AFFILIATE MARKETING

https://binomo.com?a=90810425bb57&t=0

Friday, October 13, 2023

୬ ମାସ ଗଲାନି, ଭାଙ୍ଗିଗଲା ଡ୍ରେନ୍‌

COASTAL NEWS ODIA 1126

୬ ମାସ ଗଲାନି, ଭାଙ୍ଗିଗଲା ଡ୍ରେନ୍‌


 
ବଇଣ୍ଡା,୧୩ା୧୦ ( CNO) ଭଞ୍ଜ ବିହାରୀ ମହାନ୍ତି -) ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ନିର୍ମାଣ କରାଯାଉଥିବା ଡ୍ରେନ୍‌ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଆବଶ୍ୟକ ପରିମାଣର ଲୁହାରଡ୍‌ ଦିଆଯାଇ ନ ଥିବା ଯୋଗୁ କେତେକ ସ୍ଥାନରେ ଡ୍ରେନ ଭାଙ୍ଗିବା ଆରମ୍ଭ କଲାଣି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବଇଣ୍ଡା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ଡ୍ରେନର ଛାତ ଭୁଶୁଡି ପଡିଛି। ଏକ ୪ ଚକିଆ ଯାନ ଯାଉଥିବା ବେଳେ ଡ୍ରେନର ଉକ୍ତ ସ୍ଥାନ ଭାଙ୍ଗିପଡିଥିଲା। ନିର୍ମାଣକୁ ୬ ମାସ ନ ପୂରୁଣୁ ଡ୍ରେନ୍‌ ଭାଙ୍ଗିଯିବା ନିମ୍ନମାନର କାମକୁ ଦର୍ଶାଉଛି ବୋଲି କଦଳୀମୁଣ୍ଡା ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

ଅଭିଯୋଗରେ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି, କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ୪ ଲେନ କାମ ବଇଣ୍ଡା ଅଞ୍ଚଳରେ ଚାଲିଛି। ଅତ୍ୟନ୍ତ ମନ୍ଥର ଗତିରେ କାମ କରାଯାଉଥିବାବେଳେ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ଶେଷ ହୋଇନାହିଁ। ଶରଧାମୁଣ୍ଡାଠାରୁ କଦଳୀମୁଣ୍ଡା ୩ କି.ମି. ରାସ୍ତାର ଦୁଇ ପାର୍ଶ୍ୱରେ ମାତ୍ର ୫୦ ପ୍ରତିଶତ ଡ୍ରେନ୍‌ କାମ ସରିଛି। କିନ୍ତୁ ଏଥିରେ ଆବଶ୍ୟକ ପରିମାଣର ଲୁହାରଡ୍‌ ଲଗାଯାଇ ନାହିଁ। 

ବିଳମ୍ବିତ ରାତିରେ ଏହି କାମ କରାଯାଉଥିବା ବେଳେ ଜାତୀୟ ରାଜପଥ ବିଭାଗର କୌଣସି ଅଧିକାରୀ ତଦାରଖ କରୁ ନ ଥିବାରୁ ନିମ୍ନମାନର କାମ କରାଯାଉଥିବା କଦଳୀମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୬ ମାସ ହେବ ଡ୍ରେନ କାମ ହୋଇଥିବା ବେଳେ ଏବେ ତାହା ଭାଙ୍ଗି ଯାଉଥିବାରୁ ଏହାର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...