AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ୟେଲୋ ସାଗରରେ ବୁଡିଲା ଚାଇନାର ବୁଡାଜାହାଜ, ୫୫ଜଣ ନାବିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା

COASTAL NEWS ODIA 1008

ୟେଲୋ ସାଗରରେ ବୁଡିଲା ଚାଇନାର ବୁଡାଜାହାଜ, ୫୫ଜଣ ନାବିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା


 
ବେଜିଂ,୪।୧୦: ଭଞ୍ଜ ବିହାରୀ ମହାନ୍ତି - ଚାଇନାର ପରମାଣୁ ବୁଡ଼ାଜାହାଜ ୟେଲୋ ସାଗରରେ ବଡ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୫୫ଜଣ ଚାଇନାର ନାବିକ ମୃତ୍ୟୁବରଣ କରିଛନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟେଲୋ ସାଗରରେ ବ୍ରିଟିଶ ଏବଂ ଆମେରିକୀୟ ଜାହାଜକୁ ଫାଶରେ ପକାଇବା ଉଦ୍ଦେଶ୍ୟରେ ପରମାଣୁ ବୁଡ଼ାଜାହାଜ ନିର୍ମାଣ କରାଯାଇଥିଲା, କିନ୍ତୁ ଏହା ନିଜ ଜାଲରେ ନିଜେ ଫଶି ଯାଇଛି।

ଏହି ବୁଡ଼ାଜାହାଜ ଏକ ଚେନ ଓ ଆଙ୍କର୍‌ ଜାଲର ସମ୍ମୁଖୀନ ହୋଇଛି। ବୁଡ଼ାଜାହାଜର ଅମ୍ଳଜାନ ସିଷ୍ଟମରେ ତ୍ରୁଟି ଯୋଗୁଁ ବୁଡ଼ାଜାହାଜ ନାବିକଙ୍କର ମୃତ୍ୟୁ ଘଟିଛି। ବୁଡ଼ା ଜାହାଜରେ ଥିବା କୌଣସି ନାବିକ ବଞ୍ଚି ନାହାଁନ୍ତି ବୋଲି ଆଶଙ୍କା କରାଯାଉଛି।

ପ୍ରାଣ ହରାଇଥିବା ନାବିକମାନଙ୍କ ମଧ୍ୟରେ ଚାଇନା ନୌସେନା ବୁଡାଜାହାଜର ୦୯୩-୪୧୭ କ୍ୟାପ୍ଟେନଙ୍କ ସମେତ ୨୧ ଅଧିକାରୀ ସାମିଲ ଅଛନ୍ତି। ତେବେ ଚାଇନା ଏହି ଘଟଣାକୁ ଗ୍ରହଣ କରିବାକୁ ସରକାରୀ ଭାବେ ମନା କରିଦେଇଛି। ଏଥିସହ ଏହି ବୁଡ଼ାଜାହାଜ ପାଇଁ କୌଣସି ଆନ୍ତର୍ଜାତୀୟ ସହାୟତା ନେବାକୁ ମନା କରି ଦେଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...