AFFILIATE MARKETING

https://binomo.com?a=90810425bb57&t=0

Friday, October 13, 2023

୬ ମାସ ଗଲାନି, ଭାଙ୍ଗିଗଲା ଡ୍ରେନ୍‌

COASTAL NEWS ODIA 1126

୬ ମାସ ଗଲାନି, ଭାଙ୍ଗିଗଲା ଡ୍ରେନ୍‌


 
ବଇଣ୍ଡା,୧୩ା୧୦ ( CNO) ଭଞ୍ଜ ବିହାରୀ ମହାନ୍ତି -) ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ନିର୍ମାଣ କରାଯାଉଥିବା ଡ୍ରେନ୍‌ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଆବଶ୍ୟକ ପରିମାଣର ଲୁହାରଡ୍‌ ଦିଆଯାଇ ନ ଥିବା ଯୋଗୁ କେତେକ ସ୍ଥାନରେ ଡ୍ରେନ ଭାଙ୍ଗିବା ଆରମ୍ଭ କଲାଣି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବଇଣ୍ଡା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ଡ୍ରେନର ଛାତ ଭୁଶୁଡି ପଡିଛି। ଏକ ୪ ଚକିଆ ଯାନ ଯାଉଥିବା ବେଳେ ଡ୍ରେନର ଉକ୍ତ ସ୍ଥାନ ଭାଙ୍ଗିପଡିଥିଲା। ନିର୍ମାଣକୁ ୬ ମାସ ନ ପୂରୁଣୁ ଡ୍ରେନ୍‌ ଭାଙ୍ଗିଯିବା ନିମ୍ନମାନର କାମକୁ ଦର୍ଶାଉଛି ବୋଲି କଦଳୀମୁଣ୍ଡା ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

ଅଭିଯୋଗରେ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି, କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ୪ ଲେନ କାମ ବଇଣ୍ଡା ଅଞ୍ଚଳରେ ଚାଲିଛି। ଅତ୍ୟନ୍ତ ମନ୍ଥର ଗତିରେ କାମ କରାଯାଉଥିବାବେଳେ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ଶେଷ ହୋଇନାହିଁ। ଶରଧାମୁଣ୍ଡାଠାରୁ କଦଳୀମୁଣ୍ଡା ୩ କି.ମି. ରାସ୍ତାର ଦୁଇ ପାର୍ଶ୍ୱରେ ମାତ୍ର ୫୦ ପ୍ରତିଶତ ଡ୍ରେନ୍‌ କାମ ସରିଛି। କିନ୍ତୁ ଏଥିରେ ଆବଶ୍ୟକ ପରିମାଣର ଲୁହାରଡ୍‌ ଲଗାଯାଇ ନାହିଁ। 

ବିଳମ୍ବିତ ରାତିରେ ଏହି କାମ କରାଯାଉଥିବା ବେଳେ ଜାତୀୟ ରାଜପଥ ବିଭାଗର କୌଣସି ଅଧିକାରୀ ତଦାରଖ କରୁ ନ ଥିବାରୁ ନିମ୍ନମାନର କାମ କରାଯାଉଥିବା କଦଳୀମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୬ ମାସ ହେବ ଡ୍ରେନ କାମ ହୋଇଥିବା ବେଳେ ଏବେ ତାହା ଭାଙ୍ଗି ଯାଉଥିବାରୁ ଏହାର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...