AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

‘ଆପ୍ କାହିଁକି ଅଭିଯୁକ୍ତ ନୁହେଁ’ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ

COASTAL NEWS ODIA 1043

‘ଆପ୍ କାହିଁକି ଅଭିଯୁକ୍ତ ନୁହେଁ’ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ



ନୂଆଦିଲ୍ଲୀ - ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍)କୁ କାହିଁକି ଅଭିଯୁକ୍ତ କରାଗଲା ନାହିଁ, ତାହା ସ୍ପଷ୍ଟ କରିବାକୁ ସୁପ୍ରିମ୍‌କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହାର ଉଦ୍ଦେଶ୍ୟ କାହାକୁ ଫସାଇବା ନୁହେଁ। 

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଏସ୍‌ଏନ୍ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ମନିଲଣ୍ଡରିଂ ନିବାରଣ ଆଇନ ପରିପ୍ରେକ୍ଷୀରେ ଏକ ଆଇନଗତ ପ୍ରଶ୍ନ ଭାବରେ ସ୍ପଷ୍ଟୀକରଣ ମଗାଯାଇଛି। ଆମେ ସ୍ପଷ୍ଟ କରିବାକୁ ଚାହୁଛୁ ଯେ ଆମର ପ୍ରଶ୍ନ କାହାକୁ ଫସାଇବା ପାଇଁ ଉଦ୍ଦିଷ୍ଟ ନୁହେଁ। ଧରନ୍ତୁ, ଯଦି ପ୍ରସିକ୍ୟୁସନ୍ ଅନୁଯାୟୀ ହିତାଧିକାରୀ ‘ଏ’ ଅଟନ୍ତି ଏବଂ ଯଦି ‘ଏ’ ବିରୋଧରେ ମାମଲା ରୁଜୁ ହେଉନାହିଁ, ତେବେ ‘ବି’ କିମ୍ବା ‘ସି’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ କି? ଏହି ପରିପ୍ରେକ୍ଷୀରେ ଏପରି ପ୍ରଶ୍ନ ଉଠୁଛି ବୋଲି ଆପ୍ ନେତା ମନିଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ୍ ଖାନ୍ନା କହିଛନ୍ତି। 

ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭି ଅଦାଲତଙ୍କୁ କହିଥିଲେ ଯେ, ଏହି ପ୍ରଶ୍ନକୁ ଗଣମାଧ୍ୟମ ବିକୃତ କରୁଛି । ଆପ୍‌କୁ ଏକ ପକ୍ଷ କରିବା ପାଇଁ ଅଦାଲତଙ୍କ ପ୍ରଶ୍ନକୁ ଆଧାର କରାଯାଉଛି। ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କହିଛନ୍ତି, ମୁଁ କେବଳ ଗଣମାଧ୍ୟମକୁ କହିଥିଲି ଯେ, ଦୋଷୀଙ୍କୁ ଛଡ଼ାଯିବ ନାହିଁ ଏବଂ କୌଣସି ନିଘୋଷଙ୍କୁ ହଇରାଣ କରାଯିବ ନାହିଁ। 

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ଅନ୍ୟମାନେ ଯେଉଁ ମାମଲାରେ ବିଚାରର ସମ୍ମୁଖୀନ ହେଉଛନ୍ତି, ସେହି ମାମଲାରେ ଆପ୍‌କୁକାହିଁକି ଅଭିଯୁକ୍ତ କରାଗଲା ନାହିଁ, ତାହା ସ୍ପଷ୍ଟ କରିବାକୁ ସୁପ୍ରିମ୍‌କୋର୍ଟ ବୁଧବାର ଫେଡେରାଲ ଆଣ୍ଟି ମନିଲଣ୍ଡରିଂ ଏଜେନ୍ସିକୁ କହିଥିଲେ । ଏଜେନ୍ସି ଅନୁଯାୟୀ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ରେ ହୋଇଥିବା ଅନିୟମିତତାର ମୁଖ୍ୟ ଫାଇଦା ଆପକୁ ମିଳିଛି । ତେଣୁ ଆପ୍ କୁ ପକ୍ଷଭୁକ୍ତ କରାଯିବାର ଆବଶ୍ୟକତା ରହିଛି l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...