AFFILIATE MARKETING

https://binomo.com?a=90810425bb57&t=0

Thursday, October 5, 2023

ସଚେତନତାର ବାର୍ତ୍ତା ପ୍ରସାର ପାଇଁ ସାଇବର୍ ସୁରକ୍ଷା ରଥର ଆଳି ପରିକ୍ରମା

COASTAL NEWS ODIA 1028

ସଚେତନତାର ବାର୍ତ୍ତା ପ୍ରସାର ପାଇଁ ସାଇବର୍ ସୁରକ୍ଷା ରଥର ଆଳି ପରିକ୍ରମା


ଆଳି - ରାଜ୍ୟରେ ବଢୁଥିବା ସାଇବର ଠକେଇରୁ ସୁରକ୍ଷିତ ରହିବା ଓ ଏଥି ପାଇଁ ଜନସଧାରଙ୍କୁ ସତର୍କ ଓ ସଚେତନ କରାଇବା ଉଦ୍ଦେଶ୍ୟରେ ସାଇବର ସୁରକ୍ଷା ରଥ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ ସାଇବର ସୁରକ୍ଷା ରଥ ଏସ୍ ଡି ପିଓ କ୍ଷମାସାଗର ପଣ୍ଡାଙ୍କ ନେତୃତ୍ବରେ ଆଳି ନୂଆବଜାରସ୍ଥିତ ଅନ୍ନପୂର୍ଣ୍ଣା ପଡିଆରେ ପହଞ୍ଚିବା ପରେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସାଇବର୍ ସୁରକ୍ଷା ରଥ କୁ ସ୍ବାଗତ କରାଯାଇଥିଲା।  

ଏହି ସାଇବର୍ ସୁରକ୍ଷା ରଥ  ଆଳି ବ୍ଲକର ନରେନ୍ଦ୍ରପୁର, ଜୁଆଣିଆ ସମେତ ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରସାର କରାଯାଇଥିଲା |କେନ୍ଦ୍ରାପଡା ପୋଲିସ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଏସଡିପିଓ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ, ଏସଆଇ ବିଭୂପ୍ରସାଦ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ଅଭିଭାବକ ତଥା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...