AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ଷ୍ଟ୍ରେଚରରେ ଛଟପଟ ରକ୍ତାକ୍ତ ରୋଗୀ, ଚିକିତ୍ସା କରିବେ କ’ଣ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର

COASTAL NEWS ODIA 1006

ଷ୍ଟ୍ରେଚରରେ ଛଟପଟ ରକ୍ତାକ୍ତ ରୋଗୀ, ଚିକିତ୍ସା କରିବେ କ’ଣ ଜଳଖିଆ ଖାଇବାରେ ବ୍ୟସ୍ତ ଡାକ୍ତର




ଯାଜପୁର ଟାଉନ : ଭଞ୍ଜ ବିହାରୀ ମହାନ୍ତି - ଡାକ୍ତର ନାଟି ଶୁଣିବା ମାତ୍ରକେ ରୋଗୀ ସତେ ଯେମିତି ସୁସ୍ଥ ହୋଇଯାଏ । ଶରୀରର ଭଲ ମନ୍ଦ ସବୁ ତାଙ୍କରୀ ଆଗରେ ବଖାଣି ପକାଏ । ଏ ସମାଜ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ରୂପେ ବିବେଚନା କରେ। ହେଲେ ଆବେଗର ବିଷୟ ରୋଗୀଟି ଯଦି ଡାକ୍ତରଖାନାରେ ଛଟପଟ ହେଉଥିବା ଆଉ ଏଥିରେ ଡାକ୍ତରଙ୍କୁ କିଛି ଫରକ ପଡୁନଥିବ ତେବେ ପରିସ୍ଥିତି କଣ ହେବ ଟିକେ ଚିନ୍ତା କଲେ । ଏମିତି ଏକ ଘଟଣା ଘଟି ଯାଇଛି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ।

ଡାକ୍ତରଖାନାରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଡାକ୍ତରଙ୍କ ଅବହେଳାକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଭାଇରାଲ୍ ଭିଡିଓ । ଡାକ୍ତରଙ୍କ ହାବଭାବରେ ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ଭିଡିଓରେ । ଯାହା ଫଳରେ କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଭିଡିଓରେ ଦେଖିବାକୁ ମିଳିଛି କେମିତି ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଡାକ୍ତର ଖଟ ଉପରେ ଶୋଇ ଜଳଖିଆ ପୁଡିଆ ଧରି ଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟ ବିକଳ ହୋଇ ଡାକ୍ତରଙ୍କୁ ଖୋଜୁଥିବାବେଳେ, କିଛି ଶୁଣୁ ନାହାନ୍ତି ଡାକ୍ତର, ସେ ଜଳଖିଆ ଖାଇବାରେ ମଗ୍ନ । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ । ରୋଗୀଙ୍କ ସମ୍ପର୍କୀୟ ଯାହାର ଭିଡିଓ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ପଟେ ଷ୍ଟ୍ରେଚରରେ ରୋଗୀ ଛଟପଟ ହେଉଛନ୍ତି । କଷ୍ଟରେ ଚିତ୍କାର କରୁଛନ୍ତି । ଆଉ ଅନ୍ୟପଟେ କାଯ୍ୟରତ ଡାକ୍ତର ବେଡ଼ରେ ଶୋଇ, ମୋବାଇଲ ଦେଖି ଦେଖି ଜଳଖିଆ ଖାଇବାରେ ବ୍ୟସ୍ତ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗରେ ଏପରି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆହୁରି ଦେଖିବାକୁ ମିଳିଛି କି, ଦୁର୍ଘଟଣାରେ ଶିକାର ହୋଇ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଷ୍ଟ୍ରେଚରରେ ପଡି ଯନ୍ତ୍ରଣାରେ କଲବଲ ହେଉଛନ୍ତି । ଏତେ କଷ୍ଟ ହେଉଛି ଯେ ସେ ଚିତ୍କାର କରିବାକୁ ଲାଗୁଛନ୍ତି । ସମ୍ପର୍କିୀୟ ଲୋକେ ଯେତେବେଳେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଡାକିବାକୁ ଯାଇଛନ୍ତି ସେ ଆସୁନାହାନ୍ତି । ବିଶ୍ରାମ କକ୍ଷରେ ଜଳଖିଆ ଖାଉଛନ୍ତି ବୋଲି କହି କଥାକୁ ଏଡାଇ ଦେଉଛନ୍ତି ।

ସୂଚନାଥାଉ କି, ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ଡାକ୍ତରଙ୍କ ମନାମାନୀ କରୁଥିବା ରୋଗୀମାନେ ଅଭିଯୋଗ କରି ଆସୁଛନ୍ତି । ଏପରି ସ୍ଥିତିରେ ଏହି ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାଯ୍ୟ କରୁଥିବା ଡାକ୍ତର ମାନଙ୍କ ଉପରେ ଏବେ ଏକ ବଡ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

No comments:

COASTAL NEWS

ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି

ବାତ୍ୟା “ମୋନ୍ଥା” ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲର ପ୍ରସ୍ତୁତି ୨୪ ଘଣ୍ଟିଆ ନିରୀକ୍ଷଣ ଓ ସମନ୍ୱୟ ସହିତ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହ...