AFFILIATE MARKETING

https://binomo.com?a=90810425bb57&t=0

Tuesday, October 3, 2023

ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ, ଏମର୍‌ଜେନ୍ସି ବ୍ରେକ୍‌ ମାରି ଟ୍ରାକ୍‌ରୁ ପଥର କାଢ଼ିଲେ ଲୋକୋ ପାଇଲଟ୍‌

COASTAL NEWS ODIA 986

ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ, ଏମର୍‌ଜେନ୍ସି ବ୍ରେକ୍‌ ମାରି ଟ୍ରାକ୍‌ରୁ ପଥର କାଢ଼ିଲେ ଲୋକୋ ପାଇଲଟ୍‌



ରାଜସ୍ଥାନ - ଭଞ୍ଜ ବିହାରୀ ମହାନ୍ତି - ରାଜସ୍ଥାନର ଭିଲ୍‌ଓ୍ଵାଡାରେ ସୋମବାର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଟ୍ରେନ୍‌ ନିଜ ଗତିରେ ଟ୍ରାକ୍‌ରେ ଦୌଡ଼ୁଥିବା ବେଳେ ଲୋକୋ ପାଇଲଟ୍‌ ହଠାତ୍‌ ଏମରଜେନ୍ସି ବ୍ରେକ୍‌ ମାରି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦେଇଛନ୍ତି।

ଟ୍ରେନ୍‌ରୁ ଓହ୍ଲାଇ ଲୋକୋ ପାଇଲଟ୍‌ ଟ୍ରାକ୍‌ ଉପରେ ପଡ଼ିଥିବା ପଥର ଓ ଲୁହା ରଡ୍‌କୁ ହଟାଇଥିଲେ। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ସକାଳ ୯ଟା ୫୫ ମିନିଟ୍‌ର ବୋଲି କୁହାଯାଉଛି।

ସୂଚନା ରହିଛି, ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦୟପୁରରୁ ଜୟପୁର ଅଭିମୁଖେ ଦୌଡ଼ୁଥିଲା। କିନ୍ତୁ ଏହି ଟ୍ରାକ୍‌ର ଗଙ୍ଗରାର୍‌-ସୋନିଆନା ଡିଭିଜନ୍‌ର ଜୋଗଲ୍‌ ପ୍ଲେଟ୍‌ରେ କିଛି ପଥର ଏବଂ ୨ ଫୁଟ୍‌ର ଲୁହା ରଡ୍‌ ରଖାଯାଇଥିଲା। ଆଶ୍ୱସ୍ତୀକର କଥା ଯେ ଠିକ୍‌ ସମୟରେ ଲୋକୋ ପାଇଲଟ୍‌ ଏମରଜେନ୍ସି ବ୍ରେକ୍‌ ମାରି ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଏହାପରେ ସେ ନିଜେ ଟ୍ରାକ୍‌ ଉପରେ ପଡ଼ିଥିବା ପଥରଗୁଡ଼ିକୁ ହଟାଇଥିଲେ।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ରେଳ ଧାରଣା ଉପରେ କିଛି କିଛି ଦୂରରେ ଛୋଟ ଛୋଟ ପଥର ରଖାଯାଇଛି। ଟ୍ରେନ୍‌ରୁ ଓହ୍ଲାଇ ଲୋକୋ ପାଇଲଟ୍‌ ପଥରଗୁଡ଼ିକୁ ହଟାଉଛନ୍ତି।

କହି ରଖୁଛୁ, ଏହି ଟ୍ରେନ୍‌ ଟ୍ରାଏଲ୍‌ ସମୟରେ ମଧ୍ୟ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଚିତ୍ତୋର୍‌ ଷ୍ଟେସନଠାରୁ ୨ କିମି ଦୂରରେ ଏକ ପଶୁ ଧକ୍କା ହେବାରୁ ଟ୍ରେନ୍‌ ଇଞ୍ଜିନର ସମ୍ମୁଖ ଭାଗ ନୋଜ୍‌ ପ୍ୟାନେଲ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦୟପୁର, ଚିତ୍ତୋରଗଡ଼, ଭିଲଓ୍ଵାଡା, ଅଜମେର୍‌ ଓ ଜୟପୁର ଦେଇ ଯାଇଥାଏ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...