AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ସଂକ୍ଷିପ୍ତ ଖବର

COASTAL NEWS ODIA 1001

ସଂକ୍ଷିପ୍ତ ଖବର 
ତାରିଖ ୦୪/୧୦/୨୩, ବୁଧବାର



*୧-ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଧାର୍ଯ୍ୟ ସମୟର ଦିନକ ପୂର୍ଵରୁ ଅନର୍ଦ୍ଦିଷ୍ଟକାଳ ପାଇଁ ଗୃହ ମୁଲତବୀ।*

*୨-କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିଛି । ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଜିଆଇ ଟ୍ୟାଗ୍ ମିଳିଛି।*

*୩-ଜଟଣୀରେ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଭିତ୍ତି ସ୍ଥାପନ, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ।*

*୪-ଅକ୍ଟୋବର ୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ : ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ, ଶେଷ ତାରିଖ ୨୦ ଅକ୍ଟୋବର।*

*୫-ରାଜଧାନୀରେ ହିଟ ଆଣ୍ଡ ରନ୍ ମାମଲା ,ଗିରଫ ହେଲେ ବ୍ୟାଙ୍କ ସହକାରୀ ପରିଚାଳକ।*

*୬-ଭୁବନେଶ୍ୱର:୯ ଜିଲାକୁ ସତର୍କ ସୂଚନା, ପ୍ରବଳ ବର୍ଷା ସମ୍ଭାବନା।*

*୭-ପାର୍କିଂ ସମସ୍ୟାର ହେଲା ସମାଧାନ: ଆଜିଠୁ ଖୋଲିବ ୧ନଂ ହାଟ।*

*୮-କଟକ ଚାଉଳିଆ ଗଞ୍ଜ:ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଜମୁଛି ଲୋକଙ୍କ ଭିଡ଼, ସ୍ୱାଦ ଯେମିତି ମହକ ବି ସେମିତି।*

*୯-କିସ୍ ରେ ବଲିଉଡ ଅଭିନେତ୍ରୀ ଶ୍ରୀୟା ପିଲଗାଁଉଙ୍କର।ପିଲାମାନଙ୍କ ସହିତ ସମୟ ବିତାଇ କଲେ କିସର ଭୂୟସୀ ପ୍ରଶଂସା।*

*୧୦-ଲୋକସେବା ଭବନର ପ୍ରଥମ ମହଲାରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ।*

*୧୧-ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍‌ ୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ।*

*୧୨-ପଖାଳ, ଆଳୁ ସିଝା, କଞ୍ଚା ଲଙ୍କା ଧରି ଧାରଣାରେ ଅଙ୍ଗନବାଡି ଦିଦି ଓ ସହାୟିକା । ମାସିକ ଦରମା ବୃଦ୍ଧି କରିବାକୁ ଦାବି । ସେପଟେ ଓଏସଏସସି ଅଫିସ ଆଗରେ ଆଶାୟୀଙ୍କ ଆନ୍ଦୋଳନ।*

*୧୩-ବାଙ୍କୀ ଜାତିମୁଣ୍ଡିଆ ମହାନଦୀ ବ୍ରିଜରେ ବାଡ଼ରେ ପିଟି ହୋଇ ଝୁଲି ରହିଲା ବସ୍ । କ୍ରେନ ଯୋଗେ ଉଠାଗଲା ବସ୍ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲା ବହୁ ଜୀବନ।*

*୧୪-ଯାଜପୁର:ରୋଗୀ ବେଡ୍‌ରେ ଶୋଇ ଡାକ୍ତର ଖାଉଛନ୍ତି ଜଳଖିଆ, ଭାଇରାଲ ହେଲା ମୁଖ୍ୟ ଚିକିତ୍ସାଳୟର ଭିଡ଼ିଓ।*

*୧୫-ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ନବୀନ କହିଲେ, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ।*

*୧୬-ଅନୁଗୁଳ ବନଖଣ୍ଡରେ ହାତୀ ଆତଙ୍କ, ଗାଁରେ ବୁଲୁଛନ୍ତି ୪୭ ଟିକିଆ ହାତୀପଲ।*

*୧୭-କେନ୍ଦ୍ରରେ ଏନଡିଏ, ଓଡ଼ିଶାରେ ବିଜେଡି, ଟାଇମ୍ସ ନାଓ ଇଟିଜି   ଓପିନିଅନ୍ ପୋଲର ସର୍ଭେ।*

*୧୮-ନେତାଜୀ ବସ୍ ଟର୍ମିନାଲରେ ମୌଳିକ ସୁବିଧାରୁ ବଞ୍ଚିତ ଯାତ୍ରୀ, ୧୮ ଦିନ ପରେ ବି ମିଳିପାରିନି ସେବା।*

*୧୯-ଆଉ ଜୀବନ ନେବନି ମ୍ୟାଲେରିଆ ! ଭାରତର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଟିକା ପ୍ରସ୍ତୁତ।*

*୨୦-ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ୍, ପିଏରେ ଅଗୋସ୍ତିନି, ଫେରେଙ୍କ୍‌ କ୍ରାଉଜ, ଆନେ ଏଲ’ହୁଇଲିଅରଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପ୍ରାଇଜ୍।*

.                 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...