AFFILIATE MARKETING

https://binomo.com?a=90810425bb57&t=0

Friday, October 20, 2023

ମିଳୁନି ରାସନ ସାମଗ୍ରୀ ଡିଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

COASTAL NEWS ODIA 1186

ମିଳୁନି ରାସନ ସାମଗ୍ରୀ
ଡିଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି


ଆଳି -; ଆଳି ବ୍ଲକ ଦଶିପୁର ପଞ୍ଚାୟତର ସରକାରୀ ଖାଉଟି ସାମଗ୍ରୀ ବିତରଣ କରୁଥିବା ଡିଲର୍ ପୀତାମ୍ବର ବେହେରା ଗତ ୨୦୨୧ ମସିହାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଖାଉଟି ସାମଗ୍ରୀ ଏଯାଏ ରାସନକାର୍ଡଧାରୀଙ୍କୁ ପ୍ରଦାନ କରି ନ ଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଦଶିପୁର ର ଖାଉଟିକାରଧାରୀମାନେ ବାରମ୍ବାର ଆଳି ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ଯ କୌଣସି ପ୍ରତିକାର କରାଯାଉନାହିଁ। ତେଣୁ ସେମାନେ ସଂପୃକ୍ତ ଖାଉଟି ସାମଗ୍ରୀ ବିତରକ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 

ଖାଉଟିକାର୍ଡଧାରୀଙ୍କ ପକ୍ଷରୁ ବିବେକାନନ୍ଦ ଦାଶ, ଅମୂଲ୍ୟ ମଳିକ, ବୁଲାକର ମଲିକ, ରମେଶ ମଲିକ, ଅକ୍ଷୟ ମଲିକ, ପୁଷ୍ପକ ମଲିକ, ରମେଶ ସାହୁ, ଶ୍ରୀନିବାସ ପରିଡା, ଚିତ୍ତ ମହାନ୍ତି, ଜୟଦେବ ବରଜ, ମୋହନ ସାହୁ, ରବୀନ୍ଦ୍ର ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...