AFFILIATE MARKETING

https://binomo.com?a=90810425bb57&t=0

Thursday, October 5, 2023

ବାରୁଦ ଉପରେ କାର ଚଢ଼ିଯିବାରୁ ଜଳିଲା କାର୍ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡାକ୍ତର

COASTAL NEWS ODIA 1027

ବାରୁଦ ଉପରେ କାର ଚଢ଼ିଯିବାରୁ ଜଳିଲା କାର୍ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡାକ୍ତର 



କେନ୍ଦ୍ରାପଡ଼ା : ଭଞ୍ଜ ବିହାରୀ ମହାନ୍ତି - ଦାଣ୍ଡରେ ସୁଖୁଥିଲା ବାରୁଦ ।  ବାରୁଦ ଉପରେ କାର ଚଢ଼ିଯିବାରୁ ଠୋ କରି ଫାଟିଲା।  ଶବ୍ଦ ଶୁଣି କାର ଚାଳକ କାର ଛାଡ଼ି ଦଉଡ଼ି ପଳାଇଲେ। ଗାଁ  ଲୋକ ପାଣି ପକାଇ ବାରୁ କାରର ଅଳ୍ପ କ୍ଷତି ହୋଇଛି। ଏପରି ଅଘଟଣ ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗାଁରେ।  ପୁରୁଷୋତ୍ତମପୁର ଗାଁର ରମାକାନ୍ତ ମଲିକ ଛୋଟ ଛୋଟ ସୁନୁ ଫୋଟକା ତିଆରି କରନ୍ତି।

ପୁରୁଣା ବାରୁଦ୍ ବର୍ଷାରେ ଖରାପ ହୋଇଯାଇଥିବା ତାକୁ ଘର ଆଗ ଦାଣ୍ଡରେ ସୁଖାଇଥିଲେ।  ସେହି ରାସ୍ତା ଦେଇ କାର ନେଇ ଡାକ୍ତର ସୁଜିତ୍ ସାମଲ ଯାଉଥିଲେ। କାରର ଗରମ ଇଞ୍ଜିନ ବାରୁଦ୍ ପାଖକୁ ଯିବା ମାତ୍ରକେ ନିଆ ବାହାରି ଥିଲା। ବିସ୍ଫୋରଣ ସମୟରେ ଡାକ୍ତର କାରରୁ ବାହାରି ଯାଇଥିଲେ। ତାଙ୍କର କୌଣସି କ୍ଷତି ହୋଇନାହିଁ । ସେହି ପାଖରେ ଶୁଖୁଥିବା ଗଡମା ଉପରେ ବାଣ ନିଆ ପଡ଼ିବାରୁ ଗଡ଼ମା ୫ଟି ଏକାଥରେ ଫୁଟିଥିଲା। ପ୍ରଚଣ୍ଡ ଶବ୍ଦ ହୋଇଥିଲା।  ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...