AFFILIATE MARKETING

https://binomo.com?a=90810425bb57&t=0

Friday, October 13, 2023

କାମରେ ଲାଗୁନି ପବ୍ଲିକ ପାର୍କ

COASTAL NEWS ODIA 1125

କାମରେ ଲାଗୁନି ପବ୍ଲିକ ପାର୍କ

 

ଚମ୍ପୁଆ,୧୩ା୧୦ : ଭଞ୍ଜ ବିହାରୀ ମହାନ୍ତି - (CNO) କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡବାସୀଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ଓ ଆମୋଦ ପ୍ରୋମଦ ପାଇଁ ନିର୍ମାଣ ହୋଇଥିବା ପାର୍କ କାମରେ ଲାଗୁନାହିଁ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଅନୁଯାୟୀ ଗୃହ ଏବଂ ସହର ଉନ୍ନୟନ ବିଭାଗ ଦ୍ୱାରା ପବ୍ଲିକ ପାର୍କ ନିର୍ମାଣ ହୋଇଥିଲା। ନିର୍ମାଣ କାର୍ଯ୍ୟ ପ୍ରାୟ ୬ ମାସ ପୂର୍ବେ ଶେଷ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫାଟକରୁ ତାଲା ଖୋଲାଯାଉ ନ ଥିବାରୁ ସେଥିରେ କଳଙ୍କି ଲାଗିଗଲାଣି।

ସୂଚନା ଅନୁଯାୟୀ, ୧୩ ଗୋଟି ୱାର୍ଡ ପାଇଁ ଏନ୍‌ଏ୍‌ସି ପକ୍ଷରୁ ୨୫ ଲକ୍ଷ୍ୟ ବ୍ୟୟ ଅଟକଳରେ ୭ ଗୋଟି ପବ୍ଲିକ ପାର୍କ ନିର୍ମାଣ କରାଯାଇଛି। ଆବଶ୍ୟକ ସରଞ୍ଜାମ ପ୍ରାୟ ସବୁ ପାର୍କରେ ଲାଗିସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଖୋଲୁନାହିଁ। କେତେକେ ସ୍ଥାନରେ ନିର୍ମାଣର କିଛିଦିନ ପରେ ପାଚେରି ଗଡ଼ିଯାଇଥିଲେ ମଧ୍ୟ ତାହାର ପୁନରୁଦ୍ଧାର କରାଯାଇ ନ ଥିବାରୁ ପାର୍କ ମଧ୍ୟରେ ପଡ଼ିଥିବା ପେଭର ବ୍ଲକ୍‌ ଉପରେ ଘାସ ମାଡ଼ିଗଲାଣି। ଏପରିକି ପାର୍କ ମଧ୍ୟରେ ବଣବୁଦା ହୋଇଗଲାଣି। 

ଏ ପଟେ ୱାର୍ଡବାସୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଉଥିବା ଏନଏସି ବିଭାଗ କେଉଁ କାରଣ ପାଇଁ ଏହା ଖୋଲୁନାହିଁ ତାହା ୱାର୍ଡବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସିଏମ୍‌ଏମ୍‌ ଅନନ୍ତ ଚରଣ ସାହୁ କହିଛନ୍ତି, ଏହା ଖୋଲିବା ପାଇଁ ଆମେ ଇଓଆଇ ବାହାର କରିଛୁ। ଏହା ମିଶନ ଶକ୍ତି ଗ୍ରୁପକୁ ଦିଆଯିବା ସହ ମାସିକ ରକ୍ଷଣା ବେକ୍ଷଣ ପାଇଁ ୩ ହଜାର ଟଙ୍କା ପ୍ରଦାନ କରାଯିବ। ଖୁବ୍‌ ଶୀଘ୍ର ଏହା ୱାର୍ଡବାସୀଙ୍କ କାମରେ ଆସିବ ବୋଲି କହିଛନ୍ତି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...