ୍, ଏବେ ସିଧା ଚେନ୍ନାଇରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*


No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...