AFFILIATE MARKETING

https://binomo.com?a=90810425bb57&t=0

Friday, October 20, 2023

ବଡ଼ାମ୍ବୀଳା ଗ୍ରାମ ପଞ୍ଚାୟତରେ ମୋ ସେବା କେନ୍ଦ୍ର ଉଦ୍‌ଘାଟିତ

COASTAL NEWS ODIA 1185

ବଡ଼ାମ୍ବୀଳା ଗ୍ରାମ ପଞ୍ଚାୟତରେ ମୋ ସେବା କେନ୍ଦ୍ର ଉଦ୍‌ଘାଟିତ



ଆଳି, ୧୮।୧୦  ବୁଧବାର ଆଳି ବ୍ଲକ ବଡ଼ାମ୍ବିଳା ପଞ୍ଚାୟତ କାର୍ଯ୍ୟାଳୟରେ ମୋ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ ଭାବେ ଆଳି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ସାମଲ ଓ ମୁଖ୍ୟବକ୍ତା ଭାବେ ଜିଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି ଯୋଗ ଦେଇ ଲୋକମାନେ ଏହି ସେବାକେନ୍ଦ୍ର ଦ୍ଵାରା କିପରି ଉପକୃତ ହେବେ ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ l 


ଓଡିଶା ସରକାରଙ୍କ ବହୁମୁଖି କାର୍ଯ୍ୟକ୍ରମ ଓ ସରକାରୀ ଯୋଜନାକୁ ଜନ ସାଧାରଣ ହାତ ପାହାନ୍ତାରେ ପହଞ୍ଚେଇବା ଉଦ୍ଦେଶ୍ୟରେ ମୋ ସେବା କେନ୍ଦ୍ର ଉପୋଭୋକ୍ତା ମାନଙ୍କ ସରକାରୀ ସହାୟତା ପାଇବା ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମୋ ସେବା କେନ୍ଦ୍ର ଉଦିଷ୍ଟ I ସରକାର ଆପଣଙ୍କ ଘର ଦ୍ୱାରରେ ମୋ ସେବା କେନ୍ଦ୍ରର ପ୍ରକୃତ ଉଦ୍ଦେଶ୍ଯ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । 


ସାମାଜିକକର୍ମୀ ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ବଡ଼ାମ୍ବୀଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସଚଳା ମହୀ , ସମିତି ସଭ୍ୟ ବଂଶୀଧର ପଣ୍ଡା ଏବଂ ମୋ ସେବା କେନ୍ଦ୍ରର ଜିଲା ପରିଚାଳକ ହମଦ ପାତ୍ର ଯୋଗ ଦେଇଥିଲେ। କେନ୍ଦ୍ର ପରିଚାଳକ ଦୀପକ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ବିଦ୍ୟୁଲତା ରାଉତ, ସ୍ବାଭିମାନ ଜେନା, ଓମ୍ ପ୍ରକାଶ ରାଉତ, ଶୁଭମ ମହାନ୍ତି, ଶ୍ରଦ୍ଧାଞ୍ଜଳି ନନ୍ଦ, ରାକେଶ ଦାଶ ଓ ନାୟକ ଏଣ୍ଟରପ୍ରାଇଜେସ କର୍ମକର୍ତ୍ତାମାନେ ସଭା ପରିଚାଳନା କରିଥିଲେ I


No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...