AFFILIATE MARKETING

https://binomo.com?a=90810425bb57&t=0

Thursday, October 19, 2023

ସୈତାନକୁ ମିଳିଲା ଫାଶୀ ଦଣ୍ଡାଦେଶ

COASTAL NEWS ODIA 1182

ସୈତାନକୁ ମିଳିଲା ଫାଶୀ ଦଣ୍ଡାଦେଶ



ସୁନ୍ଦରଗଡ଼ - (CNO) ଭଞ୍ଜ ବିହାରୀ ମହାନ୍ତି - ସୈତାନକୁ ମିଳିଲା ଫାଶୀ ଦଣ୍ଡାଦେଶ । ସୁନ୍ଦରଗଡ଼ ପକସୋ କୋର୍ଟ ଶୁଣାଇଲେ ଐତିହାସିକ ରାୟ । ୨୦୧୬ରେ ସୁନ୍ଦରଗଡ ଟାଉନଥାନା ଅଞ୍ଚଳରେ ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା ମାମଲାର ରାୟ ଆସିଛି । ଆଉ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ପକ୍ସୋ କୋର୍ଟର ଜଜ୍ ମହେନ୍ଦ୍ର କୁମାର ସୂତ୍ରଧାର ।(ନାବାଳିକା ଦୁଷ୍କର୍ମ ଓ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ ସୁନ୍ଦରଗଡ଼ ପକସୋ କୋର୍ଟଙ୍କ ଐତିହାସିକ ରାୟ ପୀଡ଼ିତା ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ) ୭ ବର୍ଷ ତଳର ଏହି ଘଟଣା, ଆଜି ବି ଶୁଣିଲେ ଛାତି ଥରିଯିବ । ସଇତାନର କୁକର୍ମ ଜାଣିଲେ ସଭ୍ୟ ସମାଜର ମୁଣ୍ଡ ତଳକୁ ନଇଁଯିବ । 

(ଅକ୍ଟୋବର ୨୧, ୨୦୧୬ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଡେଙ୍ଗିଭାଡ଼ି) ସଞ୍ଜୀବ କେରକେଟା । ମଣିଷ ନୁହେଁ, ମଣିଷ ରୂପରେ ସଇତାନ । ରାତିରେ ମାଆ ପାଖରେ ଶୋଇଥିବା ୪ ବର୍ଷ ବୟସର ଶିଶୁକନ୍ୟାକୁ ଉଠାଇ ନେଇଥିଲା ସଂଜୀବ । 
ଡେଙ୍ଗିଭାଡ଼ିର ଲକ୍ଷ୍ମୀ ଓରାମ ନିଜ ଘରେ ତାଙ୍କ ଦୁଇ ଝିଅଙ୍କ ସହ ଶୋଇଥିଲେ । ହଠାତ ତାଙ୍କ ୪ ବର୍ଷର ଝିଅ ଗାଏବ ହୋଇଯାଇଥିଲା । ଆଉ ତା’ପରେ ଯାହା ହୋଇଥିଲା, ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ, ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ । କୁନିଝିଅକୁ ଅପହରଣ କରି ଏକ ନିର୍ମାଣଧୀନ କୋଠାରେ ଦୁଷ୍କର୍ମ କରିଥିଲା ସଇତାନ ସଂଜୀବ । କେବଳ ସେତିକି ନୁହେଁ, ଅତି ନିର୍ମମ ଭାବେ ତାକୁ ହତ୍ୟା କରିବାକୁ ପଛାଇ ନଥିଲା ଜହ୍ଲାଦ ।

ଘଟଣାର ୩ ଦିନ ପରେ ଶିଶୁର ଅର୍ଦ୍ଧଗଳିତ ମୃତଦେହ ଉଦ୍ଧାର କରିଥିଲା ସୁନ୍ଦରଗଡ଼ ଟାଉନ ଥାନା ପୁଲିସ । ସଂଜୀବକୁ ଗିରଫ କରିବା ପରେ ଦୋଷ ସ୍ୱୀକାର କରି୍ଥିଲା ଅଭିଯୁକ୍ତ । ତା’ ବିରୋଧରେ ଅପହରଣ, ଦୁଷ୍ମର୍ମ ଓ ହତ୍ୟା ଅଭିଯୋଗରେ ମାମଲା ଦାୟର ହୋଇଥିଲା । ସଂଜୀବ ଜଣେ ଦାଗୀ ଅପରାଧୀ । ଧର୍ଷଣ, ଡକାୟତି ମାମଲାରେ ପୂର୍ବରୁ ବି ସେ ଜେଲ ଯାଇଥିଲା । କିନ୍ତୁ ଏହି ବର୍ବର ଘଟଣା କେବଳ ସୁନ୍ଦରଗଡ଼ରେ ନୁହେଁ, ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ଏହି ସଙ୍ଗୀନ ମାମଲାର ବିଚାର କରିଥିଲେ ସୁନ୍ଦରଗଡ଼ ପକସୋ କୋର୍ଟ । ୭ ବର୍ଷର ବିଚାର ପରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର । ସଂଜୀବକୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ବିଚାରପତି । ଏହା ସହ ପୀଡ଼ିତା ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...